Sora Tribe people Of Odisha In Odia
About Sora /Saora/Saura tribe Of Odisha in Odia: ସଉରା ଭାରତର ଏକ ପୁରାତନ ଜନ ଜାତି । ଓଡ଼ିଶାର କୋରାପୁଟ, ପାରଳାଖେମୁଣ୍ଡି , ଗୁଣପୁର , ରାୟଗଡା ଅଞ୍ଚଳରେ ଏହିମାନେ ବସ ବାସ କରି ଥାନ୍ତି। ସଉରା ଜନ ଜାତି ମୁହଁ ଓସାରିଆ ଏବଂ ନାକ ବଡ ହୋଇ ଥାଏ। ଭ୍ରୂଲତାର ତଳ ହାଡ ମଧ୍ୟ ପ୍ରଶସ୍ତ ହୋଇ ଥାଏ। ମୁଣ୍ଡର ବାଳ କୁଞ୍ଚୁକୁଞ୍ଚିଆ ଏବଂ ଶରୀରର ରଙ୍ଗ କଳା ହୋଇ ଥାଏ। ଉତ୍ତର ଓଡ଼ିଶାର ଆଦିବାସୀଙ୍କ ତୁଳନାରେ ଏମାନଙ୍କ ଶରୀରର ଗଢଣ ମଜବୁତ ତଥା ସୁଷ୍ଠମ । ଏହି ଜାତିର ପୁରୁଷମାନେ ଖୁବ କ୍ଷିପ୍ର ଗତିରେ ପାହାଡିଆ ରାସ୍ତାରେ ଚାଲି ପାରନ୍ତି ।ସଉରା ମହିଳାମାନେ ଅନେକ ପ୍ରକାରର ଅଳଙ୍କାର ବ୍ୟବହାର କରି ଥାନ୍ତି। ତା ମଧ୍ୟରୁ ଗୋଡ ବାଲା ଏବଂ କାଠ ତିଆରି ବେକର ହାର ମୁଖ୍ୟ । ଘାସ ଏବଂ ଏଲୁମିନିୟମରୁ ତିଆରି ଅଳଙ୍କାର ପ୍ରାୟତଃ ବ୍ୟବହାର ହୋଇଥାଏ। ମହିଳାମାନେ ଖୁବ କମ ବୟସରୁ ଦେହରେ ଚିତା କୁଟେଇ ଥାନ୍ତି। ଚିତା ଗୁଡିକ ସେମାନଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟକୁ ବୁଝେଇ ଥାଏ। ଯୌବନ ପ୍ରାପ୍ତି ଠାରୁ ବିବାହ ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୁଟେଇଥିବା ଚିତା ଏହି ସଉରା ଜନ ଜାତିର ସାମାଜିକ ବ୍ୟବସ୍ଥାକୁ ଦର୍ଶାଇ ଥାଏ। ଏହି ଜନ ଜାତି ନିଜର କଳା କୃତି ପାଇଁ ଜଣାଶୁଣା । ଏମାନଙ୍କର ଚିତ୍ର କଳା ଇଦିତଳ ନାମରେ ପରିଚିତ। ଗୃହର ଭିତର କାନ୍ଥରେ ବିଭିନ୍ନ ବିଷୟରେ ଚିତ୍ର ଆଙ୍କି ଥାନ୍ତି। ମୁଖ୍ୟତଃ ପଶୁ ପକ୍ଷୀ ଙ୍କର ଚିତ୍ର ତଥା ସଉରା ଜନ ଜୀବନ ଏହି ଚିତ୍ରଦ୍ୱାରା ପ୍ରତିଫଳିତ ହୋଇଥାଏ। ସଉରା ଚିତ୍ରକଳାରେ କଳା ଓ ଧଳା ରଙ୍ଗର ବ୍ୟବହାର ଅଧିକଦେଖାଯାଏ । ସଉରା ଜନଜାତି ର ଏକ ଜାତି ଲାଞ୍ଜିଆ ସଉରା ଅଟନ୍ତି।
Lanjia Saura Jana jati Odisha: ଲାଞ୍ଜିଆ ସଉରା ଜନଜାତି
