ଓଡିଶାର ତାଳପତ୍ର ପୋଥି | TALAPATRA POTHI

@_ustad
0
ବିଶ୍ୱବାସୀଙ୍କ ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ କେତେକ ସର୍ବ ପୁରାତନ ତାଳପତ୍ର ପାଣ୍ଡୁଲିପି ମାନଂକ ମଧ୍ୟରୁ “ପରମେଶ୍ୱର ତନ୍ତ୍ର” ହେଉଛି ଅନ୍ୟତମ ,ଯାହାକି ନେପାଳରୁ ଆବିଷ୍କୃତ ଏବଂ ବର୍ତ୍ତମାନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀରେ ସଂରକ୍ଷିତ । ଏହା 828 A.D ର ହିନ୍ଦୁ ଧର୍ମର ଏକ ଶୈବ ଗ୍ରନ୍ଥ ।

ଯେ କୌଣସି ପ୍ରାଚୀନ ସଭ୍ୟତାର ସାଂସ୍କୃତିକ ଇତିହାସ ଅବଲୋକନ କଲେ ତା’ର ବୌଦ୍ଧିକ ସମ୍ପଦ ଗୁଡିକ ଆପଣାଛାଏଁ ପ୍ରକଟ ହୋଇଥାଏ । ସେହି ବୌଦ୍ଧିକ ସମ୍ପଦ ଗୁଡିକର ସଠିକ୍ ଅଧ୍ୟୟନ ସମ୍ପୃକ୍ତ ସଭ୍ୟତାର ଇତିହାସରେ ପ୍ରତିଫଳିତ ହୁଏ । ଏହାର ପ୍ରମାଣ ସ୍ବରୂପ ଭାରତ ଭୂଖଣ୍ଡରେ ରହିଥିବା କାଳଜୟୀ ସ୍ଥାପତ୍ୟ, ସୂକ୍ଷ୍ମାତିସୂକ୍ଷ୍ମ ଭାସ୍କର୍ଯ୍ୟ, ଆକର୍ଷଣୀୟ ଚିତ୍ରକଳା ତଥା ଜ୍ଞାନର ଭଣ୍ଡାର ସଦୃଶ ପାଣ୍ଡୁଲିପି ବିଭବର ସାମୂହିକ ଉଦାହରଣ ଯଥେଷ୍ଟ ।

ଶୁଖିଲା ତାଳ ପତ୍ର ଉପରେ ଲେଖାଯାଇଥିବା ପାଣ୍ଡୁଲିପି ଗୁଡ଼ିକୁ ଅନ୍ୟ ଭାବରେ ପୋଥି ବୋଲି ମଧ୍ୟ ସମ୍ବୋଧନ କରାଯାଏ। ତାଳ ପତ୍ର ଦକ୍ଷିଣ ଏସିଆରେ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ( କିମ୍ବା ସମ୍ଭବତଃ ତାହାର କିଛି ପୂର୍ବରୁ) ଲେଖା ସାମଗ୍ରୀ ଭାବରେ ବ୍ୟବହୃତ ହେବା ଆରମ୍ଭ ହୋଇଥିଲା ବୋଲି ବିଶ୍ଵାସ କରାଯାଏ। ତେବେ ସେ ଯାହାହେଉ ତାଳ ପତ୍ର ଉପରେ ଖୋଦିତ ଲେଖା ଆରମ୍ଭ ହେବାର ନିର୍ଦ୍ଦିଷ୍ଟ ସମୟ କିମ୍ବା ସ୍ଥାନ ନିଶ୍ଚିତ ଭାବରେ କହି ହେବ ନାହିଁ ।ତାଳପତ୍ର ର ବୋଟନିକଲ୍ ନାମ ହେଉଛି କୋରିଫା ଅମ୍ବ୍ରାକୁଲିଫେରା କିମ୍ବା ତାଲିପଟ୍।

