ପୁରୁଣା ସଂଖ୍ୟା ଚିହ୍ନ -
୵-ଅଣାଏ,
୶ -ଦୁଇ ଅଣା,
୷-ତିନିଅଣା
୲ -ଚାରି ଅଣା
୳ -ଆଠଣା(ଅଧୁଲି)
୴-ବାରଅଣା
ଏହି ସଂଖ୍ୟାର ବ୍ୟବହାର ଅତୀତରେ ଥିଲା।
୧,୨,3,୪,୫,୬,୭,୮,୯,୦
ଏକ ସଂଖ୍ୟାଠାରୁ କ୍ରମଶଃ ଦଶଗୁଣ ବୃଦ୍ଧି ହୋଇ ଥିବା ସଂଖ୍ୟାମାନଙ୍କର ନାମ ସମ୍ପର୍କରେ ବ୍ରହ୍ମାଣ୍ଡପୁରାଣର ଗୋଟିଏ ଶ୍ଳୋକ ମନେ ରଖିଲେ ବିଶେଷ ସୁବିଧା ହୁଏ ଯଥା— " ଏକଂ ଦଶଂ ଶତଂ ଚୈବ ସହସ୍ରମୟୁତଂ ତଥା ଲକ୍ଷଂ ଚ ନିୟୁତଂ ଚୈବ କୌଟିରବୁଦମେବ ଚ ବୃନ୍ଦଃ ଖର୍ବୋ ନିଖର୍ବ୍ୱଶ୍ଚ ଶଙ୍ଖ ପଦ୍ମୌ ଚ ସାଗରଃ ଅନ୍ତ୍ୟଂ ମଧ୍ୟଂ ପରାଦ୍ଧଂ ଚ ଦଶବୃଦ୍ଧା ଯଥୋତ୍ତରମ୍ " ଏକରେ ଗୋଟିଏ ଶୂନ୍ୟ ଯୋଗ କଲେ ୧ (ଦଶ) ଦୁଇଟି ଶୂନ୍ୟଦେଲେ ୧ (ଶତ ବା ଶହ), ତିନୋଟି ଶୂନ୍ୟଦେଲେ ୧ (ସହସ୍ର ବା ହଜାର) ହେବ ଏହିପରି ୧୭:ଟି ଶୂନ୍ୟରେ ୧ (ଏକ ପରାଦ୍ଧ) ହୁଏ କେହି କେହି ପରାର୍ଦ୍ଧ ପରେ କ୍ରମେ ଦଶଗୁଣୋତ୍ତର କ୍ଷୌଣି, ବିକ୍ଷୌଣି, ନୀଳ, ମହାନୀଳ ଓ କାଠି ଗଣନା କରନ୍ତି ଏବେ କାଠି ଠାରୁ ସଂଖ୍ୟା ହଦ୍ ବୋଲି କହନ୍ତି ।
ସାଧାରଣ (ଲୋକେ) ଅସଂଖ୍ୟ, ବହୁସଂଖ୍ୟକ. ଆଦି ସ୍ଥାନରେ 'ଅସଂଖ୍ୟା' 'ବହୁ ସଂଖ୍ୟା', 'ଶତ ସଂଖ୍ୟକ', ସହସ୍ର ସଂଖ୍ୟକ ସ୍ଥାନରେ 'ଶହ ସଂଖ୍ୟା', 'ହଜାର ସଂଖ୍ୟା ଏବଂ ଏହିପରି 'ଲକ୍ଷ ସଂଖ୍ୟା', 'କୋଟି ସଂଖ୍ୟା' ଓ ଖର୍ବ ସଂଖ୍ୟା' ଶବ୍ଦମାନ ବ୍ୟବହାର କରନ୍ତି ।
ଆମ ଅଞ୍ଚଳରେ ଗୁଟେ ଟ'କା, ଟକାଟେ, ଏକ କୋଡ଼ି, କୋଡେ ଟକା=ଏକ୍ କୋର,ଶହେ ,ହଜାରେ ଲୋକମୁଖରେ ଶୁଣିବାକୁ ମିଳେ ଆପଣଙ୍କ ନିଜ ନିଜର ଅଞ୍ଚଳରେ ...