କ୍ୟାଡବରୀ ଚକୋଲେଟ- ଜାଣନ୍ତୁ ଏହାର ସଫଳତାର କାହାଣୀ -Success stories of cadbury chocolate

@_ustad
0

 


ପିଲାମାନଙ୍କ ପାଖରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକୋଲେଟ୍ ବହୁତ ବହୁତ ପସନ୍ଦ । ଚକୋଲେଟ୍ କାହାର ରାଗ ଶାନ୍ତ କରିବା ତ ଆଉ କାହା ମୁହଁରେ ହସ ଆଣିବାର କାର୍ଯ୍ୟ କରିଥାଏ । କ୍ୟାଡବରୀ ଚକୋଲେଟ୍ ସମସ୍ତଙ୍କ ପସନ୍ଦ କିନ୍ତୁ ଆପଣ ଜାଣନ୍ତି କି ଏହା କେବେ, କେଉଁଠାରେ ଏବଂ କିପରି ଆରମ୍ଭ ହୋଇଥିଲା । ତେବେ ଚାଲନ୍ତୁ ଜାଣିବା କ୍ୟାଡବରୀ ଚକୋଲେଟ୍ ପଛରେ ଥିବା କାହାଣୀ …

୧୨ ଅଗଷ୍ଟ ୧୮୦୧ ରେ  ଜନ୍ କ୍ୟାଡବରୀ, ବର୍ମିଂହାମରେ ରିଚାର୍ଡ ଟାଜର୍ କ୍ୟାଡବରୀ ଏବଂ ତାଙ୍କ ପତ୍ନୀ ଏଲିଜାବେଥ୍ ହେଡଙ୍କ ଘରେ ଜନ୍ମଗ୍ରହଣ କରିଥିଲେ । ଜନ୍ କ୍ୟାଡବରୀ ଯେଉଁ ଧର୍ମର ଥିଲେ ତାଙ୍କୁ ସମାଜରେ ଏକ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ଏହି ଧର୍ମର ଲୋକମାନଙ୍କୁ ସ୍କୁଲରେ ପଢିବାକୁ ଅନୁମତି ଦିଆଯାଉନଥିଲା କି କୌଣସି ଚାକିରି ମିଳୁ ନଥିଲା। ତେଣୁ ତାଙ୍କର ନିଜର ବ୍ୟବସାୟ ଆରମ୍ଭ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା।

ଜନ୍ କ୍ୟାଡବରୀ ତାଙ୍କ ଧର୍ମ ବିଦ୍ୟାଳୟରେ ପଢିବା ପରେ ଏକ କଫିସପରେ କାମ କରିବା ଆରମ୍ଭ କରିଥିଲେ। ଏହା ପରେ, ୧୮୨୪ ମସିହାରେ, ଜନ୍ ନିଜର ଏକ ଦୋକାନ ଖୋଲିଥିଲେ । ସେ ଦେଖିଥିଲେ ଯେ ଲୋକମାନେ ଚା କିମ୍ବା କଫି ଅପେକ୍ଷା ଚକୋଲେଟ୍ ଡ୍ରିଙ୍କ୍ ଉପରେ ଫୋକସ୍ କରୁଛନ୍ତି ଏହା ପରେ, ୧୮୩୧ ମସିହାରେ, ଜନ୍ ଚକୋଲେଟ୍ ଡ୍ରିଙ୍କ୍ ଉପରେ ଧ୍ୟାନ ଦେଇଥିଲେ ଏବଂ ତାଙ୍କ ମେନୁରେ ଆହୁରି ୧୬ ପ୍ରକାରର ଚକୋଲେଟ୍ ଡ୍ରିଙ୍କ୍ ଯୋଗ କରିଥିଲେ । ତାଙ୍କର ଲୋକପ୍ରିୟ କ୍ୟାଡବରୀ ଚକୋଲେଟ୍ ଡ୍ରିଙ୍କ୍ ଲୋକମାନଙ୍କୁ ଏତେ ପସନ୍ଦ ଆସିଥିଲା ​​ଯେ ସେ ଶୀଘ୍ର ଆଖପାଖ ଅଞ୍ଚଳରେ ପ୍ରସିଦ୍ଧ ହୋଇ ଯାଇଥିଲେ ।


