Some Ancient Mysterious Book Of India Know In Odia
(India's Most Mysterious Books) ଭାରତ ହେଉଛି ଏକ ମହାନ ସାମ୍ରାଜ୍ୟ। ଜଣାନାହିଁ କେତେଯେ ରହସ୍ୟମୟ ତଥ୍ୟକୁ ନିଜ ଭିତରେ ସାଇତି ରଖିଛି ତାହାର କଳନା କରିବା ବହୁକଷ୍ଟକର ବ୍ୟାପାର ଅଟେ। ତେବେ ସେହି ସମସ୍ତ ତଥ୍ୟ ରହିଛି ବିଭିନ୍ନ ପୁସ୍ତକ ଓ ଗ୍ରନ୍ଥ ଆକାରରେ। ସେଥିପାଇଁ ତ ବିଶ୍ଵର ସମସ୍ତ ଚିନ୍ତାଶୀଳ ଓ ଦାର୍ଶନିକଙ୍କ ଆଖି ସର୍ବଦା ଭାରତ ଉପରେ ରହିଛି। ପ୍ରାଚୀନ ସମୟରେ ଅନେକ ରାଜା ମହାରାଜାଙ୍କ ଦ୍ଵାରା ଶାସିତ ହୋଇଛି ଏହି ଭାରତ। ଅନେକ ଗୁପ୍ତ ତଥ୍ୟର ପ୍ରଚାଳନ ଯୋଗୁଁ ପ୍ରାଚୀନ ସମୟର ଅତ୍ୟାଧୁନିକ ଜ୍ଞାନକୌଶଳର ପରିଚୟ ମିଳେ ଯାହା ବର୍ତ୍ତମାନର ଜ୍ଞାନକୌଶଳ ଠାରୁ ବହୁତ ଅଗ୍ରୀମ ଅଟେ। ସେହି ଗୁପ୍ତ ତଥ୍ୟ ଓ ପୁସ୍ତକ କିଛି ଯୁଗର ପରିବର୍ତ୍ତନ ଯୋଗୁଁ ହଜିଯାଇଥିବା ସମୟେ ଅନ୍ୟ କେତେକ ନଷ୍ଟ ହୋଇଯାଇଛି। ଏବଂ ଆହୁରି କେତେକ ପୁସ୍ତକ ଗୁଡିକୁ ସବୁଦିନ ପାଇଁ ଲୁଚାଇ ଦିଆଯାଇଛି । ଆଜି ଏହି ପୋଷ୍ଟଟି ସେହି ରହସ୍ୟମୟୀ ପୁସ୍ତକ ବିଷୟରେ ଅଟେ ଯାହାର ଅସ୍ଥିତ୍ଵ ସତ୍ୟ ଓ ଏଥିରେ ଲିଖିତ ତଥ୍ୟ ଅତ୍ୟନ୍ତ ଶକ୍ତିଶାଳୀ ଅଟେ ଯାହା ଦ୍ଵାରା ଏକ ସାଧାରଣ ବ୍ୟକ୍ତି ନିଜ ଜୀବନର ସମସ୍ତ ସମସ୍ୟା ଦୂର କରି ଏକ ସୁନ୍ଦର, ଖୁସିପୂର୍ଣ୍ଣ ଜୀବନ ଜିଇଁ ପାରିବ। ଏହି ପୁସ୍ତକ ଗୁଡିକୁ ଦେଖିଲେ ସତେ ଯେମିତି ଲାଗେ କିଏ ରଚନା କରିଥିଲା ଏପୁସ୍ତକ ?ଯଦି ଜୀବନରେ ଏତେ ସୁଖସ୍ୱାଛନ୍ଦ୍ୟର ସୂତ୍ର ଏପୁସ୍ତକରେ ରହିଛି ତେବେ କାହିଁକି ଏପୁସ୍ତକକୁ ସବୁଦିନପାଇଁ ଲୁଚାଇଦେବାକୁ ପ୍ରୟାସ କରାଯାଇଥିଲା ?ଏବଂ କାହିଁକି ଏପୁସ୍ତକ ଗୁଡିକୁ ନଷ୍ଟ କରିଦିଆଯାଉଥିଲା ?
Top Mysterious Books Of India
Lal Kitab
ଲାଲ କିତାବ (Lal Kitab In Odia)- ‘ଭୃଗୁ ସଂହିତା’ ଠାରୁ ବହୁଗୁଣିତ ରହସ୍ୟମୟୀ ତଥ୍ୟ ରହିଛି ଏହି ‘ଲାଲ କିତାବ’ ନାମକ ପୁସ୍ତକରେ। କୁହାଯାଏ ବହୁ ପ୍ରାଚୀନ ସମୟରେ ଆକାଶରୁ ଭାବିଷ୍ୟର ଆକାଶବାଣୀ ହେଉଥିଲା। ଏପରିକି କେତେକ ସମସ୍ୟାର ସମାଧାନ ଆକାଶବାଣୀ ହେଉଥିଲା ଯାହା କହୁଥିଲା ଯେ ଯଦି ଆକାଶବାଣୀ ଅନୁସାରେ କାର୍ଯ୍ୟ କରିବ ତେବେ ଜୀବନରେ ଅତ୍ୟନ୍ତ ସୁଖଲାଭ କରିବ ନଚେତ ଦୁଖଃର ଛାୟା କେବେ ହଟିବନାହିଁ । କୁହାଯାଏ ଏହି ଆକାଶବାଣୀକୁ ଲୋକମାନେ ମନେରଖିଦେଉଥିଲେ ଏବଂ ଉପଦେଶ ଅନୁସାରେ ସଂରକ୍ଷିତ କରି ପିଢୀ ପରେ ପିଢୀ ସ୍ଥାନାନ୍ତରଣ ଆକାଶଶବାଣୀର ଉପଦେଶ ଅନୁସାରେ କରୁଥିଲେ। ଏହି ଆକାଶବାଣୀ ଦ୍ଵାରା ମିଳିଥିବା ବିଦ୍ୟାକୁ କିଛି ଲୋକ ଲିପି ଅନୁସାରେ ଲିପିବଦ୍ଧ କରିଦେଇଥିଲେ। ଯେବେ ୧୯୩୯ମସିହାରେ ପଣ୍ଡିତ ରୂପଚନ୍ଦ୍ର ଲେଖିଥିଲେ ତେବେ ସେ କହିଥିଲେ ତାଙ୍କୁ ହିମାଳୟରୁ ପ୍ରାଚୀନ ପୋଥିଲିପି ପ୍ରାପ୍ତ ହୋଇଥିଲା। ଏହି ପୁସ୍ତକରେ ସେ ସେଇ ପୋଥିଲିପିକୁ ଅନୁବାଦ କରିଥିଲେ । ଯେଉଁମାନେ ଜ୍ୟୋତିଷଶାସ୍ତ୍ରରେ ପାରଙ୍ଗମ ଅଟନ୍ତି ସେମାନେ ଜାଣନ୍ତି ଯେ ଲାଲ କିତାବ ହେଉଛି ଜ୍ୟୋତିଷଶାସ୍ତ୍ରର ପାରମ୍ପରିକ ବିଦ୍ୟା ଯାହା ହିମାଚଳର ଉତ୍ତର ଓ ପଶ୍ଚିମ ଦିଗ ପର୍ଯ୍ୟନ୍ତ ବିସ୍ତ୍ରୁତ। ଏପରିକି ଏହାପରେ ଏହି ପୁସ୍ତକର ପ୍ରଚଳନ ପଞ୍ଜାବରୁ ପାକିସ୍ତାନ ପର୍ଯ୍ୟନ୍ତ ହୋଇଗଲା। ପରବର୍ତ୍ତୀ କାଳରେ ଏହି