ବେଞ୍ଜାମିନ ଫ୍ରାଙ୍କଲିନ Benjamin Franklin Biography In Odia

@_ustad
0
Benjamin Franklin

Biography Of Benjamin Franklin In Odia

ବେଞ୍ଜାମିନ ଫ୍ରାଙ୍କଲିନ ଏକାଧାରରେ ଜଣେ ସଫଳ ବୈଜ୍ଞାନିକ, ଉଦ୍ଭାବକ, ରାଜନୀତିଜ୍ଞ, ପଲିମାଥ, ପ୍ରିଣ୍ଟର ଭାବେ ଜଣାଶୁଣା । ଇଲେକ୍ଟ୍ରିକାଲ ସାଇନ୍ସ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ବେଞ୍ଜାମିନ ଫ୍ରାଙ୍କଲିନ ନିଜ କାଇଟ ପରୀକ୍ଷଣର ତିନି ବର୍ଷ ପୂର୍ବରୁ ଲାଇଟିଙ୍ଗ ରଡ ମଧ୍ୟ ଉଦ୍ଭାବନ କରିଥିଲେ । ଯାହା ବିଜୁଳି ପ୍ରଭାବରେ କ୍ଷତିଗ୍ରସ୍ତ ହେଉଥିବା ଘର ବା ବଡ ବଡ ଅଟ୍ଟାଳିକାକୁ ସୁରକ୍ଷା ଦେଇଥାଏ । 1748 ମସିହାରେ କୌଣସି ବୈଦ୍ୟୁତିକ ଉପକରଣ ଲାଗି ବ୍ୟାଟେରୀ ନାମର ବ୍ୟବହାର ବେଞ୍ଜାମିନ ପ୍ରଥମ କରିଥିଲେ ।

ବିଦ୍ୟୁତ ବିଜ୍ଞାନୀ ବେଞ୍ଜାମିନ:

ବେଞ୍ଜାମିନ ଫ୍ରାଙ୍କଲିନଙ୍କ ପୂରା ଜୀବନ ସମାଜ ପାଇଁ ଖୁବ ପ୍ରେରଣାଦାୟୀ । ଆମେରିକା ରାଷ୍ଟ୍ରନିର୍ମାତା ମଧ୍ୟରୁ ସେ ଅନ୍ୟତମ । 1706 ମସିହା ଜାନୁଆରୀ 17 ତାରିଖ ଆମେରିକା ବୋଷ୍ଟନ ସହରର ମାସାଚୁସେଟ୍ସରେ ଏହି ମହାନ ବ୍ୟକ୍ତିତ୍ବଙ୍କ ଜନ୍ମ । ବେଞ୍ଜାମିନଙ୍କ ପିତା ଜୋସିଆ ଫ୍ରାଙ୍କଲିନଙ୍କ ସାବୁନ ଓ ମହମବତୀ ପ୍ରସ୍ତୁତ କରୁଥିଲେ । ସେ ଦୁଇ ବିବାହ କରିଥିଲେ ଏବଂ ତାଙ୍କର ମୋଟ 17ଟି ସନ୍ତାନ ଥିଲା । ଯେଉଁଥିରେ ବେଞ୍ଜାମିନଙ୍କ ସ୍ଥାନ ଥିଲା 15 । ପିତାଙ୍କ ସୀମିତ ରୋଜଗାର ମଧ୍ୟରେ 17ଟି ପିଲାଙ୍କ ଲାଳନପାଳନ କରିବା ବହୁତ କଷ୍ଟସାଧ୍ୟ ଥିଲା । ଏଣୁ ଦୁର୍ବଳ ଆର୍ଥିକ ସ୍ଥିତି କାରଣରୁ ବେଞ୍ଜାମିନ ମାତ୍ର 10 ବର୍ଷ ବୟସରେ ସ୍କୁଲ ପାଠ ପଢା ଛାଡିଥିଲେ ଏବଂ ଘରେ ରହି ପଢିବା ଆରମ୍ଭ କରିଥିଲେ । ସ୍କୁଲ ଛାଡିବା ଯୋଗୁଁ ସେ ନିଜ ପିତାଙ୍କୁ କାର୍ଯ୍ୟରେ ସହଯୋଗ କରିବା ସହ ନିଜ ଭାଇଙ୍କୁ ମଧ୍ୟ ପ୍ରିଣ୍ଟିଙ୍ଗ କାମରେ ସାହାର୍ଯ୍ୟ କରୁଥିଲେ ।

