ଚାଷୀ ଭାଇମାନେ "ଫଳ ଚାଷ" ପୂର୍ବରୁ ଜାଣିରଖନ୍ତୁ

@_ustad
0

How to farming fruit odisha, fruit trees in odisha, ଓଡିଶାରେ ଫଳ ଚାଷ, odisha best fruit farming, ଓଡ଼ିଶା ର ଉତ୍ତମ ଫଳ ଚାଷ, Fruit farming in Odisha, Dragon fruit farming in Odisha, ଡ୍ରାଗନ ଫଳ ଚାଷ, Fruit production in odisha, Fruit agriculture in Odisha, ଓଡ଼ିଶାରେ ଫଳ ଚାଷ ରୋପଣ, fruit cultivation odisha, fruit farming from odisha, odisha famous fruit, fruit in odisha, fruit production in odisha, ଓଡ଼ିଶାରେ ଫଳ ଉତ୍ପାଦନ, odisha national fruit, official fruit of odisha, state fruit of odisha in odia, odisha special fruit, odisha top fruit, Odia pathshala, Odiapathshala

ଭୋଜନରେ ପନିପରିବା ଖାଇବା ଛଡ଼ା ଆମ ଶରୀର ପାଇଁ ଫଳ ମଧ୍ୟ ବହୁତ ଉପକାରୀ ଅଟେ। କିନ୍ତୁ ଫଳର ମୂଲ୍ୟ ବୃଦ୍ଧି ଯୋଗୁଁ ହେଉ ବା ସ୍ୱଳ୍ପ ପରିମାଣ ଉପଲବ୍ଧତା କାରଣରୁ ଆମେ ଯଥେଷ୍ଟ ପରିମାଣର ଫଳ ପାଇପାରୁନାହୁଁ ।

ଓଡ଼ିଶାର ଫଳ ବଜାରକୁ ଲକ୍ଷ୍ୟ କଲେ ଜାଣିପାରିବେ ପ୍ରାୟତଃ ଅଧିକାଂଶ ଫଳ ବାହାର ରାଜ୍ୟରୁ ଆସୁଛି। ଆସନ୍ତୁ ଆଜି ଏଠାରେ ଫଳ ଚାଷ ଉପରେ ଏକ ବିଶେଷ ଆଲୋଚନା ହୋଇପାରିବେ ଯାହା ଆମର ଓଡ଼ିଶାର ଚାଷୀଭାଇମାନଙ୍କ ନିମନ୍ତେ ବହୁତ ଉପଯୋଗୀ ହୋଇପାରିବ।

ଫଳ ଖାଦ୍ୟସାର ଓ ଭିଟାମିନରେ ଭରପୂର । ରୋଗୀମାନଙ୍କ ପାଇଁ ଏହା ସହଜସାଧ୍ୟ ଖାଦ୍ୟ । ଫଳ ଭୋଜନ ଦ୍ଵାରା ସୁସ୍ଥ ଓ ନିରୋଗ ଶରୀରପ୍ରାପ୍ତ ହୋଇଥାଏ । ଏହା ଦେହରୁ ଅଧିକ ବର୍ଜ୍ୟବସ୍ତୁ ଓ କ୍ଳୋରାଇଡ ପରିସ୍ରା ଦ୍ଵାରା ନିର୍ଗତ କରାଇଥାଏ । ଫଳ ଆହାର ଅନ୍ତ୍ର ନଳୀକୁ ସଫା ରଖିବାରେ ସାହାଯ୍ୟ କରିବା ଦ୍ଵାରା ମଳକଣ୍ଟକ ଓ ଆନ୍ତ୍ରିକ ରୋଗ ଦୂର କରିଥାଏ ଏବଂ ଫଳ ଆହାର ଅମ୍ଳତ୍ଵରୁ ରକ୍ଷା କରିଥାଏ । ଏହାଦ୍ଵାରା ରକ୍ତ ପରିଷ୍କାର ରହେ । କାଗେଜି ଲେମ୍ବୁ, କମଳା, ଓ ଅଁଳା ଇତ୍ୟାଦି ଫଳ ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ପନିପରିବା ଓ ଶସ୍ୟ ଜାତୀୟ ଖାଦ୍ୟ ପାକକ୍ରିୟାରେ ଭିଟାମିନ ହରାଇବସନ୍ତି କିନ୍ତୁ ଫଳ ଆହାର ଦ୍ଵାରା ଆମକୁ ଭିଟାମିନ ସହଜରେ ମିଳିଥାଏ । ଏଣୁ ସୁସ୍ଥ ଶରୀର ପାଇଁ ଦୈନିକ ଖାଦ୍ୟ ସହ ଫଳ ଆହାର କରିବା ଅବଶ୍ୟକ ଅଟେ ।

