ଗୁରୁ କିଏ? | WHO IS SPIRITUAL MASTER?

@_ustad
0

ଗୁରୁ କିଏ? ତାଙ୍କର ଜୀବନରେ କ’ଣ ମହତ୍ତ୍ୱ ରହିଛି? ଯେତେବେଳେ ମନରେ ଏହି ପ୍ରଶ୍ନ ବା ଜିଜ୍ଞାସା ଜାତହୁଏ, ସେତେବେଳେ ପୁସ୍ତକ, ଗ୍ରନ୍ଥ ଅଥବା ଲୋକମାନେ ଏକମାତ୍ର ଉତ୍ତରର ସମ୍ମୁଖୀନ ହୁଅନ୍ତି କି ଗୁରୁ ଜ୍ଞାନର ଭଣ୍ଡାର ଅଟନ୍ତି। ‘ଗୁ’ ଅର୍ଥାତ୍ ଅନ୍ଧକାର, ‘ରୁ’ ଅର୍ଥାତ୍ ପ୍ରକାଶ, ଯିଏ ଆମକୁ ଅଜ୍ଞାନ ଅନ୍ଧାରରୁ  ଜ୍ଞାନରୂପୀ ପ୍ରକାଶ ଦିଗରେ ଅଗ୍ରସର କରାଇଥାନ୍ତି, ସେ ଗୁରୁ ଅଟନ୍ତି। ଯିଏ ଆମକୁ ବାସ୍ତବିକ, ଆନ୍ତରିକ ଜୀବନ ଆଡକୁ ଉନ୍ମୁଖ କରାଇଥାନ୍ତି, ଜୀବନକୁ ଆଧ୍ୟାତ୍ମିକ ଏବଂ ରୂପାନ୍ତରିତ କରିଥାନ୍ତି ଏବଂ ସେହି ପରମବ୍ରହ୍ମ ପରମେଶ୍ୱରଙ୍କର ସାକ୍ଷାତ୍କାର ଅଥବା ଅନୁଭବ କରାଇବାରେ ଆମକୁ ସହାୟତା ପ୍ରଦାନ କରନ୍ତି। ଯିଏ ଆମକୁ ମୁକ୍ତ କରିବାରେ ଆମର ସହାୟତା କରନ୍ତି, ସେ ଗୁରୁ ପଦବାଚ୍ୟ ।

ଜଣେ ବ୍ୟକ୍ତିଙ୍କ ଜୀବନରେ ଅନେକ ଗୁରୁ ଥାଆନ୍ତି। ବାଲ୍ୟାବସ୍ଥାରେ ପିଲାମାନେ ପ୍ରଥମେ ଗୁରୁକୁଳ ଯାଉଥିଲେ, ଅଧୁନା ସ୍କୁଲ ଯାଉଛନ୍ତି। ବ୍ୟକ୍ତିଙ୍କୁ ଅକ୍ଷର ଜ୍ଞାନ ପ୍ରଦାନକାରୀ ସଜ୍ଜନ ‘ବିଦ୍ୟାଗୁରୁ’  ବୋଲାନ୍ତି। ଅକ୍ଷର ବ୍ରହ୍ମଙ୍କ ସହ ସାକ୍ଷାତ୍କାର କରାଉଥିବା ବିଦ୍ୟାଗୁରୁଙ୍କର ଉପକାର ଅବିସ୍ମରଣୀୟ ଅଟେ।

ବାଳକ ଟିକିଏ ବଡ ହେବାମାତ୍ରେ ତାହାର ଉପନୟନ ସଂସ୍କାର କରାଯାଏ। ଯୁବକ ଅବସ୍ଥା ପ୍ରାପ୍ତ ହେବାରୁ ବିବାହ-ସଂସ୍କାର, ଏହିଭଳି ଷୋଡଶ ସଂସ୍କାର ହିନ୍ଦୁ ସନାତନ ଧର୍ମରେ ପ୍ରଳିତ। ଏ ସମସ୍ତ ସଂସ୍କାରକୁ କରାଉଥିବା ସଜ୍ଜନଙ୍କୁ କୁଳଗୁରୁ ଅବା କୁଳ ପୁରୋହିତ କହନ୍ତି। ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ସଂସ୍କାର ଦ୍ୱାରା ନୂତନ ପରିବର୍ତ୍ତନ ଆଣୁଥିବା କୁଳଗୁରୁଙ୍କର ଉପକାରକୁ ମଧ୍ୟ କଦାପି ପାଶୋରି ହୁଏନାହିଁ।