ଲାଞ୍ଜିଆ ସଉରା ଜନଜାତି ସଂପ୍ରଦାୟର ଆଦିବାସୀ ମାନେ ମୂଖ୍ୟତଃ ଓଡ଼ିଶାର ଗଜପତି ଜିଲ୍ଲାରେ ବସବାସ କରନ୍ତି।
ଲାଞ୍ଜିଆ ସଉରା ଜନଜାତିର ପୁରୁଷମାନଙ୍କ ଲୁଗା ଖଣ୍ଡର ପଛଭାଗ ଲାଞ୍ଜ ପରି ଓହଳିଥିବାରୁ ସେମାନେ ଲାଞ୍ଜିଆ ନାମରେ ପରିଚିତ । ଏମାନେ ସାଧାରଣତଃ ଯୌଥ ପରିବାରରେ ବାସ କରିଥାନ୍ତି । ପୂର୍ବରୁ ଜଙ୍ଗଲରେ ଚାଳ, ଛପର ଘରେ ଏମାନେ ବାସ କରୁଥିଲେ ଏବଂ ପୋଡ଼ୁଚାଷ ଓ ବଗଡ଼ ମାରି ବିଭିନ୍ନ ଡାଲି ଜାତୀୟ ଫସଲ କରି ଜିଉଁଥିଲେ । ଏମାନଙ୍କ ଘରକୁ ସଉରା ଭାଷାରେ 'ସିହିଂ' ବୋଲି କୁହାଯାଏ । ବହୁ ପୂରାତନ କାଳରୁ ଏମାନ ହିନ୍ଦୁ ଧର୍ମ ବିଶ୍ୱାସୀ ଭାବେ ପଦ୍ମ ଫୁଲ ଓ ସ୍ୱସ୍ତିକ ଝୋଟି ଆଙ୍କି ପୂଜା କରିଆସୁଥିବା ବେଳେ କ୍ରମଶଃ କିଛି ଅଞ୍ଚଳରେ ଅଲଗା ଧର୍ମ ଗ୍ରହଣ କରି ଜୀବନଯାପନ କରୁଛନ୍ତି । ଲାଞ୍ଜିଆ ସଉରା ମାନେ ଖୁବ୍ ସରଳ ଓ ଠାକୁର ବିଶ୍ୱାସୀ । ବିଶେଷତଃ ହିନ୍ଦୁ ଧର୍ମୀମାନେ ପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କୁ ଆରାଧ୍ୟ ଦେବତା ଭାବେ ଫୋଟ ରଖି ପୂଜା କରିଥାନ୍ତି । ଲାଞ୍ଜିଆ ସମାଜର ପୁରୁଷମାନେ ଏକ ଝିନ ଲୁଗା ପରିଧାନ କରିଥାନ୍ତି, ଯାହାର ଦୁଇ ଚିତ୍ରିତ ମୁଣ୍ଡ ଦେହର ଆଗ ଓ ପଛଭାଗକୁ ଆବୃତ କରି ଓହଳିଥାଏ । ପଛଭାଗର ଲୁଗା ଲାଞ୍ଜ ଭଳି ଦିଶୁଥିବାରୁ ଏମାନେ ଲାଞ୍ଜିଆ ନାମରେ ପରିଚିତ । ସେମାନେ ଏକ ପଗଡ଼ି ମଧ୍ୟ ପରିଧାନ କରିଥାନ୍ତି । ମହିଳାମାନଙ୍କ ଲୁଗା କେବଳ ସେମାନଙ୍କ ଅଣ୍ଟା ତଳଭାଗଠାରୁ ଆଣ୍ଠୁ ଉପର ଯାଏଁ ଆବୃତ କରିଥାଏ । ନାରୀମାନେ ଭାରି ଅଳଙ୍କାର ପ୍ରିୟ ଏବଂ ବିଶେଷ କରି କଳା ରଙ୍ଗର ଲୁଗା ପରିଧାନ କରିବାକୁ ଭଲ ପା'ନ୍ତି । ସୁନା, ରୁପା ବଦଳରେ ଆର୍ଥିକ ସ୍ୱଚ୍ଛଳ ଅଭାବରୁ ସର୍ବଦା ରସ, ତମ୍ବା, କଂସା ଆଦି ବ୍ୟବହାର କରିଥାନ୍ତି । ଆଦିମ ଜନଜାତି ମଧ୍ୟରୁ ଓଡ଼ିଶାର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି । ଗଜପତି ଜିଲ୍ଲାର ବିଶେଷ କରି ଆର. ଉଦୟଗିରି, ନୂଆଗଡ଼, ରାମଗିରି, ସେରଙ୍ଗ ଓ ମୋହନା ଅଞ୍ଚଳରେ ବାସ କରିଥାନ୍ତି ।