୧୮୪୭ ମସିହାରେ, ଜନ୍ ଏହି ବ୍ୟବସାୟରେ ତାଙ୍କ ଭାଇ ବେଞ୍ଜାମିନଙ୍କୁ ମଧ୍ୟ ଯୋଡିଥିଲେ । ଯାହା ପରେ ଦୁହେଁ ମିଳିତ ଭାବେ ବ୍ରିଜ୍ ଷ୍ଟ୍ରିଟରେ ଏକ କାରଖାନା ଖୋଲିଥିଲେ । ୧୮୫୪ ରେ ରାଣୀ ଭିକ୍ଟୋରିଆ ତାଙ୍କ କମ୍ପାନୀକୁ ଏକ ରୟାଲ ୱାରେଣ୍ଟ ସାର୍ଟିଫିକେଟ୍ ଦେଇଥିଲେ । ଯେଉଁ ଉତ୍ପାଦଗୁଡ଼ିକର କ୍ୱାଲିଟି ସବୁଠାରୁ ଭଲ ଥିଲା ଏବଂ ଯାହାକୁ  ରାଜା-ମହାରାଜା ମଧ୍ୟ ବ୍ୟବହାର କରୁଥିଲେ ।  ଏହାର ଉତ୍କୃଷ୍ଟ ଉତ୍ପାଦ ହେତୁ କ୍ୟାଡବରୀ ସମଗ୍ର ବ୍ରିଟେନରେ ପ୍ରସିଦ୍ଧ ହୋଇଥିଲା, କିନ୍ତୁ ପ୍ରାୟ ୧୮୬୦ ମସିହାରେ ବ୍ୟବସାୟରେ କଳହ ହେତୁ ଭାଇ ବେଞ୍ଜାମିନ୍ ଜନ୍ କ୍ୟାଡବିରୀଙ୍କ ଠାରୁ ଅଲଗା ହେବାକୁ ସ୍ଥିର କରିଥିଲେ । ଏହା ପରେ ଜନ୍ ତାଙ୍କର ଦୁଇ ପୁଅ ରିଚାର୍ଡ ଏବଂ ଜର୍ଜଙ୍କୁ କମ୍ପାନୀର ଦାୟିତ୍ୱ ଦେଇଥିଲେ।

କ୍ୟାଡବିରୀର ପ୍ରତିଷ୍ଠାତା ଜନ୍ କ୍ୟାଡବରୀଙ୍କ  ୧୧ ମେ ୧୮୮୯ ରେ ଦେହାନ୍ତ ହୋଇଥିଲେ। ଏହା ପରେ ତାଙ୍କ ପୁଅ ରିଚାର୍ଡ ମଧ୍ୟ ପରବର୍ତ୍ତୀ ଦଶ ବର୍ଷ ମଧ୍ୟରେ ଆରପାରିକୁ ଚାଲିଯାଇଥିଲେ । ଏହା ପରେ ତାଙ୍କର ଦ୍ୱିତୀୟ ପୁଅ ଜର୍ଜ, କ୍ୟାଡବରୀ କମ୍ପାନୀକୁ ଏକ ନୂତନ ଉଚ୍ଚତାକୁ ପହଞ୍ଚାଇଥିଲେ । ଜର୍ଜ ୧୯୦୫ ମସିହାରେ କ୍ୟାଡବରୀର ଫେମସ୍ ଡେରୀ ମିଲ୍କ ଚକୋଲେଟ୍ ଆବିଷ୍କାର କରିଥିଲେ । ସ୍ୱାଧୀନତାର ୧ ବର୍ଷ ପରେ କ୍ୟାଡବରୀ ଭାରତରେ ପହଞ୍ଚିଥିଲା। ଯାହା ଆଜି ସମସ୍ତଙ୍କ ପସନ୍ଦ ହୋଇ ରହିଛି ।

Tag:: Success stories of cadbury chocolate, Success stories of cadbury chocolate in Odia, Odia pathshala, Odia pathshala blog

Post a Comment

0Comments

Post a Comment (0)