ବ୍ରହ୍ମାରୀ ଯେତେବେଳେ ଯୁବାବସ୍ଥାରେ ଉପନୀତ ହୁଅନ୍ତି, ସେତେବେଳେ କିଛି ରୋଜଗାର କରିବା ନିମନ୍ତେ ବ୍ୟବସାୟ କିମ୍ବା ନିଜ ମନପସନ୍ଦର କାର୍ଯ୍ୟକ୍ଷେତ୍ରରେ ପ୍ରବୃତ୍ତ ହୋଇଥାନ୍ତି, ତେବେ ତାଙ୍କୁ ନିଜ କ୍ଷେତ୍ରର ଅନୁଭବୀ ବ୍ୟକ୍ତିଙ୍କର ଶରଣାପନ୍ନ ହେବାକୁ ପଡିଥାଏ। ସେଠାରେ ସେ ନିଜର ବ୍ୟବସାୟ ଗୁରୁଙ୍କର ବରଣ କରିଥାନ୍ତି। ବ୍ୟବସାୟ ଗୁରୁ ତାଙ୍କୁ ଆଙ୍ଗୁଠି ଧରି ରୋଜଗାରକ୍ଷମ କରାଇଥାନ୍ତି। ଅତଃ ବ୍ୟବସାୟ ଗୁରୁଙ୍କର ଯୋଗଦାନ ମଧ୍ୟ ଜୀବନରେ ଅବିସ୍ମରଣୀୟ ହୋଇଥାଏ।

ଏହିଭଳି ଭାବେ ବ୍ୟକ୍ତି ଯେତେବେଳେ ଜ୍ଞାନ କ୍ଷେତ୍ରରେ ପରିପକ୍ବ ହୋଇ ଅଧ୍ୟାତ୍ମ ଦିଗକୁ ଯିବାକୁ ଇଚ୍ଛା କରେ, ସେତେବେଳେ ତାକୁ ଅଧ୍ୟାତ୍ମ ଗୁରୁ, ମନ୍ତ୍ର ଗୁରୁ ଅଥବା ଦୀକ୍ଷା ଗୁରୁଙ୍କର ଆବଶ୍ୟକତା ପଡିଥାଏ। ଶିଷ୍ୟର ସନ୍ତାପକୁ ହରଣ କରୁଥିବା ଏଭଳି ମନ୍ତ୍ରଗୁରୁ ଅତ୍ୟନ୍ତ ଦୁଲର୍ଲଭ ଅଟନ୍ତି, କାହିଁକି ନାଁ ସେ ବାସ୍ତବରେ ସର୍ବୋଚ୍ଚ ପରମ ଗୁରୁ ବୋଲାନ୍ତି। ଯଥା-

ମନ୍ତ୍ରଦାତା ଗୁରୁଃ ପ୍ରୋକ୍ତୋ ମନ୍ତ୍ରସ୍ତୁ ପରମୋଗୁରୁଃ।

ମନ୍ତ୍ର (ଦୀକ୍ଷା) ଗୁରୁ ବ୍ୟକ୍ତିକୁ ପରମୋଚ୍ଚ କଲ୍ୟାଣ ମାର୍ଗକୁ ନେଇଯାନ୍ତି ତଥା ବ୍ୟକ୍ତିର ଜୀବନକୁ ଭୌତିକ ଏବଂ ଆଧ୍ୟାତ୍ମିକ ସୁଖରେ ପରିପୂର୍ଣ୍ଣ କରିଦିଅନ୍ତି। ଏସବୁ ବ୍ୟତିରେକ ମଧ୍ୟ ବ୍ୟକ୍ତି ଜୀବନରେ ଅନେକ ଗୁରୁ ଥାନ୍ତି। ଯାହାଙ୍କଠାରୁ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବରେ କିଛି ଶିକ୍ଷା ଆହରଣ କରାଯାଏ, ଭାରତୀୟ ସଂସ୍କୃତିରେ ସେ ଗୁରୁ ବୋଲାନ୍ତି। ଗୁରୁ ଜଡତାରୁ ଜ୍ଞାନ ଆଡକୁ, କାଳିମାରୁ ଶୁଭ ଦିଗକୁ, ଅସୁରକ୍ଷାରୁ ସୁରକ୍ଷା ଦିଗକୁ, ଖରାପରୁ ଭଲ ଦିଗକୁ, ବ୍ୟଷ୍ଟିରୁ ସମଷ୍ଟି ଦିଗକୁ, ମୃତୁ୍ଯରୁ ଅମରତ୍ୱ ଦିଗକୁ, ବ୍ୟାଧିରୁ ସମାଧି ଦିଗକୁ ଆଗେଇ ନେବାରେ ସହାୟକ ହୋଇଥାନ୍ତି। ଯେଉଁ ଗୁରୁ ଅବିଦ୍ୟା, ଅସଂଯମ, ଅନାଚାର, କଦାଚାର, ଦୁରାଚାର, ପାପାଚାର ଆଦିରୁ ମୁକ୍ତି ପ୍ରଦାନ କରନ୍ତି, ସେହି ଗୁରୁ ଚିର ନମସ୍ୟ। ସମ୍ପ୍ରତି ସମାଜକୁ ସେହି ଗୁରୁଙ୍କର ଆବଶ୍ୟକତା ରହିଛି। ଏଥିପାଇଁ ତାଙ୍କୁ ତାଙ୍କର ନିଜ ରୂପକୁ ଉତ୍ତମରୂପେ ଅବଗତ ହେବା ଆବଶ୍ୟକ।

