Classical Language Odia
ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ଇତି ମଧ୍ୟରେ ଆଠ ବର୍ଷ ହୋଇଗଲାଣି । ତା ୧୧.୦୩ ରିଖ ଦିନ ୨୦୧୪ ମସିହାରେ ଶାସ୍ତ୍ରୀୟ ମାନ୍ୟତାର ପରିଚୟ ମିଳିଥିଲା । ଏହି ଦିନଟି ରାଜ୍ୟବାସୀଙ୍କ ପାଇଁ ଇତିହାସ ପାଲଟିଥିଲା । ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇବା ପରେ ଏହି ମାର୍ଚ୍ଚ ୧୧ ତାରିଖ ହିଁ ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଥିଲା । ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିଲା ଆଜିର ଦିନ ।
ପୃଥିବୀର ଭାଷା ସମୂହରୁ ପ୍ରାଚ୍ୟ ତିନୋଟି ଭାଷା ସଂସ୍କୃତ, ଚୀନ୍ ଓ ଆରବୀ ଏବଂ ପ୍ରାଶ୍ଚାତ୍ଯର ଦୁଇଟି ଭାଷା ଗ୍ରୀକ୍ ଓ ଲାଟିନ୍ classical (ଶାସ୍ତ୍ରୀୟ)ର ମର୍ଯ୍ୟାଦା ପାଇଥିଲେ।
ଶାସ୍ତ୍ରୀୟ ମର୍ଯ୍ୟାଦା ଦାବି କରୁଥିବା ଭାରତୀୟ ଭାଷା-ଭାଷି ଅନ୍ୟୁନ ୨୦୦୦-୧୫୦୦ ବର୍ଷର ଇତିହାସ ଲିପିବଦ୍ଧ ହୋଇଥିବାର କେତୋଟି ମାନଦଣ୍ଡ ମଧ୍ୟରୁ ଏକ ମାନଦଣ୍ଡ।
ଆସନ୍ତୁ ଆମେ ସମସ୍ତେ ମିଶି ଆମର ଓଡ଼ିଆ (ଓଡ଼ିଶାର) ଇତିହାସ ଖୋଜିବା-
୧- ଋକ୍ ବେଦରେ କଳିଙ୍ଗ ନାମ ଉଲ୍ଲେଖ ଅଛି।
୨- ମନୁସଂହିତାରେ ଓଡ୍ରମାନଙ୍କୁ ପତିତକ୍ଷତ୍ରୀୟ କୁହାଯାଉଥିଲା।
୩- ରାମାୟଣ ରେ-- କଳିଙ୍ଗ ଓ ଉତ୍କଳ ବାଟରେ ରଘୁପତି ଯାଇ ପଞ୍ଚବଟୀ ରେ ପହଞ୍ଚି ଥିଲେ।
୪- ମହାଭାରତ-- ଉତ୍କଳ, କଳିଙ୍ଗ ଓ ଉଡ୍ର ତିନି ଦେଶର ନାଁ ଲେଖା ଅଛି।
୪- ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
୫- ପୌରାଣିକ ଓଡ଼ିଶା - ମହାଭାରତ କହେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା), ଜାଭା, ସୁମାତେରା, ବାଲି, ବ୍ରହ୍ମଦେଶ (ମିଆଁମାର), ସାମ (ଥାଇଲାଣ୍ଡ), କାମ୍ବୋଡ଼ିଆ, ଅନାମ (ଭିଏତନାମ), ଚୀନ, ଜବନ (ଜାପାନ), କୁକୁଟ (କୋରିଆ), ମକ୍କସିଖ (ମେକ୍ସିକୋ), ମିସର (ଇଜିପ୍ଟ), ସିମିଳି (ଆରବ), ବାବିଲନ (ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସଂମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
୬- ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭା ଅନ୍ତର୍ଭୁକ୍ତ ।
ଖ୍ରୀଷ୍ଟପୂର୍ବ ୩୨୭ର ଆଲେକଜାଣ୍ଡାର ଗଙ୍ଗ ରାଇଡ଼(ଓଡ୍ରଦେଶ) ଆକ୍ରମଣ କରିପାରିନଥିଲେ।
ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱ, କଳିଙ୍ଗର ପରିସୀମା ଆଗଙ୍ଗା-କାବେରୀ, ତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
୭- ୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
୮- ୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁରରେ ରାଜଧାନୀ ସ୍ଥାପନ।
୯- ୧୦୭୮-୧୪୩୪ ଖ୍ରୀ. - ଗଙ୍ଗବଂଶର ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
୧୯- ୧୦୭୮-୧୧୫୦ ଖ୍ରୀ. - ଚୋଡ଼ଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) ।
୧୧- ୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
୧୨- ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ବାରବାଟି ଦୁର୍ଗ ନିର୍ମିତ ।
୧୩- ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମିତ |
୧୪- ୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
୧୫- ୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
୧୬- ୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
୧୭- ୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି କଳାପାହାଡ଼ଦ୍ୱାରା ଓଡ଼ିଶା ଅଧିକୃତ ।
୧୮- ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
୧୯- ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
୨୦- ୧୮୦୩ ଖ୍ରୀ. - ୧୪ ଅକ୍ଟୋବର: ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର ।(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
୨୧- ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
୨୨- ୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
୨୩- ୧୯୪୬ ଖ୍ରୀ. - ଓଡ଼ିଶା ସ୍ୱାୟତ ଶାସନ ସୁବିଧା ହାସଲ କଲା ।
୨୪- ୧୯୪୭ ଖ୍ରୀ. - ସ୍ୱାଧୀନ ଭାରତର ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।
୨୫- ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଏପ୍ରିଲ୍ ୧୩) ।
ଋକ୍ ବେଦ ଖ୍ରୀଷ୍ଟପୂର୍ବ ୪୦୦୦ ବର୍ଷର ପୁରୁଣା ବୋଲି ପଣ୍ଡିତମାନେ କହିଛନ୍ତି। ତେବେ ଓଡ଼ିଶା ଆର୍ଯ୍ୟ ଓ ଦ୍ରାବିଡ଼ ମାନଙ୍କ ଠାରୁ ଭିନ୍ନ(ଅନ୍ୟ କୌଣସି ଦେଶରେ ଏ ଭାଷା ପ୍ରଚଳନ ନାହିଁ)। ଏ ଓଡ଼ିଆ ଜାତି ନିଜର ଭାଷାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ଅଛନ୍ତି।
ବନ୍ଦେ ଉତ୍କଳ ଜନନୀ,
ବନ୍ଦେ ମାତରଂ।।
https://blog.odiabook.in/2022/03/classical-language-odia.html