ayurvedic dengue treatment Odia, dengue ayurvedic treatment in Odia, ayurvedic medicine dengue treatment Odia, dengue fever symptoms ayurvedic treatment.Odia, dengue treatment ayurvedic medicine Odia, dengue treatment by ayurveda Odia, ayurvedic treatment for dengue fever Odia, dengue fever ayurvedic treatment in Odia Odia, dengue treatment in ayurveda Odia, ayurvedic treatment of dengue, ayurvedic treatment to dengue fever in Odia, dengue fever ayurveda treatment in Odia, ayurvedic medicine for dengue fever Odia
ଡେଙ୍ଗୁ ଜ୍ଵର
ସଂପ୍ରତି ପାରିପାର୍ଶ୍ୱିକ କାରଣ ଯୋଗୁଁ ବିଭିନ୍ନ ରୋଗ ଦେଖାଦେଉଛି । ଏହା ମଧ୍ୟରେ ଡେଙ୍ଗୁଜ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଛି। ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏହାକୁ ଦଣ୍ଡକ ଜ୍ଵର ବୋଲି କୁହାଯାଏ । ଏହାର କାରଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଅଭାବରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଣୁ ଏହାର ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଚିକିତ୍ସା କରିବା ଆବଶ୍ୟକ ।
ବହୁ ପୁରୁଣା କାଳରୁ ଡେଙ୍ଗୁ ଜ୍ଵରର ଚିକିତ୍ସା ଆମଦେଶରେ ରହିଛି । ଏଣୁ ରୋଗୀ ଭୟଭୀତ ନ ହୋଇ ଡେଙ୍ଗୁ ଜ୍ଵରର ଲକ୍ଷଣ ଦେଖିବା କ୍ଷଣି ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ । ଏଡିସ୍ ଇଜିପ୍ଟ ନାମକ ମଶା କାମୁଡିଲେ ଏହି ରୋଗ ହୁଏ । ଶିଶୁ ଓ ବୟସ୍କଙ୍କୁ ଏହି ରୋଗ ହୁଏ । ସୁସ୍ଥ ବ୍ୟକ୍ତିକୁ ଡେଙ୍ଗୁ ଭୁତାଣୁ ବାହକ ମଶା କାମୁଡିଲେ, ଭୂତାଣୁ ରକ୍ତକୁ ଯାଇ ଏହି ରୋଗ ସୃଷ୍ଟିକରେ । ପ୍ରତିବର୍ଷ ପ୍ରାୟ ୧୦୦ ମିଲିୟନ ଲୋକ ଏଥିରେ ଆକ୍ରାନ୍ତ ହୋଇ ପୃଥିବୀରେ ପ୍ରାଣ ହରାଇଥାନ୍ତି । ମଶା କାମୁଡିବାର ତିନିଦିନ ପରେ ଏହି ରୋଗ ଆରମ୍ଭ ହୋଇଯାଏ । ଅତିଦୁର୍ବଳ ବୋଧ ହୁଏ ।
ଅତ୍ୟଧିକ ଜ୍ଵର ହୁଏ । ତୀବ୍ର ମୁଣ୍ଡବ୍ୟଥା, ଚକ୍ଷୁର ପଛ ଭାଗ ତୀବ୍ର ବ୍ୟଥା ହୁଏ । ଅରୁଚି, ବାନ୍ତି, ଅଗ୍ନିମାଦ୍ୟ, ପାଦ , ଗୋଡ ଓ ଦେହରେ ନାଲି ଦାଗ ଦେଖାଯାଏ । ଜ୍ଵରର ତିନି ଚାରି ଦିନ ପରେ ଗଣ୍ଠି ଦରଜ ଓ ଫୁଲା ହୁଏ । ଦଶ ଦିନ ବେଳକୁ ଡେଙ୍ଗୁର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ । ଯେଉଁ ସବୁ ନାଲି ଦାଗ ଦେଖା ଯାଏ , ତାହାର କାରଣ ଶିରା ଜାଲକ ଫାଟି ରକ୍ତ ସ୍ରାବ ହେବା । ଏହି ଭୂତାଣୁ ରକ୍ତ କଣାରେ ଥିବା ଅଣୁ ଚକ୍ରିକାକୁ ନଷ୍ଟ କରିଦିଅନ୍ତି । ଶରୀରର ସବୁ ମାର୍ଗରୁ ରକ୍ତସ୍ରାବ ହୋଇ ମୃତ୍ୟୁ ହୁଏ । ଏଣୁ ରୋଗ ଆରମ୍ଭରୁ ଏହାରଚିକିତ୍ସା ଆବଶ୍ୟକ ।
ପ୍ରତିକାର
ମଶା ଜନ୍ମ ନ ନେବା ପାଇଁ ପରିବେଶ ସଫା ରଖିବା ଉଚିତ । ମଶାକାମୁଡାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମଶାରୀ ଟାଣି ଶୋଇବା ଆବଶ୍ୟକ ।
ଚିକିତ୍ସା
ଏହା ଭଲ ହେବାକୁ ଦୁଇ ସପ୍ତାହ ଲାଗେ । ଭୟ ଓ ମୂର୍ଚ୍ଛା ଦେଖାଗଲେ ଇଲେକ୍ଟ୍ରୋଲାଇଟ ଘୋଳ ଯଥେଷ୍ଟ ଦେବାକୁ ହୁଏ । ଜ୍ୱର କମିବା ଯାଏଁ ମୁଣ୍ଡକୁ ଧୋଇବେ କିମ୍ବା ଥଣ୍ଡା ଲୁଗା ମୁଣ୍ଡରେ ରଖିବେ । ୨ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ସହ ହିଙ୍ଗୁଳେଶ୍ଵର ରସ ୧୨୫ ମି.ଗ୍ରା, ମହା ସୁଦର୍ଶନ, ଘନ ବଟି ଦୁଇଟି ମନ୍ଦୁ ଓ ଫୁଟା ପାଣି ସହ ଦେବେ । ତୁଳସୀ ରସ ବାରମ୍ବାର ଦେବେ । ଅମୃତାରିଷ୍ଟ ୨୦ ମିଲି.ଲେଖାଏଁ ଥଣ୍ଡା ପାଣି ସହ ପାଞ୍ଚଥର ଦିନରେ ଖାଇବେ । ରକ୍ତ ସ୍ରାବ ହେଲା, ଦୂବରସ କିମ୍ବା ଅଁଳାରସ ବା ଉଭୟ ୨୦ ମିଲି ଲେଖୋଏଁ ଦେବେ । ଅଣୁ ଚକ୍ରିକା ବଢିବା ପାଇଁ ଅମୃତଭଣ୍ଡା ପତ୍ରରସ ୫୦ ମିଲି ଲେଖାଏଁ ଦୁଇ ତିନିଥର ଦେବେ । ଶୁଖିଲା ଖାଦ୍ୟ, ଦହି, ରାଗ, ଖଟା ଦେବେନାହିଁ।