ଗୁରୁ ସେ ଅଟନ୍ତି, ଯାହାଙ୍କର ପ୍ରଜ୍ଞା ଜାଗ୍ରତ ହୋଇଯାଏ। ଅଧ୍ୟାତ୍ମ କ୍ଷେତ୍ରରେ ଗୁରୁ ଯିଏ ବହୁତ ବୁଦ୍ଧିମାନ ସେ ଗୁରୁ ନୁହଁନ୍ତି। ଆଜୀବିକା ପ୍ରଦାନ କରୁଥିବା ଶିକ୍ଷା କ୍ଷେତ୍ରରେ ଗୁରୁ ବୁଦ୍ଧିମାନ ହୋଇପାରନ୍ତି। ଅଧ୍ୟାପକ ଅଥବା ପ୍ରାଧ୍ୟାପକ ଗୁରୁ ହୋଇପାରନ୍ତି। କିନ୍ତୁ ଅଧ୍ୟାତ୍ମ କ୍ଷେତ୍ରରେ ଏକମାତ୍ର ବୁଦ୍ଧିମାନ ବ୍ୟକ୍ତି ଗୁରୁ ହୋଇ ନପାରନ୍ତି। ଏ କ୍ଷେତ୍ରରେ ଗୁରୁ ସେ ହୋଇପାରନ୍ତି, ଯିଏ ବୁଦ୍ଧିର ସୀମା ପାର କରି ପ୍ରଜ୍ଞାର ସୀମାରେ ପ୍ରବେଶ କରିଯାନ୍ତି। ଗୋଟିଏ ଦିଗରେ ରହିଛି ବୁଦ୍ଧି ଆଉ ଅନ୍ୟ ଦିଗରେ ରହିଛି ପ୍ରଜ୍ଞା। ବୁଦ୍ଧିର ସୀମାକୁ ଭାଙ୍ଗି ପ୍ରଜ୍ଞାର ସୀମାକୁ ଚାଲିଯିବା, ଗୁରୁତ୍ୱର ଲକ୍ଷଣ ଅଟେ। ସେହି ବ୍ୟକ୍ତି ବୁଦ୍ଧିର ସୀମାକୁ ଲଂଘନ କରି ପ୍ରଜ୍ଞାର ସୀମାରେ ପ୍ରବେଶ କରିପାରେ, ଯିଏ ସମର୍ପଣକୁ ସାଧି ନେଇଥାନ୍ତି। ଯାହାକୁ ସମର୍ପଣର ସୂତ୍ର ମିଳିନାହିଁ, ଯିଏ ସମର୍ପଣର ମୂଲ୍ୟ ଜାଣିନାହାଁନ୍ତି, ଯିଏ ସମର୍ପଣକୁ ସାଧି ନାହାଁନ୍ତି, ସେହି ବ୍ୟକ୍ତି ବୁଦ୍ଧିରୁ ଦୂରେଇଯାଇ ପ୍ରଜ୍ଞାରେ ପ୍ରତିଷ୍ଠିତ ହୋଇପାରେ ନାହିଁ। ଏଥିପାଇଁ ପ୍ରଜ୍ଞାର ଦ୍ୱାର ସବୁବେଳ ପାଇଁ ବନ୍ଦ ହୋଇଥାଏ। ପ୍ରଜ୍ଞାରେ ପ୍ରବେଶ କରିବା ତାଙ୍କ ପାଇଁ ନିଷିଦ୍ଧ ହୋଇଥାଏ। ଗୁରୁ କୌଣସି ବ୍ୟକ୍ତି ନୁହଁନ୍ତି। ସେ ଆତ୍ମଦର୍ଶନ ଏବଂ ଚୈତନ୍ୟର ମହାଯାତ୍ରାର ସହଯାତ୍ରୀ ହୋଇଥାନ୍ତି, ସହଯୋଗୀ ହୋଇଥାନ୍ତି। ଯଦି ସେ କୌଣସି ବ୍ୟକ୍ତି ହୋଇଥିବେ, ବୁଦ୍ଧିସ୍ତରରେ ଜୀବିତ ରହୁଥିବା ମନୁଷ୍ୟ ହୋଇଥିବେ, ତେବେ କଦାପି ତାଙ୍କ ପ୍ରତି ସମର୍ପଣ ଭାବ ଆସିବ ନାହିଁ, ସେ ଗୁରୁ ଆସନରେ ଅଧିଷ୍ଠିତ ହୁଅନ୍ତୁ ପଛକେ ଏପରି ଭାବ ଜାଗ୍ରତ ହେବନାହିଁ। ଗୁରୁଙ୍କ ପ୍ରତି ସେତେବେଳେ ସମର୍ପଣ ଭାବ ଜାଗ୍ରତ ହେବ, ଯେତେବେଳେ ଗୁରୁ ସ୍ୱୟଂ ଆତ୍ମଦର୍ଶନ ଅଥବା ଅଧ୍ୟାତ୍ମ ଯାତ୍ରା କରିବେ, ଚୈତନ୍ୟର ମହାପଥରେ ପ୍ରସ୍ଥିତ ହେବେ। ସେହି ଆତ୍ମା ପ୍ରତି ସର୍ବାତ୍ମା ସମର୍ପିତ ହୋଇଯିବେ। ଏଥିପାଇଁ ଗୁରୁଙ୍କ ପ୍ରତି ସମର୍ପଣ, ସତ୍ୟ ପ୍ରତି ସମର୍ପଣ, ଆତ୍ମଦର୍ଶନ ପ୍ରତି ସମର୍ପଣ ଅବା ଚୈତନ୍ୟ ପ୍ରତି ସମର୍ପଣ-ଏସମସ୍ତ ପର୍ଯ୍ୟାୟବାୀ ବୋଲାନ୍ତି। ଏସବୁ ମଧ୍ୟରେ କୌଣସି ପ୍ରଭେଦ ନଥାଏ।

