ଗୁରୁ ଈଶ୍ୱରଙ୍କ ସହ ସମ୍ପର୍କର ସୂତ୍ରଧର- Guru iswara nka samparka ra sutradhara

@_ustad
0

ପରମହଂସ ଯୋଗାନନ୍ଦ

ପ୍ରତ୍ୟେକ ସନ୍ଥ, ଯିଏ ଏହି ଧରାତଳକୁ ଆସିଛନ୍ତି, ସେ ଈଶ୍ୱରଙ୍କ ସମସ୍ତ ମାନବୀୟ ସନ୍ତାନଙ୍କର ଆଧ୍ୟାତ୍ମିକ ଉତ୍ଥାନ ପାଇଁ, ଈଶ୍ୱରଙ୍କ ଇଚ୍ଛା ପୂର୍ତ୍ତି ହେତୁ ଯୋଗଦାନ ଦେଇଛନ୍ତି। ମହାନ୍ ସନ୍ଥ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ନେଇ ଆସିଥାନ୍ତି। ଅନେକ ଲୋକ ଅବା କିଛି ଲୋକଙ୍କୁ ପ୍ରବୁଦ୍ଧ ଅବା ପ୍ରେରିତ କରିବା ପାଇଁ ଆଉ ସେହି ଶିଷ୍ୟମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ, ଯିଏ ଗୁରୁଙ୍କ ଜୀବନାନୁସାରେ ନିଜ ଜୀବନ ବିତାଇଥାଆନ୍ତି। ପଶ୍ଚାଦ୍ଧାବନ କରୁଥିବା ସଚ୍ଚା ଶିଷ୍ୟ ଗୁରୁଙ୍କ ପରିବାରର ଜଣେ ସଦସ୍ୟ ହୋଇଯାଆନ୍ତି, ଯେଉଁମାନଙ୍କ ଦ୍ୱାରା ଗୋଟିଏ ଅନ୍ତରଙ୍ଗ ସମୂହ ଗଠିତ ହୋଇଥାଏ, ଯେଉଁଠି ସନ୍ଥ ନିଜର ଆଧ୍ୟାତ୍ମିକ ଜୀବନ ରୋପିତ କରିଥାନ୍ତି। ଯୀଶୁଖ୍ରୀଷ୍ଟଙ୍କର ଏଭଳି ୧୨ଜଣ ଶିଷ୍ୟ ଥିଲେ, କିନ୍ତୁ ସେଥିମଧ୍ୟରୁ ଜଣେ ତାଙ୍କ ଭଲପାଇବା ଓ ବିଶ୍ୱାସକୁ ଧୋକ୍କା ଦେଇଥିଲେ। ଈଶ୍ୱର-ନିଯୁକ୍ତ ଆଧ୍ୟାତ୍ମିକ ଶିକ୍ଷକଙ୍କ ପାଇଁ ଅନ୍ୟକୁ ନିଜ ଭଳି ତିଆରି କରିବା ସବୁଠାରୁ କଠିନ କାର୍ଯ୍ୟ ହୋଇଥାଏ। କିନ୍ତୁ ଯୀଶୁ ନିଜ ଭଳି ପବିତ୍ର ଶିଷ୍ୟ ତିଆରି କରିଥିଲେ।

ଆଧ୍ୟାତ୍ମିକ ରୂପରେ ପ୍ରବୁଦ୍ଧ ପ୍ରତ୍ୟେକ ଗୁରୁଙ୍କର ଏହି ପ୍ରୟାସ ରହିଥାଏ କି, ଅନେକ ଭକ୍ତ ଈଶ୍ୱରଙ୍କ ସହିତ ସମ୍ପର୍କ ରଖିବାରେ ଯୋଗ୍ୟ ହୁଅନ୍ତୁ। ତଥାପି ପ୍ରତ୍ୟେକ ସନ୍ଥ କିଛି ଅସମ୍ପୂର୍ଣ୍ଣ କାର୍ଯ୍ୟ ଛାଡି ଯାଇଥାନ୍ତି। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାପାଇଁ ତାଙ୍କୁ ଆଉ ଥରେ ଆସିବାକୁ ପଡେ, କିନ୍ତୁ ସମୟ ଈଶ୍ୱରଙ୍କ ଇଚ୍ଛା ଉପରେ ନିର୍ଭର କରିଥାଏ।