ସମସ୍ତ ବିଦ୍ୟାକୁ ଏକତ୍ରିତ କରି ଇଂରାଜୀ ପଣ୍ଡିତ ରୂପଚନ୍ଦ୍ର ଯୋଶୀ ଏହାକୁ ୧୯୩୯ ମସିହାରେ ‘ଲାଲ କିତାବ’ ପୁସ୍ତକ ନାମରେ ପ୍ରକାଶିତ କରିଥିଲେ। ଏହି ପୁସ୍ତକରେ ମୋଟ ୩୮୩ ଟି ପୃଷ୍ଠା ଥିଲା। କେହି ବିଶ୍ଵାସ କରନ୍ତୁ ଅବା ନକରନ୍ତୁ ଯଦି ଏପୁସ୍ତକରେ ଗଚ୍ଛିତ ବିଦ୍ୟାକୁ ଯେକେହିବି ବୁଝିଗଲା ତେବେ ତାର ଜୀବନରେ ପରିବର୍ତ୍ତନ ନିଶ୍ଚିତ ରୂପେ ଦେଖାଦେବ।
Ravan Samhita
ରାବଣ ସଂହିତା (Ravan Samhita In Odia)- କୁହାଯାଏ ଯେ ଏହି ‘ରାବଣ ସଂହିତା’ ନାମକ ପୁସ୍ତକ ସ୍ଵୟଂ ଲଙ୍କେଶ୍ଵର ରାବଣଙ୍କ ଦ୍ଵାରା ରଚିତ ଅଟେ। ଏଥିରେ ଆୟୁର୍ବେଦ, ଜ୍ୟୋତିଷ ଶାସ୍ତ୍ର, ଓ ନିପୁଣ ତନ୍ତ୍ର ବିଦ୍ୟାର ବର୍ଣ୍ଣନା ରହିଛି। ଯାହା ରାମବାଣ ପରି ଫଳପ୍ରଦ ଅଟେ। ଏହି ପୁସ୍ତକ ଏତେ ପ୍ରାଚୀନ ଅଟେ ଯେ କେହିବି ଏହାର ଅସ୍ଥିତ୍ଵର ସଠିକ ପ୍ରମାଣ ଦେଇପାରିବେନାହିଁ। ଯେମିତି ‘ଲାଲ କିତାବ’ ଭଳି ନକଲି ପୁସ୍ତକ ମିଳୁଛି ଠିକ ସେହିପରି ‘ରାବଣ ସଂହିତା’ ନାମରେ ମଧ୍ୟ ନକଲି ପୁସ୍ତକ ମିଳୁଛି। ହେଲେ ସୁଦ୍ଧା କିଛି ଲୋକ ଏହା ମାନନ୍ତି ଯେ ରାବଣ ସଂହିତାର ଏକ ପୃଷ୍ଠା ଦେବନାଗରୀ ଲିପିରେ ଦେବର୍ଯା ଜିଲ୍ଲାର ଗ୍ରାମ ଗୁରୁନଳିଆରେ ସୁରକ୍ଷିତ କରାଯାଇଛି। କୁହାଯାଏ ଯେଉଁ ଗ୍ରନ୍ଥ ରାବଣ ରଚନା କରିଥିଲେ ସେଥିରେ ‘ଶିବ ତାଣ୍ଡବ’ ଓ ‘ରାବଣ ସଂହିତା’ ପ୍ରମୁଖ ଅଟେ। ରାବଣ ଏହି ଜ୍ଞାନ ସୂର୍ଯ୍ୟ ଓ ଅରୁଣଙ୍କଠାରୁ ପ୍ର୍ରାପ୍ତ କରିଥିଲେ। ଏଥିସହ ହିନ୍ଦୁ ଶାସ୍ତ୍ରର ରାମାୟଣ ମଧ୍ୟ ଏହା ପ୍ରମାଣ ଦିଏ ଯେ ରାବଣ ବିଶ୍ଵର ସବୁଠାରୁ ଜ୍ଞାନୀ ପୁରୁଷ ଥିଲେ।