ଗୁରୁ ଶବ୍ଦକୁ ବିଭିନ୍ନ ବ୍ୟାକରଣବିଦ୍, ଶିକ୍ଷାବିଦ୍ ଏବଂ ତତ୍ତ୍ୱମୀମାଂସକମାନେ ଅନେକ ବିଧି ବିଶ୍ଳେଷିତ ଏବଂ ପରିଭାଷିତ କରିଛନ୍ତି, ଯେଉଁଠାରେ ସାମାନ୍ୟ ଅର୍ଥରେ ଗୁରୁ ଶିକ୍ଷକ, ଅଧ୍ୟାପକ, ମାଷ୍ଟର ଇତ୍ୟାଦିର ରୂପାନ୍ତର ଅଟନ୍ତି। ବସ୍ତୁତଃ ଗୁରୁ ବ୍ୟବହାର, କ୍ରିୟାକଳାପ, ରହଣିସହଣି, ଆାରବିାର, ବେଶଭୂଷା, ନୈତିକ ମୂଲ୍ୟ, ଜୀବନାଦର୍ଶ ତଥା ସତ୍ ପ୍ରବୃତ୍ତି ସମୂହର ପ୍ରତିଦର୍ଶ ହୋଇଥାନ୍ତି ଯାହାଙ୍କର ସଦ୍ଆରଣ ଜୀବ ଏବଂ ଜଗତ ପାଇଁ ଅନୁକରଣୀୟ, ବନ୍ଦନୀୟ ଏବଂ ଅଭିନନ୍ଦନୀୟ ଅଟେ। କୁହାଯାଇଛି କି, ସେହି ଗୁରୁଙ୍କୁ ନମସ୍କାର ଯିଏ ଅନ୍ଧକାରରୁ ଆଲୋକ ଆଡକୁ, ଅଜ୍ଞାନରୁ ଜ୍ଞାନ ଆଡକୁ ନେଇଯାନ୍ତି। ଯିଏ ଆମ ଚିତ୍ତବୃତ୍ତି ସମୂହକୁ ସ୍ଥାୟିତ୍ୱ ପ୍ରଦାନ କରିଥାନ୍ତି, ଯିଏ ଆମ ସଂସ୍କାରକୁ ପରିଷ୍କାର କରିଥାନ୍ତି। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଗୁରୁଙ୍କର ମହତ୍ତ୍ୱର ଆବଶ୍ୟକତା ରହିଛି। ଏଥିପାଇଁ ଗୁରୁ ଶବ୍ଦ, ବ୍ୟାପକ ଅର୍ଥରେ ଦକ୍ଷତା, କୁଶଳତା, ପ୍ରବୀଣତା, ଆଧିପତ୍ୟ, ମାଷ୍ଟର ଆଦି ଅନେକ ବିଶେଷଣରେ ଯୁକ୍ତ ଅଟନ୍ତି ଯିଏ ସାମାଜିକ ସେବାକୁ ଧାର୍ମିକ ସେବା ରୂପେ ସ୍ୱୀକାର କରନ୍ତି।