ବୈଷ୍ଣବବାଦ (ରାମାୟଣ, କୃଷ୍ଣ ଥିମ୍ ଇତ୍ୟାଦି) , ଆୟୁର୍ବେଦ, ତନ୍ତ୍ର,କାମସୁତ୍ର, ଚିତ୍ର କାବ୍ଯ, ନୃତ୍ୟ ଏବଂ ସଙ୍ଗୀତ, ପର୍ବ ପର୍ବାଣୀ,ସାମୁଦ୍ରିକ ବାଣିଜ୍ୟ କାର୍ଯ୍ୟକଳାପ ଓ ମନ୍ଦିର ସ୍ଥାପତ୍ୟ ଇତ୍ୟାଦି ଉପରେ ଓଡ଼ିଶାର ପାରମ୍ପାରିକ ଶୈଳୀରେ ଲେଖାଯାଇଥିବା ତାଳପତ୍ର ପୋଥିର ବିଶ୍ଵ ସାରା ବହୁଳ ଆଦୃତି ରହିଛି । ଭାରତର ବିଭିନ୍ନ ସ୍ଥାନରୁ କୁଶଳୀ ଶାସ୍ତ୍ରୀ ତଥା ସଂରକ୍ଷଣ କର୍ମୀମାନେ ସେମାନଙ୍କର ଉପଲବ୍ଧି ଓ ଦେଶୀୟ ଜ୍ଞାନକୁ ତାଳପତ୍ର ପୋଥୀ ମାଧ୍ୟମରେ ଲିପିବଦ୍ଧ କରି ରଖିବାର କଳା କୁ ଆୟତ୍ତ କରିବାକୁ ଓଡ଼ିଶାକୁ ଆସୁଥିଲେ, ବିଶେଷ କରି ଉପକୂଳ ଓଡ଼ିଶାକୁ।

ମୁଖ୍ୟ କଥା ହେଉଛି, ଓଡିଶାର ଯେ କୌଣସି ପ୍ରତିଯୋଗୀ ନଥିଲେ ତା ନୁହେଁ। ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳ ପରି କେତେକ ଉନ୍ନତ ରାଜ୍ୟରେ ତାଳପତ୍ର ପାଣ୍ଡୁଲିପି ଲିଖନ ଓ ଅଧ୍ୟାପନାରେ ବହୁତ ଅଭିଜ୍ଞତା ଏବଂ ବିବିଧ ଜ୍ଞାନ ଥିଲା। କିନ୍ତୁ ଓଡିଶା ଏକ୍ଷେତ୍ରରେ ସମସ୍ତଙ୍କ ଉପରେ ଥିଲା।

ଓଡ଼ିଶା, ଦେଶର ଏକମାତ୍ର ରାଜ୍ୟ ଯିଏକି ଆଜି ମଧ୍ୟ ଏହାର ଦୃଷ୍ଟାନ୍ତମୂଳକ ଲେଖା, ଅଧିବେଶନ ଏବଂ ତାଳପତ୍ର ଲିଖନ ଅଭ୍ୟାସ ଜାରି ରଖିଛି। ଏଥିସହ ରାଜ୍ୟର ତାଳ ପତ୍ର ଭଲ ଗୁଣବତ୍ତା ଅନୁଯାୟୀ ଅଟେ। ଏହିସବୁ କାରଣଗୁଡିକ ମୁଖ୍ୟତଃ ତାଳପତ୍ର ପାଣ୍ଡୁଲିପିଗୁଡ଼ିକର ରାଜ୍ୟ ରେ ବିପୁଳ ସଂରକ୍ଷଣ ପାଇଁ ଦାୟୀ ।

ଯେତେବେଳେ ଅଧିକ ଚାହିଦା ପଛରେ ଥିବା କାରଣ ବିଷୟରେ ପଚରାଗଲା, ବିଭିନ୍ନ ସାଂସ୍କୃତିକ ଏବଂ ଐତିହ୍ୟ ବିଶେଷଜ୍ଞମାନେ ସେମାନଙ୍କ ଉତ୍ତରରେ ସର୍ବସମ୍ମତ ଅଟନ୍ତି ଯେ ତାଳ ପତ୍ରର ଆୟୁ କାଗଜ ତୁଳନାରେ ଦୁଇଗୁଣ ଅଧିକ । ସମସ୍ତେ ମତ ଦିଅନ୍ତି … “ ତାଳ ପତ୍ରର ଆୟୁ 400 ବର୍ଷ ତୁଳନାରେ ଏକ କାଗଜ ସାଧାରଣ ପରିବେଶରେ ସର୍ବାଧିକ 200 ବର୍ଷ ସଂରକ୍ଷିତ ହୋଇପାରିଥାଏ” ।

