ମୋଟାପଣ ନିୟନ୍ତ୍ରଣ କରିବ କଦଳୀ ଚୋପା: ଓଡିଆ

@_ustad
0



 କଦଳୀ ଏପରି ଏକ ଫଳ ଯାହା ସବୁ ଋତୁରେ ସବୁ ସମୟରେ ସହଜରେ ମିଳେ  । ପ୍ରାଚୀନ କାଳରୁ ଭାରତର ଏହି ଫଳକୁ ପୂଜା କାର୍ଯ୍ୟ ବ୍ୟବହାର କରାଯିବା ସହିତ ଘରେ ଖାଦ୍ୟ ପଦାର୍ଥ ରୂପରେ ମଧ୍ୟ ବ୍ୟବହାର କରାଯାଇଆସୁଛି  । ସନାତନ ଧର୍ମରେ ବର୍ଣ୍ଣନା ରହିଛି କି ଭଗବାନ ବିଷ୍ଣୁଙ୍କୁ କଦଳୀ ଅତ୍ୟନ୍ତ ପ୍ରିୟ  । ସେଥିପାଇଁ ଗୁରୁବାର ଦିନ କଦଳୀ ଗଛକୁ ପୂଜା କରାଯାଇଥାଏ  । ଏହି ଗଛରେ ଭଗବାନ ବିଷ୍ଣୁ ବାସ କରୁଥିବା ମାନ୍ୟତା ରହିଛି  । ଆଜି ଭାରତରେ ଲୋକମାନେ କଦଳୀ ପତ୍ରରେ ଭୋଜନ କରିବାକୁ ପସନ୍ଦ କରିଥାନ୍ତି  । କଦଳୀ ସ୍ୱାସ୍ଥ୍ୟ ଓ ସୁନ୍ଦରତା ଉଭୟ କ୍ଷେତ୍ରରେ ଲାଭଦାୟକ  । ଏହାର ସେବନରେ ଶରୀରକୁ ତୁରନ୍ତ ଉର୍ଜ୍ଜ ମିଳିଥାଏ  । କଦଳୀ ଖାଇବା ଦ୍ୱାରା ଓଜନ ବଢ଼ିଥାଏ  । ପତଳା ଲୋକଙ୍କ ପାଇଁ କଦଳୀ ଔଷଧରୁ କମ ନୁହେଁ  । କିନ୍ତୁ କଦଳୀ ଚୋପା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ  । ଏହା ବଢ଼ୁଥିବା ଓଜନକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ  । ଯଦି ଏବିଷୟରେ ଆପଣ ଜାଣିନାହାନ୍ତି ତେବେ ଜାଣିବା କଦଳୀ ଚୋପା କିପରି ଓଜନ କମ କରିବାରେ ସାହାଯ୍ୟ କରେ  ।

କଦଳୀ ଚୋପା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ  । ଏହାର ସେବନ କରିବା ଦ୍ୱାରା ଏହା ଶରୀର ଉପରେ ଅନୁକୂଳ ପ୍ରଭାବ ପକାଇଥାଏ  । ବଜାରରେ କଳଦୀ ଚୋପା ପାଉଡର ମଧ୍ୟ ଉପଲବ୍ଧ ହେଉଛି  । ଆପଣ ଚାହିଁଲେ ବି ଏହାକୁ କିଣି ସେବନ କରି ପାରିବେ ନହେଲେ କଳଦୀ କିଣି ତାହାର ଚୋପାକୁ ସେବନ କରି ପାରିବେ  । ବିଶେଷଜ୍ଞଙ୍କ ମତରେ ଯଦି ନିୟମିତ ରୂପରେ କଦଳୀ ଚୋପା ସେବନ କରୁଛନ୍ତି ତେବେ ଆପଣ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ  । ଏଥିରେ ମିଳୁଥିବା ପୋଷାକ ତତ୍ତ୍ୱ ଓଜନ କମାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ  । ଫଳ ଖାଇବା ତୁଳନାରେ ଚୋପାରେ ୧୦ ପ୍ରତିଶତ ଅଧିକ ଫାଇବର ଶରୀରକୁ ମିଳେ  । ପାଚିଲା କଦଳୀ ଚୋପାରେ ଆବଶ୍ୟକ ଏମିନୋ ଏସିଡ ମିଳେ  । ଯାହା ପାଚନ ପ୍ରକିୟାକୁ ସୁସ୍ଥ ରଖେ  । ଏହା ସହିତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମିଳେ  । ଏହା ସେବନରେ ଇମୁନିଟି ସିଷ୍ଟମ ମଜୁବତ ହୋଇଥାଏ  । ଏଥିରେ ଭିଟାମିନ ସି, ଭିଟାମିନ ବି୬, ପୋଟାସିୟମ, ମ୍ୟାଗ୍ନେସିୟମ ମିଳେ  । ଯାହା ସ୍ୱାସ୍ଥ୍ୟ ଓ ସୁନ୍ଦରତା ଉଭୟ ପାଇଁ ଲାଭଦାୟକ  । ଫାଇବର ପାଚନ ତନ୍ତ୍ରକୁ ମଜବୁତ କରିଥାଏ  ।

କେତେକ ପରୀକ୍ଷାରେ କଦଳୀ ଚୋପା ସୁପର ଫୁଡ କୁହାଯାଇଛି  । ଏହାକୁ ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ  । କଦଳୀ ଚୋପାକୁ ଫୁଟାଇ ଏହାର ଘୋଷ ପ୍ରସ୍ତୁତ କରି ସେବନ କରି ପାରିବେ  । ଏହାଛଡ଼ା କଞ୍ଚା କଦଳୀ ଚୋପାକୁ ଭାଜି ମଧ୍ୟ ସେବନ କରି ପାରିବେ  ସେଥିପାଇଁ ପ୍ରଥମେ କଦଳୀ ଚୋପାକୁ ଭଲ ଭାବରେ ଧୋଇ ନେବା ଉଚିତ  । 

Post a Comment

0Comments

Post a Comment (0)