ପ୍ରତ୍ୟେକ ଯୁଗରେ କୌଣସି ନାଁ କୌଣସି ଗୁରୁଙ୍କର  ଅମୃତବାଣୀ ହିମାଳୟର କୈଳାଶ ଶିଖରରେ ଗୁଞ୍ଜରିତ ହେଉଅଛି। ସଦ୍ଗୁରୁ ଯେତେବେଳେ ବି କିଛି କହନ୍ତି, ଏମିତି ଲାଗେ ଯେମିତି ସେ କୈଳାଶ ଶିଖରରୁ ଜ୍ଞାନର ଧାରା ପୃଥିବୀ ଉପରେ ପ୍ରବାହିତ କରୁଛନ୍ତି। ସଦ୍ଗୁରୁଙ୍କ ଜ୍ଞାନଧାରାରେ ସମସ୍ତ ରଙ୍ଗସହ ଯୁକ୍ତ ଇନ୍ଦ୍ରଧନୁ ମଧ୍ୟ ଶୋଭାୟମାନ ହୋଇଥାଏ। ବେଦସମୂହର ଜ୍ଞାନ, ଯୋଗର ବିଜ୍ଞାନ, ଭକ୍ତିର ଭାବ, କର୍ତ୍ତବ୍ୟକର୍ମର ନିର୍ଦ୍ଦେଶ, ସମ୍ବନ୍ଧର ମର୍ଯ୍ୟାଦାର ମନୋବିଜ୍ଞାନ, ଇତିହାସର ଗୌରବଗାନ, ଈଶ୍ୱରଙ୍କର ସହଜ ପ୍ରାପ୍ତିର ଆତ୍ମବିଜ୍ଞାନ ସମାହିତ ହୋଇଥାଏ।

ଗୁରୁ ସୁଧାରବାଦୀ ଦୃଷ୍ଟି, ଉଦାରବାଦୀ ହୃଦୟ, ଆଦର୍ଶର ବ୍ୟାବହାରିକ ପକ୍ଷ ଏବଂ ଯୁଗର ବାଣୀ ହୋଇ ପରିଭାଷିତ ହୋଇଥାନ୍ତି। ତାଙ୍କର ଶବ୍ଦ ନୂତନ ପରିଭାଷାକୁ ଜାଗ୍ରତ କରିଥାଏ। ସେ ଫୁଲରୁ ସୁନ୍ଦର, ସଙ୍ଗୀତରୁ ମଧୁର, ଆକାଶରୁ ଉଚ୍ଚ ଏବଂ ସାଗରରୁ ଗଭୀର, କୋମଳତାରୁ ମଧ୍ୟ କୋମଳ, ପବିତ୍ରରୁ ମଧ୍ୟ ପବିତ୍ର, ଆକର୍ଷକରୁ ଅଧିକ ମୋହକ ଅଟନ୍ତି, ଯିଏ ନିର୍ଦ୍ଦେଶକ ଅଟନ୍ତି, ପଥ ପ୍ରଦର୍ଶକ ଅଟନ୍ତି, ଆତ୍ମୀୟ ଅଟନ୍ତି, ନିଜର ଆପଣାର ଅଟନ୍ତି, ନିଜ ଲୋକଙ୍କ ଠାରୁ ମଧ୍ୟ ଆହୁରି ନିଜର ଅଟନ୍ତି। ଯିଏ ଏହି ଧରାପୃଷ୍ଠରେ ସ୍ୱର୍ଗର ବାର୍ତ୍ତାରୂପେ ଆସିଛନ୍ତି, ଯିଏ ଆମର କଲ୍ୟାଣପାଇଁ ସତତ ପ୍ରୟାସ କରୁଛନ୍ତି, ଯାହାଙ୍କର ପ୍ରାର୍ଥନା କେବଳ ଭକ୍ତଙ୍କର କଷ୍ଟ ହରଣ ନିମିତ୍ତ ଗୁଞ୍ଜରିତ ହୋଇଥାଏ। ସେହି ଶକ୍ତିକୁ ଆମେ ସଦ୍ଗୁରୁଙ୍କ ନାମରେ ଅବଗତ ହୋଇଥାଉ।