କିନ୍ତୁ ବିଡମ୍ବନାର ବିଷୟ ହେଉଛି ନିଜସ୍ୱ ମୂଲ୍ୟବାନ ତାଳପତ୍ର ପାଣ୍ଡୁଲିପିଗୁଡ଼ିକ ଯାହା ଅନେକ ଘରୋଇ ପରିବାରରେ ଆନୁମାନିକ 1.5 ଲକ୍ଷରୁ ଅଧିକ ଅସୁରକ୍ଷିତ ଅବସ୍ଥାରେ ଅଛି। INTACH ଏପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ 50,000 ଅଣ-ଚିତ୍ରିତ ଏବଂ 400 ରୁ ଅଧିକ ଚିତ୍ରିତ ପାଣ୍ଡୁଲିପି ସଂରକ୍ଷଣ କରିସାରିଛି। ବିରାଟତାକୁ ଦୃଷ୍ଟିରେ ରଖି INTACH ICI ଓଡ଼ିଶା କଳା ସଂରକ୍ଷଣ କେନ୍ଦ୍ର , ନ୍ୟାସନାଲ ମିଶନ ଫର ମାନୁଷ୍କ୍ରିପ୍ଟ ର ସହଯୋଗରେ ନିୟମିତ ବ୍ୟବଧାନରେ ବୃତ୍ତିଗତ ସରଂଖ୍ୟଣ କର୍ମୀ ମାନଙ୍କ ପାଇଁ ଏକ ସପ୍ତାହ ପ୍ରଶିକ୍ଷଣ ପାଠ୍ୟକ୍ରମ ଆୟୋଜନ କରିଥାଏ ।

ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ କେତେକ ସର୍ବ ପୁରାତନ ତାଳପତ୍ର ପାଣ୍ଡୁଲିପି ମାନଂକ ମଧ୍ୟରୁ “ପରମେଶ୍ୱର ତନ୍ତ୍ର” ହେଉଛି ଅନ୍ୟତମ ,ଯାହାକି ନେପାଳରୁ ଆବିଷ୍କୃତ ଏବଂ ବର୍ତ୍ତମାନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀରେ ସଂରକ୍ଷିତ । ଏହା 828 A.D ର ହିନ୍ଦୁ ଧର୍ମର ଏକ ଶୈବ ଗ୍ରନ୍ଥ ।

ସ୍ପିଟଜର୍ ପାଣ୍ଡୁଲିପି ଚାଇନାର କିଜିଲ ଗୁମ୍ଫାରେ ମିଳିଥିବା ତାଳପତ୍ରର ଏକ ସଂଗ୍ରହ । ସେଗୁଡିକ ପ୍ରାୟ ୨ୟ ଶତାବ୍ଦୀର ଅଟେ ଏବଂ ସଂସ୍କୃତରେ ଲିଖିତ ସର୍ବ ପୁରାତନ ଜଣାଶୁଣା ଦର୍ଶନ ଶାସ୍ତ୍ର ସମ୍ବନ୍ଧିତ ପାଣ୍ଡୁଲିପି ଅଟେ ।

ତାଳପତ୍ର ଖୋଦନ ଓଡିଶାର ହସ୍ତଶିଳ୍ପ ଭଣ୍ଡାର ରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି । ଆମେ ସମସ୍ତେ ଜାଣୁ ଯେ ତାଳ ପତ୍ରର ପାଣ୍ଡୁଲିପି, ବିଶେଷତଃ ଚିତ୍ରିତ ପାଣ୍ଡୁଲିପିଗୁଡ଼ିକର ସର୍ବାଧିକ ସଂଗ୍ରହ ଦୃଷ୍ଟିରୁ ଓଡିଶାର ଦେଶର ସର୍ବୋଚ୍ଚ ସ୍ଥାନ ରେ ରହିଛି ।

ଭାରତର ତତ୍କାଳୀନ ସର୍ଭେୟର୍ ଜେନେରାଲ୍ ଲର୍ଡ ମାକେଞ୍ଜି 27.05.1819 ରୁ 13.09.1819 ପର୍ଯ୍ୟନ୍ତ ପୁରୀରେ ଥିଲେ ଏବଂ ସେ ବହୁ ସଂଖ୍ୟକ ପାଣ୍ଡୁଲିପି ସଂଗ୍ରହ ଓ ସଂରକ୍ଷଣ କରିଥିବାର ଇତିହାସ ରହିଛି।

ବହୁ ସଂଖ୍ୟକ ଚିତ୍ରକଳା ସମ୍ବନ୍ଧିତ ପାଣ୍ଡୁଲିପି ଓଡିଶାର ବିଭିନ୍ନ ସଂଗ୍ରହାଳୟ ଏବଂ ମନ୍ଦିରରେ ସଂରକ୍ଷିତ ହୋଇ ରହିଛି। ଓଡ଼ିଶାରେ ତାଳପତ୍ର ପାଣ୍ଡୁଲିପି ପ୍ରାୟତଃ ଗଡଜାତ ଅଞ୍ଚଳ ଏବଂ ବ୍ରାହ୍ମଣ ଶାସନ ମାନଙ୍କରେ ଉପଲବ୍ଧ । ଓଡିଶାରେ, ରାଜ୍ୟ ସଂଗ୍ରହାଳୟ ରେ ତାଳପତ୍ର ପାଣ୍ଡୁଲିପି ସଂଗ୍ରହ ସଂଖ୍ୟା ପ୍ରାୟ 50,000 ରୁ ଅଧିକ ଓ ପ୍ରାୟ 15,000 ଟାଇଟଲ୍ ଅନ୍ତର୍ଭୂକ୍ତ ଯାହା ଉଭୟ ଚିତ୍ରିତ ଏବଂ ଅଣ-ଚିତ୍ରିତ ପାଣ୍ଡୁଲିପି ଅନ୍ତର୍ଭୁକ୍ତ କରେ ।

କାଗଜ ଏବଂ କଲମ ଉଦ୍ଭାବନର ବହୁ ପୂର୍ବରୁ, ତାଳ ପତ୍ର ରାଜ ପ୍ରାଙ୍ଗଣ, ମନ୍ଦିରରେ ଚିଠି ଲେଖିବାର ଏକ ମାଧ୍ୟମ ଭାବରେ ବ୍ୟବହୃତ ହୋଇଥିଲା ଏବଂ ସାଧାରଣତଃ ଓଡିଶାର କୋଣ ଅନୁକୋଣରେ ପ୍ରତ୍ୟେକ ନୂତନ ଜନ୍ମିତ ଶିଶୁର ଜାତକ ତାଳପତ୍ର ରେ ଲେଖାଯାଉଥିଲା ।

ମାଦଳା ପାଞ୍ଜି ଲେଖିବାର ପରମ୍ପରା, ଜଗନ୍ନାଥ ମନ୍ଦିରର ଅନନ୍ୟ ଇତିହାସ, ଯେଉଁଠାରେ ମନ୍ଦିର କାର୍ଯ୍ୟକଳାପ, ସେବା, ଗଜପତି ରାଜାମାନଙ୍କର କାର୍ଯ୍ୟକାରିତା ଇତ୍ୟାଦି ତାଳ ପତ୍ରରେ ଜଗନ୍ନାଥ ମନ୍ଦିରର କରଣସେବକଙ୍କ ଦ୍ୱାରା ଲେଖାଯାଉଥିଲା । ଦେଖାଯାଏ ଯେ ସାଧାରଣତଃ ତାଳ ପତ୍ର 400 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ହୋଇପାରିବ ନାହିଁ, ତେଣୁ ସମାଜରେ ତାଳପତ୍ର ରେ ଉଲ୍ଲିଖିତ ପାଠକୁ ଜୀବନ୍ତ ରଖିବା ପାଇଁ ପାଣ୍ଡୁଲିପିଗୁଡ଼ିକୁ ନକଲ କରିବା ଆବଶ୍ୟକ ହେଉଥିଲା।