ଯୀଶୁ ପ୍ରାୟତଃ ଅନ୍ୟମାନଙ୍କୁ ଆରୋଗ୍ୟ ପ୍ରଦାନ କରିବାରେ ତତ୍ପର ଥାଆନ୍ତି କିନ୍ତୁ ସେମାନେ ତାଙ୍କର ପ୍ରଶଂସା କରନ୍ତିନାହିଁକିନ୍ତୁ ସେ ତାଙ୍କୁ ଶାରୀରିକ ଆରୋଗ୍ୟ ପ୍ରଦାନ କରି କରି ଥକିପଡନ୍ତି। ସେ ଚାହୁଁଥିଲେ ଲୋକେ ଈଶ୍ୱରଙ୍କୁ ଜାଣନ୍ତୁ। ସେ କେବଳ ସମସ୍ତଙ୍କର ଉଚ୍ଚତମ ମଙ୍ଗଳ ଚାହୁଁଥିଲେ, କିନ୍ତୁ ସେମାନେ ଯୀଶୁଙ୍କୁ ଶୂଳି ଉପରେ ଚଢାଇଦେଲେ। ଆଉ ଏହିଭଳି ତାଙ୍କର ଆଧ୍ୟାତ୍ମିକ ବିକାଶ ପାଇଁ ଈଶ୍ୱରଙ୍କ ଇଚ୍ଛା ପୂର୍ଣ୍ଣ ହେଲାନାହିଁ। ଯଦ୍ଦ୍ଯପି ସେ ନିଜ ପୂର୍ଣ୍ଣତାକୁ ପ୍ରାପ୍ତ କରିନେଇଥିଲେ, କିନ୍ତୁ ଅନ୍ୟମାନଙ୍କର ପ୍ରସନ୍ନତା ଏବଂ ପୂର୍ଣ୍ଣତାରୂପୀ ତାଙ୍କର ଇଚ୍ଛା ପୂର୍ଣ୍ଣ ହୋଇନଥିଲା। ସେ ନିଜର ଭ୍ରମିତ ଭ୍ରାତୃଗଣଙ୍କୁ ଈଶ୍ୱରଙ୍କ ପାଖକୁ ନେଇଯିବାକୁ ଚାହୁଁଥିଲେ। ମାନବ ଜାତିର ଈଶ୍ୱର ନିଯୁକ୍ତ ଉଦ୍ଧାରକଙ୍କୁ ପୃଥିବୀକୁ ଆଉଥରେ ଆସିବାକୁ ହିଁ ହୋଇଥାଏ, କିନ୍ତୁ ସେ କେବେ ଆସିବେ ତାହା କେହି କହିପାରିବେ ନାହିଁ। ମହାନ୍ ସନ୍ଥ କେବଳ ପରମାତ୍ମାଙ୍କ ଆଜ୍ଞାରେ ହିଁ ଆସିଥାନ୍ତି। କିଛି ପରିସ୍ଥିତିରେ ଯେତେବେଳେ ସମୟ ନିଶ୍ଚିତ ହୋଇଯାଏ, ତେବେ ସିଦ୍ଧସନ୍ଥ ଏହି ବିଷୟ ବତାଇଦିଅନ୍ତି, କିନ୍ତୁ ଅନ୍ୟ ଅବତାରମାନେ ନ ବତାଇ ଆସିଥାନ୍ତି। ଏହିଭଳି ଆସୁଥାନ୍ତି। ସ୍ୱଘୋଷିତ ଗୁରୁ, ଗୁରୁ ହୋଇପାରନ୍ତି ନାହିଁ। ଅତଃ ଗୁରୁ ସିଏ, ଯାହାକୁ ଈଶ୍ୱର ଅନ୍ୟକୁ ତାଙ୍କ ପାଖକୁ ଫେରାଇ ଆଣିବାପାଇଁ କୁହନ୍ତି। ଯେତେବେଳେ ସ୍ୱଳ୍ପମାତ୍ର ଆଧ୍ୟାତ୍ମିକ ଇଚ୍ଛା ରହିଥାଏ, ସେତେବେଳେ ଈଶ୍ୱର ଆପଣଙ୍କୁ ଆଉ ଅଧିକ ପ୍ରେରିତ କରିବା ପାଇଁ ପୁସ୍ତକ ତଥା ଶିକ୍ଷକଙ୍କୁ ପଠାଇ ଥାଆନ୍ତି ଆଉ ଯେତେବେଳେ ଆପଣଙ୍କ ଇଚ୍ଛା ପ୍ରବଳ ହୋଇଯାଏ, ସେତେବେଳେ ସେ ଜଣେ ସଦ୍ଗୁରୁଙ୍କୁ ପଠାଇ ଦିଅନ୍ତି। ‘ଏହାକୁ ବୁଝନ୍ତୁ, ଯେତେବେଳେ ତୁମେ ସ୍ୱୟଂକୁ(ଗୁରୁଙ୍କ ସମକ୍ଷରେ) ସମର୍ପିତ କରିବାରେ, ପ୍ରଶ୍ନ ପଚାରିବାରେ(ଗୁରୁ ଓ ନିଜର ଆନ୍ତରିକ ବୋଧ) ଓ ଗୁରୁଙ୍କ ସେବା କରିବାରେ ସିଦ୍ଧ ହୋଇଯିବ, ସେହି ସନ୍ଥ ଯିଏ ସତ୍ୟ ପ୍ରାପ୍ତି କରିନେଇଛନ୍ତି, ତୁମକୁ ମଧ୍ୟ ଜ୍ଞାନ ପ୍ରଦାନ କରିବେ। ଏଭଳି ବି ଶିକ୍ଷକ ଅଛନ୍ତି ଯିଏ ସବୁବେଳେ ନିଜ ଅନୁଯାୟୀମାନଙ୍କୁ ଆଶା କରିଥାନ୍ତି କି ସେ ତାଙ୍କରି ଈଶାରାରେ ନାଚନ୍ତୁ, ତୁରନ୍ତ ଆଜ୍ଞାପାଳନ ପାଇଁ ପ୍ରସ୍ତୁତ ରହିଥାନ୍ତୁ ଆଉ ଯଦି ସେ ସେଭଳି କରନ୍ତି ନାହିଁ ତେବେ ଶିକ୍ଷକ ବିରକ୍ତ ହୋଇଯାଆନ୍ତି। କିନ୍ତୁ ଜଣେ ଆଧ୍ୟାତ୍ମିକ ଶିକ୍ଷକ, ଯିଏ ଈଶ୍ୱରଙ୍କୁ ଜାଣିଥାନ୍ତି ଆଉ ବାସ୍ତବରେ ଜଣେ ସଦ୍ ଗୁରୁ ଅଟନ୍ତି, ସେ ନିଜକୁ ଜଣେ ଶିକ୍ଷକ ବୋଲି କେବେବି ଭାବନ୍ତି ନାହିଁ। ହିନ୍ଦୁ ଧର୍ମଶାସ୍ତ୍ର କହନ୍ତି କି, ଯେଉଁ ଭକ୍ତ ଜଣେ ସଦ୍ଗୁରୁଙ୍କ ଜ୍ଞାନ ସହିତ ନିଜର ଆନ୍ତରିକ ସମ୍ପର୍କ ଗଢିଦିଅନ୍ତି, ଗୁରୁଙ୍କ  ତାଙ୍କର ସହାୟତା କରିବା ସମ୍ଭବ ହୋଇଯାଏ। ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ ଶାଶ୍ୱତ ହୋଇଥାଏ। ଯେତେବେଳେ କୌଣସି ଶିଷ୍ୟ ଗୁରୁଙ୍କ ପ୍ରଶିକ୍ଷଣକୁ ସ୍ୱୀକାର କରିନିଏ, ତେବେ ସେଥିରେ ସମର୍ପଣ ଭାବ ରହିଥାଏ, କୌଣସି ବାଧ୍ୟ ବାଧକତା ନୁହେଁ।

Post a Comment

0Comments

Post a Comment (0)