ଶାସ୍ତ୍ରସମୂହରେ ଗୁରୁଙ୍କର ଅନେକ କାର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି। ଯେପରି-‘ଗରତି ସିଶ୍ରତି କର୍ଣ୍ଣୟୋର୍ଜ୍ଞାନାମୃତମ୍ ଇତି ଗୁରୁଃ’-ଅର୍ଥାତ୍ ଯିଏ ଶିଷ୍ୟ ଅଟନ୍ତି ସେ ଗୁରୁ ଅଟନ୍ତି। ‘ଗୃଣାତି ଧର୍ମାଦିରହସ୍ୟମ୍ ଇତି ଗୁରୁ’ ଅର୍ଥାତ୍ ଯିଏ ଶିଷ୍ୟ ପ୍ରତି ଧର୍ମାଦି ଜ୍ଞାତବ୍ୟ ତଥ୍ୟସମୂହର ଉପଦେଶ ପ୍ରଦାନ କରନ୍ତି ସେ ଗୁରୁ ଅଟନ୍ତି। ‘ଗିରତି ଅଜ୍ଞାନାନ୍ଧକାରମ୍ ଇତି ଗୁରୁ’-ଅର୍ଥାତ୍ ଯିଏ ନିଜର ସଦୁପଦେଶ ମାଧ୍ୟମରେ ଶିଷ୍ୟର ଅଜ୍ଞାନରୂପୀ ଅନ୍ଧକାରକୁ ନଷ୍ଟ କରିଦିଅନ୍ତି, ସେ ଗୁରୁ ଅଟନ୍ତି।

‘ଗାରୟତେ ବିଜ୍ଞାପୟତି ଶାସ୍ତ୍ର ରହସ୍ୟମ୍ ଇତି ଗୁରୁଃ’ ଅର୍ଥାତ୍ ଯିଏ ବେଦାଦି ଶାସ୍ତ୍ରସମୂହର ରହସ୍ୟକୁ ଅବଗତ କରାଇଦିଅନ୍ତି ସେ ଗୁରୁ ଅଟନ୍ତି। ଏହି ଧରାବକ୍ଷରେ ଯେତେବେଳେ ଭଗବାନ ଅବତାର ଧାରଣକଲେ ସେତେବେଳେ ତାଙ୍କୁ ମଧ୍ୟ ଗୁରୁଙ୍କ ଆଶ୍ରୟ ଗ୍ରହଣ କରିବାକୁ ପଡିଥିଲା। ରାମ, କୃଷ୍ଣ, ବିବେକାନନ୍ଦ, ଦୟାନନ୍ଦ, କବୀର, ରୈଦାସ ଆଦି ବିଭୂତିସମୂହ ସଦ୍ଗୁରୁ ଦେବଙ୍କ ହସ୍ତରେ ଉଦ୍ଭାସିତ ହୋଇଥିଲା।

