ଫୁଲବାଣୀ ନାମ ପଛରେ ରହିଥିବା କିମ୍ବଦନ୍ତୀ- Phulbani Pachhare rahithiba kimbadanti

@_ustad
0

ପର୍ବତମାଳିନୀ ଫୁଲବାଣୀର ନାମକରଣ ପଛରେ ଗୋଟିଏ ରୋଚକ କାହାଣୀ ରହିଛି । ତାହା ହେଲା ଫୁଲ ନାମରେ ଗୋଟିଏ ଯୁବତୀକୁ ମେରିଆ ଭାବରେ ବଳି ଦେବାକୁ ବର୍ତ୍ତମାନର ଫୁଲବାଣୀ ସାହି ସ୍ଥିତ ମେରିଆ ବରଗଛ ଠାରେ କନ୍ଧମାନେ ରଖିଥିଲେ । କୌଣସି ସୂତ୍ରରୁ ସୂଚନା ପାଇ ବ୍ରିଟିଶ ସୈନ୍ୟ ଆକ୍ରମଣ କରିବାକୁ ଆସିବା ଖବର ପାଇ କନ୍ଧମାନେ ସେ ସ୍ଥାନ ରେ ଫୁଲକୁ ଛାଡ଼ି ପଳୟନ କଲେ । 




ଜାଣନ୍ତୁ ?
ମେରିଆ ବଳୀ କଣ

ଜଣେ ଗୋରା ସାହେବ ଫୁଲର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାକୁ ବିବାହ କଲେ । ସେତେବେଳେ ଫୁଲବାଣୀ ଠାରୁ ୫ କିଲୋମିଟର ଦୂର ବିଶିପଡ଼ା ଛକ ଠାରେ ଜିଲ୍ଲାର ମୂଖ୍ୟ କାର୍ଯ୍ୟାଳୟ ରହିଥିଲାା । ଭବଷ୍ୟତରେ ସହରର ଉନ୍ନତିକରଣ ନିମନ୍ତେ ସେଠାରୁ ଫୁଲବାଣୀକୁ ଇଂରେଜମାନେ ସ୍ଥନାନ୍ତର କରିଥିଲେ । ସେତେବେଳେ ଓଲେନବେଚ ସାହେବ ପ୍ରସାଶନିକ ମୂଖ୍ୟ ଥିଲେ । ଯିଏ କି ଫୁଲକୁ ବିବାହ କରିଥିଲେ ଏବଂ ତାର ନାମ ଅନୁସାରେ ସେ ସ୍ଥାନର ନାମ ଫୁଲବାଣୀ ରଖିଥିଲେ । ଜନଶ୍ରୁତି ଅନୁଯାୟୀ ସେ ଗୋରା ସାହେବ ଯୁଆଡ଼େ ଯାଉଥିଲେ ତାଙ୍କ ପାଖରେ ଆମ୍ବ ଟାକୁଆ ଏବଂ ପଣସ ମଞି ରଖୁଥିଲେ । ଲୋକମାନଙ୍କୁ ତାହା ଦେଇ ଗଛ ଲଗାଇବାକୁ ପରାମର୍ଶ ଦେଉଥିଲେ । ବର୍ତ୍ତମାନ ଫୁଲବାଣୀର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟର ନାମ ତାଙ୍କରି ନାମରେ ନାମିତ ହୋଇଛି । ଫୁଲବାଣୀକୁ ଗଢ଼ିବାରେ ତାଙ୍କର ଦାନ ଥିଲା ଅତୁଳନୀୟ । ନିରଶ୍ରୟା ଫୁଲକୁ ଆଶ୍ରୟ ଦେଇ ତା ନାମ କୁ ସବୁଦିନ ଲାଗି ସ୍ମରଣୀୟ କରିଦେଲେ । (ଜନଶ୍ରୁତି)

**Image is only for representative purpose

Tag: ଫୁଲବାଣୀ ନାମ ପଛରେ ରହିଥିବା କିମ୍ବଦନ୍ତ, Phulbani Pachhare rahithiba kimbadanti, Fulbani kimbadanti, Phulabani Odisha ra Kimbadanti

Post a Comment

0Comments

Post a Comment (0)