ଯଦିଓ, ବର୍ତ୍ତମାନ ପର୍ଯ୍ୟାୟରେ, ଆମେ ତାଳପତ୍ର ଲିଖନକଳାର ଉତ୍ପତ୍ତି ସମୟ କହିପାରୁ ନାହୁଁ, କିନ୍ତୁ ପର୍ଶୁରାମେଶ୍ଵର ମନ୍ଦିରରେ ଲେଖନୀ ସହିତ ତାଳପତ୍ର ପାଣ୍ଡୁଲିପିଗୁଡ଼ିକର ମୂର୍ତ୍ତି ଚିତ୍ର, ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିର ରେ ଥିବା ମୂର୍ତ୍ତି ଚିତ୍ର ସୂଚିତ କରେ ଯେ ଏହା ଷଷ୍ଠ ଶତାବ୍ଦୀରେ ମଧ୍ୟ ଓଡିଶାରେ ଲୋକପ୍ରିୟ ଏବଂ ଆଦୃତି ଲାଭ କରିଥିଲା। ଏହା ହେଉଛି ବିଶିଷ୍ଟ ଐତିହାସିକ ଡକ୍ଟର ସତ୍ୟ ନାରାୟଣ ରାଜଗୁରୁଙ୍କ ମନ୍ତବ୍ୟ।

ଆମେ ଜାଣୁ ଯେ ଦୁଇ ପ୍ରକାରର ସାମଗ୍ରୀ ଯଥା ଉତ୍ତର ଭାରତର ଭୁର୍ଜା ପତ୍ର ଏବଂ ଦକ୍ଷିଣ ଭାରତରେ ତାଳପତ୍ର ମୂଳ ମାଧ୍ୟମ ଭାବରେ ବ୍ୟବହୃତ ହେଉଥିଲା ଯାହା ଉପରେ ଲେଖା ଯାଉଥିଲା । କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ଏବଂ ଓଡିଶା ଭଳି ରାଜ୍ୟରେ ବାସ୍ତବରେ ତାଳ ପତ୍ର ଉପରେ ଷ୍ଟାଇଲସ୍ ମାଧ୍ୟମରେ ଲେଖାଯାଉଥିଲା।

ଗବେଷକମାନେ ମତ ଦେଇଛନ୍ତି ଯେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ସର୍ବ ପୁରାତନ ତାଳ ପତ୍ର ପାଣ୍ଡୁଲିପି କବି ଚନ୍ଦ୍ର ରାୟଦିବାକର ମିଶ୍ରଙ୍କ ଦ୍ୱାରା ଲିଖିତ “ଅଭିନଭ ଗୀତ ଗୋବିନ୍ଦ” ର ନକଲ। ଏହି ନକଲ ଶ୍ରୀକୃଷ୍ଣ ଶର୍ମା ୬ ଏପ୍ରିଲ୍ ୧୪୯୪ ରେ ସମାପ୍ତ କରିଥିଲେ।