ବାସ୍ତବରେ ଗୁରୁଦେବ ଭବରୋଗସମୂହର-ଯନ୍ତ୍ରଣା ସମୂହର ସଞ୍ଜିବନୀ ବୁଟି ଅଟନ୍ତି। ଗୁରୁ, ଶିଷ୍ୟକୁ ପରମାତ୍ମାଙ୍କର ସାକ୍ଷାତ୍କାର କରାଇ ଜନ୍ମ-ମରଣ ବନ୍ଧନରୁ ମୁକ୍ତ କରିଥାନ୍ତି। ମନୁଷ୍ୟ ଏବଂ ଈଶ୍ୱରଙ୍କୁ ଏକତ୍ରିତ କରୁଥିବା ସେତୁ ଏକମାତ୍ର ଗୁରୁ ଅଟନ୍ତି। ଅନ୍ଧକାରରେ ଘୂରିବୁଲିବାପୂର୍ବକ ମନୁଷ୍ୟକୁ ଆତ୍ମଜ୍ଞାନର ମାର୍ଗ ପ୍ରଦର୍ଶନ କରାଇଥାଏ। ଏହି କାରଣରୁ ଗୁରୁଙ୍କୁ ଈଶ୍ୱରଙ୍କଠାରୁ ମଧ୍ୟ ଅଧିକ ମହାନ୍ ବୋଲି ପ୍ରତିପାଦନ କରାଯାଇଛି। ଯେତେବେଳେ ମନୁଷ୍ୟ ଉପରେ ପରମାତ୍ମାଙ୍କର ଅଶେଷ କୃପା ହୁଏ, ସେତେବେଳେ ତା ହୃଦୟରେ ପରମାତ୍ମାଙ୍କୁ ଲାଭ କରିବା ନିମିତ୍ତ ଇଚ୍ଛା ବଳବତ୍ତର ହୋଇଉଠେ। ହେଲେ ତା ସମ୍ମୁଖରେ ଏହି ଗମ୍ଭୀର ସମସ୍ୟା ଉପଗତ ହୁଏ କି, ଈଶ୍ୱର ପ୍ରାପ୍ତିର କେଉଁ ମାର୍ଗକୁ ଆପଣାଇବା ଶ୍ରେୟସ୍କର? କାରଣ ବ୍ୟକ୍ତିର ବୁଦ୍ଧି ଏତେ ପ୍ରଖର ନୁହେଁ ଯେ ସେ ନିଜର ଅନୁକୂଳ ଉିତ ମାର୍ଗର ଚୟନ କରିପାରିବେ। ଏଥିରୁ ଦୂରେଇଲେ ପଥଭ୍ରଷ୍ଟ ହେବାଟା ସାର ହୋଇଥାଏ। ଲକ୍ଷ୍ୟ ପ୍ରାପ୍ତି ହୁଏନାହିଁ। ଏଭଳି ସ୍ଥିତିରେ ଏକମାତ୍ର ସେ ହିଁ ତାକୁ ସତ୍ ମାର୍ଗର ପ୍ରଦର୍ଶନ କରାଇପାରିବେ ଯିଏ ନିଜ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି।

ଶାସ୍ତ୍ରରେ ଗୁରୁଙ୍କର ଲକ୍ଷଣ କହିବା ପୂର୍ବକ ଉଲ୍ଲେଖ କରାଯାଇଛି କି, ଯିଏ କୁଳୀନ ଅଟନ୍ତି, ସଦାଚାରୀ ଅଟନ୍ତି, ଯାହାଙ୍କର ଭାବନା ଶୁଦ୍ଧ ଏବଂ ଇନ୍ଦ୍ରିୟସମୂହ ନିଜ ଅଧୀନସ୍ଥ, ଯିଏ ସମସ୍ତ ଶାସ୍ତ୍ରର ସାର ଉପାସନାକୁ ଅବଗତ ଅଟନ୍ତି। ସମସ୍ତ ଶାସ୍ତ୍ରର ତାତ୍ପର୍ଯ୍ୟ ସ୍ୱରୂପ ବ୍ରହ୍ମଙ୍କୁ ଜାଣନ୍ତି, ଯିଏ ପରୋପକାରୀ ଅଟନ୍ତି, ଯାହାଙ୍କର ବାଣୀ ଅମୋଘ ଅଟେ। ଯିଏ ଜପ-ପୂଜାରେ ସଂଲଗ୍ନ ଅଟନ୍ତି, ଯିଏ କଦାପି ଅଶାନ୍ତ ନୁହଁନ୍ତି, ଯିଏ ବେଦ ଏବଂ ବେଦାର୍ଥର ପାରଦର୍ଶୀ ଅଟନ୍ତି, ଯୋଗମାର୍ଗରେ ଯାହାଙ୍କର ପୂର୍ଣ୍ଣ ପ୍ରଗତି ରହିଛି, ଯିଏ ହୃଦୟକୁ ଦେବତାଙ୍କ ସମାନ ପ୍ରିୟ ଲାଗନ୍ତି ଏବଂ ଯାହାଙ୍କଠାରେ ଅନେକ ଗୁଣ ସ୍ୱାଭାବିକ ରୂପେ ବିଦ୍ୟମାନ ଥାଏ, ସେ ଶାସ୍ତ୍ରସମ୍ମତ ଗୁରୁ ଅଟନ୍ତି। ଗୁରୁଙ୍କଠାରେ ଚାରିପ୍ରକାର ଶୁଦ୍ଧିର ଆବଶ୍ୟକତା ରହିଛି-ଆନୁବଂଶିକ ଶୁଦ୍ଧି, କ୍ରିୟାଗତ ଶୁଦ୍ଧି, ମାନବ ଶୁଦ୍ଧି ଏବଂ ବିଶୁଦ୍ଧ। ଯିଏ ପରମ ଜ୍ଞାନୀ ହୋଇଥିବେ ହେଲେ କିଛି କରୁ ନଥିବେ, ସେ ଗୁରୁ ନୁହଁନ୍ତି ଏବଂ ଯାହାଙ୍କର ଇନ୍ଦ୍ରିୟସମୂହ ଆୟତ୍ତାଧୀନ ନୁହଁନ୍ତି ସେ ମଧ୍ୟ ଗୁରୁ ହେବାପାଇଁ ଯୋଗ୍ୟ ନୁହଁନ୍ତି। ଯାହାଙ୍କର ଦର୍ଶନ ମାତ୍ରକେ ଶ୍ରଦ୍ଧା ଭାବ ଉତ୍ପନ୍ନ ହେଉଥିବ, ସେ ହିଁ ପ୍ରକୃତ ଗୁରୁ ଅଟନ୍ତି।