ପ୍ରତ୍ୟେକ ମନୁଷ୍ୟ ନିଜର ସୁରକ୍ଷା ପାଇଁ ଗୃହର ଆବଶ୍ୟକତା ଅନୁଭବ କରିଥାଏ । ଗୃହ ମନୁଷ୍ୟକୁ ପ୍ରତିକୂଳ ପରିବେଶ ତଥା ଶତୃ ଦାଉରୁ ରକ୍ଷା କରିଥାଏ । ଆଜିର ବିଜ୍ଞାନ ଯୁଗରେ ମନୁଷ୍ୟ ଯେ କେବଳ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଗୃହ ନିର୍ମାଣ କରୁଛି ତା ନୁହେଁ ବରଂ ଆଜି ଗୃହ ବିଳାସ ଏବଂ ସଂଭ୍ରାନ୍ତତାର ପ୍ରତୀକରେ ପରିଣତ ହୋଇଛି । ଏହି ବିଜ୍ଞାନ ଯୁଗରେ ମଧ୍ୟ ଲାଞ୍ଜିଆ ସଉରା ଆଦିମ ଜନ ଜାତିର ଆଦିବାସୀ ମାନେ ସଭ୍ୟତା ଠାରୁ ବହୁତ ଦୂରରେ ରହିଛନ୍ତି । ଯଦିଓ ସେମାନେ ନିରକ୍ଷର, ତଥାପି ସେମାନଙ୍କର ଗୃହ ଓ ଏହାର ନିର୍ମାଣ ଶୈଳୀ ଦେଖିଲେ ମନେ ହୁଏ ସତେ ଯେପରି ପ୍ରକୃତି ସେମାନଙ୍କୁ ବିଜ୍ଞାନର ସମସ୍ତ କଳା ଓ କୌଶଳ ନିଜର ସ୍ୱତନ୍ତ୍ର ଶୈଳୀରେ ଶିଖାଇ ଦେବାର ଦାୟିତ୍ୱ ବହନ କରିଛି ।
Saura tribe of odisha in Odia
ଗୃହ ଗଠନ ଶୈଳୀ
"ପ୍ରିମିଟିଭ ଟ୍ରାଇବ୍" ବା ଆଦିମ ଜନ ଜାତି ମଧ୍ୟରୁ ଓଡ଼ିଶାର ଲାଞ୍ଜିଆ ସଉରା ଅନ୍ୟତମ । ଏମାନେ ମୁଖ୍ୟତଃ ଓଡ଼ିଶାର ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ବସବାସ କରନ୍ତି । ଏମାନଙ୍କର ଘରକୁ ସଉରା ଭାଷାରେ "ସିହିଂ" ବୋଲି କୁହାଯାଏ।ଏହା ଚାଳ ଛପର ଓ ମାଟିର ବ୍ୟବହାର କରି ଘର ତିଆରି ହୋଇଥାଏ। ଘରର କାନ୍ଥରେ ଗୋବରର ଲେପ ଦିଆଯାଇଥାଏ। ଘରର ଲମ୍ବ ପ୍ରାୟତଃ ୧୫ ଫୁଟ, ପ୍ରସ୍ଥ ୧୦ ଫୁଟ ଓ ଉଚ୍ଚତା ୫ଫୁଟ ହୋଇଥାଏ । ଘରର ମୂଖ୍ୟ ଦ୍ୱାର କାନ୍ଥର ମଝିଆ ମଝି ରହିଥାଏ । ଝରକାର ବନ୍ଧ କାଠ ବା ବାଁଉଶଦ୍ୱାରା ନିର୍ମିତ ହୋଇଥାଏ ଏବଂ ଏହାର ଆକାର ଗୋଲ ଅଟେ । ପ୍ରତି ଘରକୁ ପ୍ରବେଶ କରିବା ପାଇଁ ୧/୨ ପାହାଚ ରହିଥାଏ । ଘରର ଚାଳ ସାମନା ଭାଗ ନୁଆଁଣିଆ ହୋଇଥାଏ । ପ୍ରତ୍ୟକ ଘରର ବାହାର କାନ୍ଥରେ ଝୋଟି ଚିତ୍ର ଅଙ୍କା ହୋଇଥାଏ । ପ୍ରାୟତଃ ଏମାନେ ପଦ୍ମ ଓ ସ୍ୱସ୍ତିକ୍ ଚିତ୍ର ଆଙ୍କିଥାନ୍ତି । ଝୋଟି ପକାଇବା ପାଇଁ ଏମାନେ ସାଧାରଣତଃ ଧଳା ପଥର ଗୁଣ୍ଡ ବ୍ୟବହାର କରନ୍ତି । ପ୍ରତ୍ୟେକ ଘରର ବାହାର କାନ୍ଥରେ ନାଲି ମାଟିରେ ପାଢି ବନା ହୋଇଥାଏ ।