ଅନ୍ୟାନ୍ୟ ଚିତ୍ରିତ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ଯାହା ସମାଜରେ ବେଶ୍ ଲୋକପ୍ରିୟ ଥିଲା ଏବଂ ଏହାର ନକଲଗୁଡ଼ିକ ଓଡିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ରହିଛି ସେଗୁଡିକ ହେଉଛି ଶ୍ରୀ ଜୟଦେବଙ୍କ ଦ୍ୱାରା ରଚିତ ଗୀତ ଗୋବିନ୍ଦ , ରୂପା ଗୋସ୍ବାମୀ ଙ୍କ ‘ ବିଦଗ୍ଧ ମାଧବ’ , ଅମରୁଙ୍କା ଙ୍କର ‘ଅମରୁ ଶତକ’ , ଶିଶୁ ଶଙ୍କର ଦାଶଙ୍କ ‘ଉଷା ଭିଳାସ’ , ଉପେନ୍ଦ୍ର ଭଞ୍ଜ ଙ୍କ ‘ଲାବଣ୍ୟବତୀ’ ଏବଂ ‘କୋଟି ବ୍ରହ୍ମାଣ୍ତ ସୁନ୍ଦରୀ’ , ଅଭିମନ୍ୟୁ ସାମନ୍ତ ସିଂହାର ଙ୍କ ‘ବିଦଗ୍ଧ ଚିନ୍ତାମଣି’ ଏବଂ ଦିନ କୃଷ୍ଣ ଦାସଙ୍କ ‘ ରସ କଲ୍ଲୋଳ ‘ ଇତ୍ୟାଦି। ଓଡ଼ିଶାର ଶିଳ୍ପୀମାନେ ଦେଶର ଅନ୍ୟ ପ୍ରାନ୍ତର ଶିଳ୍ପୀ ମାନଂକ ଅପେକ୍ଷା ଭିନ୍ନ କାରଣ ତାଳପତ୍ର ପାଣ୍ଡୁଲିପି ଗୁଡିକ ସହିତ ଉପଲବ୍ଧ ସେମାନଙ୍କର ଚିତ୍ରଗୁଡ଼ିକ ପାଠ୍ୟର ପ୍ରକୃତ ଅର୍ଥ ପ୍ରଦାନ କରେ । ଉଦାହରଣ ସ୍ୱରୂପ ଅମରୁ ଶତକଙ୍କ ପାଠ ନିଆଯାଇପାରେ। ଏହି ପୁସ୍ତକର ଚିତ୍ରର ଗୋଟିଏ କପି ଓଡିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ।ବୋଧହୁଏ ସମଗ୍ର ଦେଶରେ ଉପଲବ୍ଧ ଦୃଷ୍ଟାନ୍ତ ସହିତ ଏହା ହେଉଛି ଏକମାତ୍ର କପି।

କିଛି ଲୋକ ବିଶ୍ୱାସ କରନ୍ତି ଯେ ତାଳ ପତ୍ର ଲିଖନ ଓଡ଼ିଶାର ପାରମ୍ପାରିକ ପଟ୍ଟ ପେଣ୍ଟିଂରୁ ହିଁ ବିକଶିତ ହୋଇଛି କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ। ଷଷ୍ଠ ଶତାବ୍ଦୀ ସୁଦ୍ଧା ତାଳପତ୍ର ପାଣ୍ଡୁଲିପି ଲିଖନ ପ୍ରକ୍ରିୟା ସେତେବେଳର ସମାଜରେ ବେଶ୍ ଲୋକପ୍ରିୟ ହୋଇସାରିଥିଲା କିନ୍ତୁ ପଟ୍ଟଚିତ୍ରଗୁଡ଼ିକ ଦ୍ୱାଦଶ ଶତାବ୍ଦୀରେ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ ପରେହିଁ ଆଦୃତି ଲଭିଲା।

ପ୍ରାଚୀନତା, ମୋୖଳିକତା, ସୌନ୍ଦର୍ଯ୍ୟ ଆବେଦନ, ସଂସ୍କୃତି ସହିତ ଏହାର ଦୀର୍ଘ ସହଭାଗୀତା ଏବଂ ଏହି ହସ୍ତଶିଳ୍ପର ଉପଯୋଗିତା ଇତ୍ୟାଦି ମିଳିତ ଭାବରେ ଏହାକୁ ଓଡିଶାର ଏକ ଐତିହ୍ୟ ଶିଳ୍ପ ବୋଲି କହିବାକୁ ପ୍ରେରିତ କରେ ।

ଡ଼କ୍ଟର ମନୋଜ ମିଶ୍ର
lunamishra03@yahoo.com
Source: http://tatkalodisha.in

https://blog.odiabook.in/2023/08/talapatra-pothi.html

Post a Comment

0Comments

Post a Comment (0)