Astadhyayi
ଅଷ୍ଟାଧ୍ୟାୟୀ (Astadhyayi In Odia)- ଏହି ଗ୍ରନ୍ଥ ମହର୍ଷୀ ପାଣିନୀଙ୍କଦ୍ଵାରା ରଚିତ ଦୁନିଆର ପ୍ରଥମ ବ୍ୟାକରଣ ପୁସ୍ତକ ଅଟେ । ଯାହା ଖ୍ରୀଷ୍ଟପୂର୍ବ୫୦୦ ଶତାବ୍ଦୀ ପୂର୍ବରୁ ରଚନା କରାଯାଇଥିଲା। ସବୁ ମିଶି ଏଥିରେ ଅଠୋଟି ଅଧ୍ୟାୟ ରହିଥିବାରୁ ଏହାକୁ ‘ଅଷ୍ଟାଧାୟୀ’ ମଧ୍ୟ କୁହାଯାଏ। କୁହାଯାଏ ଏହି ପୁସ୍ତକର ବ୍ୟାକରଣକୁ ବୁଝିବାପରେ ଯେଉଁ ଜ୍ଞାନ ପ୍ରାପ୍ତ ହୁଏ ତାହା ବିଶ୍ଵର ଅନ୍ୟ କୌଣସି ପୁସ୍ତକରୁ ମିଳେନାହିଁ କେବଳ ଏତିକି ନୁହେଁ; ଏଥିସହ ଯେକୌଣସି ବ୍ୟକ୍ତି ବିଶ୍ଵର ଅଧିକାଂଶ ଭାଷାର ଜ୍ଞାନ ଏକ ସମୟରେ ଲାଭ କରିପାରିବ ଓ ବୁଝି ପାରିବ। କାରଣ ଏହା ବହୁ ବିସ୍ତୁତ ଗ୍ରନ୍ଥ ଯାହା ସଂସ୍କୃତ ଭାଷାରେ ରଚନା କରାଯାଇଛି। ଯେହେତୁ ପ୍ରାୟ ସମସ୍ତ ଭାଷା ଅଳ୍ପ ବହୁତ ସଂସ୍କୃତରୁ ସୃଷ୍ଟି ତେଣୁ ‘ଅଷ୍ଟାଧାୟୁ’ ପୁସ୍ତକର ବ୍ୟାକରଣକୁ ସମସ୍ତ ଭାଷାର ମାତା ବୋଲି କୁହାଯାଏ। ଏପରିକି ସମସ୍ତ ଭାଷାର ଜନନୀ ଯେପରି ସଂସ୍କୃତ କୁହାଯାଏ ଠିକ ସେହିପରି ସମସ୍ତ ବ୍ୟାକରଣର ଜନନୀ ‘ଅଷ୍ଟାଧାୟୁ’ ବୋଲି କୁହାଯାଏ। ଏହି ପୁସ୍ତକକୁ ଆଧାର କରି ପତଞ୍ଜାଳୀ ବିଶାଦ ଓ ବିବେଚନାତ୍ମକ ଗ୍ରନ୍ଥ ‘ମହାଭାଷ୍ୟ’ ଲେଖିଲେ। ‘ଯୋଗସୂତ୍ର’ ପୁସ୍ତକରେ ହିଁ ଅଷ୍ଟାଙ୍ଗ ଯୋଗସୂତ୍ରର ବର୍ଣ୍ଣନା କରାଯାଇଛି। ଏହି ଅଷ୍ଟାଙ୍ଗ ଯୋଗ ଦୁନିଆର ସମସ୍ତ ଧର୍ମ ଓ ଦର୍ଶନର ସାର ତତ୍ଵ ଅଟେ।