Biography Of Raghunath Murmu In Odia
ରଘୁନାଥ ମୁର୍ମୁ (୧୮ ମଇ ୧୯୦୫– ୧ ଫେବୃଆରୀ ୧୯୮୨) ଜଣେ ଭାଷା ଓ ଲିପି ଗବେଷକ ଥିଲେ । ସେ ପ୍ରଥମ କରି ଅଲ ଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ନାମରେ ମଧ୍ୟ ଜଣାଶୁଣା । ଏଥି ନିମନ୍ତେ ତାଙ୍କୁ ସାନ୍ତାଳୀ ଭାଷାଭାଷୀ ଲୋକେ ଆଦରରେ "ଗୁରୁ ଗୋମକେ' ବୋଲି ମଧ୍ୟ ଡାକିଥାନ୍ତି । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ୧୯୨୫ରେ ଏହି ଲିପି ସାନ୍ତାଳୀ ଭାଷା ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଥିଲେ । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ଜାମବାଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ ଓ ୨୦୦୭ ମସିହାରେ ମୁର୍ସିଦାବାଦଠାରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ସରକାର ମଧ୍ୟ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରିଛନ୍ତି ।
ରଘୁନାଥ ମୁର୍ମୁ (Raghunath Murmu In Odia)
- ଜନ୍ମ ଓ ଜନ୍ମସ୍ଥାନ-୧୮ ମଇ ୧୯୦୫ (ବୈଶାଖ ପୂର୍ଣ୍ଣମୀ)
- (ଡହରଡିହା) ଦାଣ୍ଡବୋସ, ରାଇରଙ୍ଗପୁର, ମୟୂରଭଞ୍ଜ ଜିଲ୍ଲା
- ମୃତ୍ୟୁ-1 February 1982 (aged 76)
- ଛଦ୍ମନାମ-ଗୁରୁ ଗୋମକେ
- ବୃତ୍ତି-ଚିନ୍ତାନାୟକ, କବି, ଲେଖକ, ଦାର୍ଶନିକ, ନାଟ୍ଯକାର
- ଜାତୀୟତା-ଭାରତୀୟ
- ବିଷୟ-ସାହିତ୍ୟ
- ସାହିତ୍ୟର ଆନ୍ଦୋଳନ-ଅଲ ଚିକି ଲିପିର ଗଠନ
ସାହିତ୍ୟ କୃତି-ଦାରେଗେ ଧାନ''
- ସିଧୁ କାହ୍ନୁ
- ବିଦୁ ଚନ୍ଦନ
- ଖେରବାଳ ବୀର
- "ହିତଲ"
ପ୍ରାରମ୍ଭିକ ଜୀବନ (Early Life Of Raghunath Murmu)
ସେ ମୟୂରଭଞ୍ଜରେ ୧୯୦୫ ମସିହା ବୈଶାଖ ପୂର୍ଣ୍ଣମୀ ତିଥି (୧୮ ମଇ ୧୯୦୫) ରେ ଡହରଡିହା (ଦାଣ୍ଡବୋସ)ଠାରେ ଜନ୍ମ ନେଇଥିଲେ । ସେ ରାଇରଙ୍ଗପୁରର ବଡାମତଳିଆଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ ।
୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁଙ୍କ ଦେହାନ୍ତ ହୋଇଥିଲା ।
ରଚିତ ପୁସ୍ତକ (Book Of Raghunath Murmu)
ପାଠ୍ୟ ପୁସ୍ତକ (Text Book By Raghunath Murmu)
- ଞ୍ଜେଲ ଜଂ ଲାଗିଦ୍ ଅଲ୍
- ଅଲ୍ ଚେମେଦ୍ (ଅକ୍ଷର ଶିକ୍ଷା)
- ପାର୍ସିପୋହା (ଶିଶୁପାଠ)
- ପାର୍ସିଅପାଦ
ନାଟକ ପୁସ୍ତକ (Drama Book By Raghunath Murmu)
- ବିନ୍ଦୁ ଚାନ୍ଦାନ - ୧୯୪୨
- ଦାଳେଗେ ଧନ୍
- ଖେରୱାଳ ବୀର
- ସିଦୁ କାହ୍ନୁ ସାନ୍ତାଳ ହୁଲ୍
- ଦାଳେଗେ ଧନ୍