ସାଧାରଣତଃ ଲାଞ୍ଜିଆ ସଉରା ଜନ ଜାତିର ଆଦିବାସୀ ମାନେ ଘରର ବାଡିକୁ ଯିବା ପାଇଁ ଘରର ପଛ ପଟେ କବାଟ ରଖନ୍ତି ନାହିଁ । ଯଦି କବାଟ ରହିବ ତାହା ମୁଖ୍ୟ ଦ୍ୱାରର ପୂରା ସିଧାରେ ରହିବ । ପ୍ରତି ଘରର ମୁଖ୍ୟ ଦ୍ୱାର ପାଖରେ ଛୋଟ ଆଇନା ମଧ୍ୟ ରହିଥାଏ । ଏହି ଆଇନା ସଉରା ନାରୀ ମାନେ ପ୍ରସାଧାନ ପାଇଁ ବ୍ୟବହାର କରନ୍ତି ।
ସଉରା ଘର ଭିତରେ ୨/୩ଟି ବଖରା ଓ ରୋଷେଇ ଶାଳ ଅଲଗା ଥାଏ। ଘରର ଭିତର ପାର୍ଶ୍ୱରେ ମାଟିର ଛାତ ତିଆରି ହୋଇଥାଏ ଯାହାକୁ "ମେର୍ଦା" କୁହାଯାଇଥାଏ।ଏହାକୁ ସେମାନେ ହାଣ୍ଡି, ମାଣ୍ଡିଆ,ଧାନ ଆଦି ସାଇତି ରଖିବା ପାଇଁ ବ୍ୟବହାର କରିଥାନ୍ତି।ରୋଷେଇଶାଳ ଭିତରେ କାଠ ପଟାରେ ଭାଡି ନିର୍ମାଣ କରାଯାଇଥାଏ,ଏହାକୁ "ଆଟୁ" ବୋଲି କୁହାଯାଏ।ଏହି "ଆଟୁ"ରେ ସେମାନେ ଶୁଖିଲା ମକା, ଶୁଖିଲା ମାଂସ,ଶୁଖୁଆ ଆଦି ବହୁତ ଦିନ ଯାଏ ସାଇତି ରଖନ୍ତି।ସଉରା ମାନେ ମାଟି ଚୁଲି ବ୍ୟବହାର କରନ୍ତି ଓ ତାଙ୍କ ଚୁଲିକୁ "ହିଣ୍ଡା" ବା "କୋଡା" ବୋଲି କୁହାଯାଏ। ପ୍ରତି ସଉରା ଘରେ ଏକ ଢିଙ୍କି ଓ ଚକି ନିଶ୍ଚିତ ଭାବରେ ରହିଥାଏ।ଏହା ବିରି,କାନ୍ଦୁଲ,ମାଣ୍ଡିଆ, କୋଳଥ ଆଦି ଚୁରିବା ପାଇଁ ବ୍ୟବହୃତ ହୋଇଥାଏ।ଆହୁରି ମଧ୍ୟ ପିଣ୍ଡାରେ ବଡ ଗାତ କରି କାଠର ଆବରଣ ଦିଆଯାଇଥାଏ। ତା ଭିତରେ ଏକ ମଜବୁତ୍ କାଠଗଣ୍ଡି ସାହାଯ୍ୟରେ ଧାନ କୁଟାଯାଏ।ଏହି କାଠଗଣ୍ଡିକୁ "ପାରେଳି" ବୋଲି କୁହାଯାଏ। ଯଦିଓ ଦୁଇଟି ଘର ଗୋଟିଏ କାନ୍ଥର ଦୁଇ ପାଖରେ ହିଁ ତିଆରି ହୋଇଥାଏ କିନ୍ତୁ ବାହାର ପିଣ୍ଡା ମଝିରେ କୌଣସି କାନ୍ଥ ନଥାଏ। କେବଳ ସାହିର ଆରମ୍ଭ ଓ ଶେଷ ପିଣ୍ଡାରେ ଦୁଇଟି କାନ୍ଥ ରହିଥାଏ। ସେହିପରି ଲାଞ୍ଜିଆ ସଉରାଙ୍କ ଘର ସେମାନଙ୍କୁ ଖରା, ବର୍ଷା ଓ ଶୀତରୁ ରକ୍ଷା କରିଥାଏ । ଲାଞ୍ଜିଆ ସଉରା ମାନେ ଖୁବ୍ ଠାକୁର ବିଶ୍ବାସୀ। ପ୍ରତ୍ୟକଙ୍କ ଘରେ ବିଭିନ୍ନ ଦେବାଦେବୀ ବିଶେଷ ଭାବରେ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କର ଫଟୋ ବା ପ୍ରତିମୂ୍ର୍ତ୍ତି ପୁଜା ପାଇଥାଏ।
ଏହି ଜନଜାତିର ବିଶ୍ୱାସ
ଲାଞ୍ଜିଆ ସଉରା ଘର ତାଙ୍କୁ ଖରା,ବର୍ଷା ଓ ଶୀତରୁ ରକ୍ଷା କରିଥାଏ।ବର୍ଷା ପାଣି ଜମି ନ ରହି ସହଜରେ ଗଡି ଯିବା ପାଇଁ ଚାଳ ଖୁବ୍ ନୁଆଁଣିଆ ହୋଇଥାଏ।ମୁଖ୍ୟ ଦ୍ୱାରର ଉଚ୍ଚତା ଛୋଟ ହୋଇଥିବାରୁ ବର୍ଷା ପାଣି ଘର ଭିତରକୁ ପଶିପାରେ ନାହିଁ ଏବଂ ଝଡ ବାତ୍ୟାରେ ମଧ୍ୟ ଘର ଭିତରର ଜିନିଷ ନଷ୍ଟ ହୁଏ ନାଁହି।ଘର ଭିତରେ ତିଆରି ହୋଇଥିବା "ମେର୍ଦା" ସେମାନଙ୍କୁ ଖରା ଦିନରେ ଥଣ୍ଡା ଓ ଥଣ୍ଡା ଦିନରେ ଉଷୁମ ରଖିବାରେ ସାହାଯ୍ୟ କରିଥାଏ।ଏହା ବ୍ୟତୀତ "ମେର୍ଦା" ଥିବା ଫଳରେ ଚାଳରେ ଥିବା ଅପରିଷ୍କାର ଜିନିଷ ଘର ଭିତରେ ପଡିପାରେ ନାଁହି।ଲାଞ୍ଜିଆ ସଉରା ମାନେ ବିଶ୍ୱାସ କରନ୍ତି ଯେ ଘର ଭିତରେ କୌଣସି ଜୀବ ଜନ୍ତୁଙ୍କ ମାଂସ କାଟିଲେ ଅଶୁଭ ଫଳ ମିଳିଥାଏ । ତେଣୁ ଏହି କାମ ସେମାନେ ବାରିରେ କରିଥାନ୍ତି । ଯଦିଓ ଲାଞ୍ଜିଆ ସଉରା ଲୋକମାନେ ଶିକ୍ଷା ଓ ଆଧୁନିକତା ଠାରୁ ବହୁ ଦୁରରେ ରହିଛନ୍ତି,ତଥାପି ସେମାନଙ୍କ ନିଆରା ଘର ତିଆରି ଶୈଳୀରୁ ଏହା ପ୍ରତୀତ ହେଉଛି ଯେ ସେମାନେ ଅତି କୁଶଳୀ ,ପରିଶ୍ରମୀ ଓ ବୁଦ୍ଧିମାନ । ନିଜର ସମସ୍ତ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ମାତା ସେମାନଙ୍କୁ ଯଥେଷ୍ଟ ଶିକ୍ଷା ଦାନ କରିଛି।ସେମାନଙ୍କ ପାଇଁ ଗୃହ ଯେ କେବଳ ଏକ ମୁଣ୍ଡ ଗୁଞ୍ଜିବା ସ୍ଥାନ ତା ନୁହେଁ ବରଂ ଏହା ଏପରି ଏକ ପବିତ୍ର ସ୍ଥାନ ଯାହା ତାକୁ ଓ ତା ପରିବାରକୁ ସମସ୍ତ ପ୍ରକାର ପ୍ରତିକୂଳତାରୁ ସବୁ ପରିସ୍ଥିତିରେ ସୁରକ୍ଷିତ ରଖିଥାଏ।