ଆମ ଓଡିଶାରେ ଶତକଡା ୬୦ ଭାଗ ଜମିରେ ଜଳସେଚନ ସୁବିଧା ନାହିଁ । ଏସବୁ ଜମି ପାହାଡ ପର୍ବତ ଅଞ୍ଚଳ । ଏଥିରେ ମରୁଡ଼ି ଯୋଗୁଁ ବେଳେବେଳେ ଗୋଟିଏ ଫସଲ ଉତାରିବା କଷ୍ଟକର ହୋଇପଡେ । ଖାଦ୍ୟାଭାବ ଏ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କର ମୁଖ୍ୟ ସମସ୍ୟା । ମାଟି ଓ ପାଣି ଧୋଇ ହୋଇଯାଉଥିବା ମାଟିର ଉର୍ବରତା ବହୁତ କମ ଓ ଫସଲର ଉତ୍ପାଦନ ମଧ୍ୟ କମ ହୋଇଥାଏ । ଫଳ ଚାଷ ଏସବୁ ଅଞ୍ଚଳରେ ବାସ କରୁଥିବା ଅଧିବାସୀମାନଙ୍କ ପାଇଁ ଫଳଚାଷ ରକ୍ଷା କବଚ ସଦୃଶ ଅଟେ । ଫଳ ଗଛ ଲଗାଇବା ଦ୍ଵାରା ମାଟିରେ ପାଣି ସିଞ୍ଚନ ବୃଦ୍ଧିପାଏ । ୩୦ ଫୁଟ ଗଡାଣିର ବ୍ୟବଧାନରେ ବନ୍ଧ ଦେଇ ସେଥିରେ ଫଳ ଗଛ ଲଗାଇଲେ ଆମେ ଫସଲ ଚାଷ ସହ ଫଳଚାଷ ମଧ୍ୟ କରିପାରିବା । ଫଳଗଛ ମରୁଡି ସହିପାରେ । ଭୂତଳ ଜଳ ଓ ଖାଦ୍ୟସାର ଗ୍ରହଣ କରି ବଞ୍ଚେ । ମରୁଡି ସମୟରେ ଫସଲ ନଷ୍ଟ ହେଲେ ଚାଷୀ ଫଳଗଛରୁ ଅନାବୃଷ୍ଟି ସମୟରେ ଜଙ୍ଗଲରେ ଥିବା ଆମ୍ବ, ପଣସ, ଓ ଅନ୍ୟାନ୍ୟ ଫଳ ଖାଇ ଜୀବନଧାରଣ କରିଥାନ୍ତି । ଏଣୁ ଖାଦ୍ୟ ନିରାପତ୍ତା ପାଇଁ ଏସବୁ ଅଞ୍ଚଳରେ ବ୍ୟାପକ ଫଳଚାଷ କରିବା ସହ ବ୍ୟବସାୟିକ ଫଳଚାଷ କରିବା ଆବଶ୍ୟକ ଅଟେ । ଆମ ଓଡିଶାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଆମ୍ବ, ପିଜୁଳି, ଲିଚୁ, ଡାଳିମ୍ବ, ରାମଫଳ, ଓ କାଗେଜି ଲେମ୍ବୁ ଇତ୍ୟାଦି ଫଳଚାଷ ପାଇଁ ବିଶେଷ ଉପଯୋଗୀ ।