ଆହୁରି ପଢ଼ନ୍ତୁ: ଆଲେକଜାଣ୍ଡାର ଗ୍ରାହାମ ବେଲ ଟେଲିଫୋନର ଜନକ Alexander Graham Bell Biography In Odia

21 ବର୍ଷରେ ବେଞ୍ଜାମିନ ବିଶ୍ବରେ ପ୍ରଚଳିତ ସମସ୍ୟା ଉପରେ ଚର୍ଚ୍ଚା କରିବା ପାଇଁ ଏକ ଗୋଷ୍ଠୀ ଗଠନ କରିଥିଲେ । ଏହି ଗୋଷ୍ଠୀର ସଦସ୍ୟଙ୍କୁ ପୁସ୍ତକ ପଢିବାକୁ ଭଲ ଲାଗୁଥିଲା । ମାତ୍ର ସେ ସମୟରେ ସହଜରେ ପୁସ୍ତକ ଉପଲବ୍ଧ ହେଉନଥିଲା । ଏଣୁ ବେଞ୍ଜାମିନ ନିଜ ସହଯୋଗୀଙ୍କ ସହ ମିଶି ଫିଲାଡେଲଫିଆରେ ଏକ ଛୋଟ ଲାଇବ୍ରେରୀ ନିର୍ମାଣ କରିଥିଲେ । ଯେଉଁଠାରେ ବର୍ତ୍ତମାନ 5 ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟବାନ ପୁସ୍ତକ ରହିଛି । ଅଧାରୁ ସ୍କୁଲ ଛାଡିଥିଲେ ମଧ୍ୟ ବେଞ୍ଜାମିନ ଇଂରାଜୀ, ଫ୍ରେଞ୍ଚ, ଲାଟିନ, ଇଟାଲିଆନ ଓ ସ୍ପେନିଶ ଭାଷାରେ ପାରଙ୍ଗମ ଥିଲେ ।

ଯେତେବେଳେ ବେଞ୍ଜାମିନ ଫ୍ରାଙ୍କଲିନ ଜାଣିଲେ ବିଜୁଳି ଖସିବା ଦ୍ବାରା ବଡ ବଡ ଅଟ୍ଟାଳିକାଗୁଡିକରେ ବ୍ୟାପକ କ୍ଷୟକ୍ଷତି ଘଟିଥାଏ, ସେହି ସମୟରେ ସେ ଲାଇଟିଙ୍ଗ ରଡ ଆବିଷ୍କାର କରିଥିଲେ । ଯାହା ବିଜୁଳି ପ୍ରଭାବରୁ ଉଚ୍ଚ ଅଟ୍ଟାଳିକାକୁ ରକ୍ଷା କରିବା ପାଇଁ ବଡ ସାଧନ ଥିଲା । ଇଲେକ୍ଟ୍ରିକସିଟି କ୍ଷେତ୍ରରେ ତାଙ୍କର ବହୁତ ଆଗ୍ରହ ଥିଲା । ଏଣୁ ସେ ବୈଦ୍ୟୁତିକ ବିଜ୍ଞାନ କ୍ଷେତ୍ରରେ ପରୀକ୍ଷଣ ବେଳେ ଦୁଇ ଥର ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଥିଲେ । ଏହାବ୍ୟତୀତ ସେ ବାଇଫୋକାଲସ, ରକିଙ୍ଗ ଚେୟାର, ଫ୍ରାଙ୍କଲିନ ଷ୍ଟୋଭ ଆଦି ଉଦ୍ଭାବନ କରିଥିଲେ । ଯାହା ତାଙ୍କୁ ସାରା ବିଶ୍ବରେ ପ୍ରତିଷ୍ଠିତ କରିପାରିଛି।


For Latest Quiz, Gk Join Our Telegram Channel @Gk_Odia (ODISHA GK) Click here




Post a Comment

0Comments

Post a Comment (0)