ବହୁ ପୂରାତନ କାଳରୁ ଏମାନେ ଅଶିକ୍ଷିତ ଭାବେ ମଇଁଷି, ପୋଢ଼ ଭଳି ବନ୍ୟ ଜନ୍ତୁଙ୍କୁ ଶିକାର କରି ମାଂସ ଭୋଜନ କରିଆସୁଥିଲେ । କ୍ରମଶଃ ଏହି ଜାତି ଲୋପ ପାଇବାରେ ଲାଗିବାରୁ ୧୯୮୮ ମସିହାରେ ଶବରପଲ୍ଲୀ ଗ୍ରାମରେ ଶବର ସମାଜ ଗଠନ କରିଥିଲେ ସ୍ୱର୍ଗତ ପ୍ରଧାନୀ ଗମାଙ୍ଗ । ଏହି ସମାଜ ଗଠନ ହେବା ପରେ ସଉରାମାନଙ୍କୁ ହିନ୍ଦୁ ଧର୍ମକୁ ନେଇ ସଚେତନତା କରାଯିବା ସହ ସତସଙ୍ଗ, ସଂସ୍କାର ଓ ନିତ୍ୟ ପୂଜାବିଧିରେ ପରିବର୍ତ୍ତନ ଆସିଥିଲା । ସେହି ଦିନ ଠାରୁ ଆଜି ବି ସ୍ପର୍ଗତ ପ୍ରଧାନୀ ଗମାଙ୍ଗଙ୍କୁ ଗୁରୁ ଭାବେ ପୂଜା କରି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଚଳୁଛନ୍ତି । ଏବେ ଏମାନେ ବହୁ ନିଷ୍ଠାପର ପୂଜା କରିବା ସହ କୌଣସି ବନ୍ୟଜୀବଜନ୍ତୁ ମାରିବା ବଦଳରେ ସୁରକ୍ଷା କରିବା ଧର୍ମ କାମ କରୁଛନ୍ତି ।
ସଉରା ନୃତ୍ୟଗୀତ ଓ ରୀତିନୀତି
ସେହିପରି ଏମାନଙ୍କ ନାଚ, ଗୀତ ବି ବେଶ୍ ନିଆରା । ଲାଞ୍ଜିଆ ସଉରା ସଉରା ଭାଷାରେ ଗୀତ ଗାଇ ନାଚ କରିଥାନ୍ତି । କତ୍ରିତ ଭାବେ ନାଚ କରିବା ବେଳେ ମହିଳା ମାନେ କାନ୍ଧ କୁ କାନ୍ଧ ଧରି ନାଚିଥାନ୍ତି । ଏହି ସମୟରେ ନାଗରା, ତୁରୀ, ଚାଙ୍ଗୁ ବାଜା ବଜେଇ ତାଳରେ ନାଚ କରିଥାନ୍ତି । ଏହି ନାଚ ସମୟରେ ପାରମ୍ପରିକ ଅସ୍ତ୍ର , ଶସ୍ତ୍ର କୁ ମଧ୍ୟ ହାତରେ ଧରି ନାଚ କରୁଥିବା ବେଳେ ଏହି ଦୃଶ୍ୟ ଦେଖିବାକୁ ଭାରି ମଜା ଲାଗିଥାଏ । ନିଆରା ପରମ୍ପରା ଓ ଲୋକ ସଂସ୍କୃତିକୁ ନେଇ ଲାଞ୍ଜିଆ ସଉରା ମାନେ ସମାଜରେ ଜୀବନଯାପନ କରୁଥିବା ବେଳେ ଏହି ସଂସ୍କୃତି ଓ କଳାକୁ ନେଇ ଗଜପତି ଜିଲ୍ଲା ବେଶ୍ ଗର୍ବିତ ।
Festivals celebrated by Saura tribe, Saura tribe festival, Saura tribe language, Saura tribe culture, Saura tribe of Odisha, Saura tribe food, Saura tribe lifestyles, Saura people in Odisha, Saura tribal art, Savari, the woman devotee of Lord Rama in the Ramayana, belonged to the Savara or Saura tribe.