ଆମ ଉପକୁଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଚିର ସାଥି ହୋଇଗଲାଣି । ସମୟ ସମୟରେ ଘରଦ୍ଵାର ଭାଙ୍ଗିବା ସହ ଘର ମଧ୍ୟରେ ସଞ୍ଚିତ ଖାଦ୍ୟ ନଷ୍ଟ ହୋଇଯାଇଥାଏ । ଏସବୁ ଅଞ୍ଚଳରେ ଫଳଚାଷ ବିଶେଷ ସହାୟକ ହୋଇଥାଏ । ବନ୍ୟାପ୍ଳାବିତ ଅଞ୍ଚଳରେ ନଡିଆ, ଆମ୍ବ, ପିଜୁଳି, ଓ ଅମୃତଭଣ୍ଡା ଇତ୍ୟାଦି ଚାଷ କଲେ ସେଥିରୁ ଆୟ ମିଳିବା ସହ ବିପଦ ବେଳେ ରକ୍ଷା କବଚ ପରି କାମ କରେ । ଏହାଛଡା ଚାଷୀମାନେ ବାର୍ଦ୍ଧକ୍ୟ ସମୟରେ ପରିଶ୍ରମ କରି ଚାଷ କରିବା କଷ୍ଟକର ହୋଇଥାଏ । ଏଣୁ ବାଡିବଗିଚାରେ କିଛି ଫଳ ଗଛ ଲଗାଇଥିଲେ ସେଥିରୁ ହେଉଥିବା ଆୟରେ ପରିଣତ ବୟସରେ ଚଳିହେବ ।

ସାଧାରଣତଃ କ୍ଷେତରେ କ୍ଷେତ ଓ ସାର ଦେଇ ଫସଲ ଚାଷ କରାଯାଇଥାଏ । ଏହି ସାରର କିଛି ଅଂଶ ମାଟି ତଳକୁ ଚାଲିଯାଇ ପାଣିକୁ ଦୂଷିତ କରିଥାଏ । ହୁଡାରେ ଫଳଗଛ ଥିଲେ ଫଳଗଛ ମାଟି ତଳକୁ ଯାଇଥିବା ସାରକୁ ଗ୍ରହଣ କରିନିଏ ଓ ମାଟିତଳ ପାଣି ପ୍ରଦୂଷଣମୁକ୍ତ ହୋଇଥାଏ । ସାର ଗଛ ଦ୍ଵାରା ବିନିଯୋଗ ହୋଇ ପତ୍ର , ଫୁଲ ଫଳ ଓ କାଠରେ ପରିଣତ ହୋଇ ମାଟି ଉପରକୁ ଚାଲିଆସେ । ଏଣୁ ଗଛ ଲଗାଇବା ଦ୍ଵାରା ମାଟିର ଉର୍ବରତା ହ୍ରାସ ପାଇନଥାଏ ଏବଂ ସ୍ଥାୟିତ୍ଵ ବଜାୟ ରହିଥାଏ । ଗଛ ଲଗାଇବା ଦ୍ଵାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପ ସବୁ ସମୟରେ ବ୍ୟବହାର ହୋଇ ଜୈବିକ ଅଙ୍ଗାରରେ ପରିଣତ ହୋଇଥାଏ । ଏହାଦ୍ଵାରା ବାୟୁମଣ୍ଡଳ ଉତ୍ତପ୍ତିକରଣରୁ ରକ୍ଷା ମିଳିଥାଏ । ସୁତରାଂ ଫଳ ରାଜ୍ୟର ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ସହ ପରିବେଶ ପାଇଁ ମଧ୍ୟ ଅନୁକୂଳ ହେବ।

Post a Comment

0Comments

Post a Comment (0)