ଗୁରୁ ଆମ ସତ୍ତାର ବୋଧକରାଇ ଦିବ୍ୟ ଆନନ୍ଦର ବୋଧ କରାଇଦିଅନ୍ତି। ଗୁରୁ ଯେପର୍ଯ୍ୟନ୍ତ ଭୌତିକ ଶରୀରରେ ବିଦ୍ୟମାନ ଥାନ୍ତି, ଶିଷ୍ୟର ଜୀବନ ଉର୍ଦ୍ଧ୍ୱଗାମୀ କରାଇବାପାଇଁ ନିତ୍ୟ ନିରନ୍ତର ପ୍ରୟାସ କରିାଲନ୍ତି ଏବଂ ଯେତେବେଳେ ଭୌତିକ ଶରୀର ତ୍ୟାଗ କରିଦିଅନ୍ତି ସେତେବେଳେ ସେ ନିରନ୍ତର ନିଜର ସୂକ୍ଷ୍ମ ଶରୀର ଦ୍ୱାରା ଶିଷ୍ୟମାନଙ୍କୁ ସହଯୋଗ ଏବଂ ସଂରକ୍ଷଣ କରିାଲନ୍ତି। ଦେଖାଯାଇଛି କି, ଗୁରୁ ଏବଂ ଶିଷ୍ୟଙ୍କର ସମ୍ବନ୍ଧ ଏକାତ୍ମକ ଅନନ୍ୟ ହୋଇଥାଏ। ଏହିଭଳି ଅଦ୍ଭୁତ ଅତୁଟ ସମ୍ବନ୍ଧର ପର୍ବ ଗୁରୁ ପୂର୍ଣ୍ଣିମା ଜାତି-ଧର୍ମରୁ ଊର୍ଦ୍ଧ୍ୱରେ ସ୍ଥିତ। ପ୍ରତ୍ୟେକ ବ୍ୟକ୍ତି ନିଜଠାରୁ ବଡ ପୂଜ୍ୟ ମାତା-ପିତା, ଭାଇ-ଭଉଣୀ ଅଥବା ଶିକ୍ଷକଙ୍କ ପ୍ରତି ସମ୍ମାନ ତଥା ଶ୍ରଦ୍ଧା ବ୍ୟକ୍ତ କରି ଜୀବନକୁ ଅମୃତମୟ କରିପାରନ୍ତି।

ଗୁରୁ ଶିଷ୍ୟକୁ ପରମାତ୍ମାଙ୍କର ସାକ୍ଷାତ୍କାର କରାଇ ଜନ୍ମ-ମରଣ ବନ୍ଧନରୁ ମୁକ୍ତ କରିଦିଅନ୍ତି। ଅନ୍ଧକାରରେ ଘୂରିବୁଲୁଥିବା ମନୁଷ୍ୟଙ୍କୁ ଆତ୍ମଜ୍ଞାନର ମାର୍ଗ ପ୍ରଦର୍ଶିତ କରିଥାନ୍ତି। ଏହି କାରଣରୁ ଗୁରୁଙ୍କୁ ଈଶ୍ୱରଙ୍କଠାରୁ ମଧ୍ୟ ଅଧିକ ମହାନ୍ ବୋଲି ଅଭିହିତ କରାଯାଇଛି।

ଉତ୍ସ-https://mag.aumkar.in/2019/07/01/%e0%ac%97%e0%ad%81%e0%ac%b0%e0%ad%81-%e0%ac%95%e0%ac%bf%e0%ac%8f/

Post a Comment

0Comments

Post a Comment (0)