ହୀର ରାଞ୍ଝାଙ୍କ ପ୍ରେମ କାହାଣୀ - Heer Ranjha Love Story in Odia

@_ustad
0

Heer Ranjha Love Story in Odia: ଏହି କାହାଣୀ ବର୍ତ୍ତମାନ ପାକିସ୍ଥାନର ବହୁ ଲୋକପ୍ରିୟ କାହାଣୀ ରୂପେ ଖ୍ୟାତି ଅର୍ଜନ କରିପାରିଛି । ବହୁ ଯୁବକ-ଯୁବତୀ ଯେଉଁମାନେ ଏହି ପ୍ରଣୟୀ ପ୍ରେମରେ ପଡିଛନ୍ତି , ସେମାନେ ମଧ୍ୟ ଏହିପରି ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିଛି ଲୋକ ବହୁ ବର୍ଷର ବାସ୍ତବ ହୀର-ରାଞ୍ଝାର ପ୍ରେମ କାହାଣୀ ଉପରେ ବିଶ୍ୱାସ କରନ୍ତି । ସେମାନେ କୁହନ୍ତି ଯେ , ହୀର-ରାଞ୍ଝାଙ୍କ ଦେହାନ୍ତ ହେବା ପରେ ଉଭୟଙ୍କୁ ପଞ୍ଜାବି (ପାକିସ୍ଥାନ)ର "ଝାଙ୍ଗ"ରେ ଶବ କବର ଦିଆଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପ୍ରକୃତ ପ୍ରମାଣ ମିଳି ପାରିନାହିଁ ।

Heer Ranjha Love Story in Odia-ହୀର-ରାଞ୍ଝାଙ୍କ ପ୍ରେମ କାହାଣୀ

ଏହି କାହାଣୀ ଦୁଇ ପ୍ରେମୀ ଯୁଗଳଙ୍କ ସମ୍ପର୍କରେ ବର୍ଣ୍ଣିତ । "ହୀର" ପଞ୍ଜାବର ଝାଙ୍ଗ ସହରର ସିୟାଳ ଉପଜାତି ସମ୍ପ୍ରଦାୟ ଧନୀ ପରିବାରରେ ଜନ୍ମ ଲାଭ କରିଥିବା ଏକ ସୁନ୍ଦରୀ କନ୍ୟା ଥିଲେ । "ରାଞ୍ଝା" ଚନାବ ନଦୀ କୂଳରେ "ତଖ୍ୱତ ହଜାରା" ନାମକ ଗ୍ରାମର ଏକ କୃଷକ ଉପଜାତି ପରିବାରର ଚାରି ପୁତ୍ରମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ପୁତ୍ର ଥିଲେ । ସେ ତାଙ୍କ ପିତାଙ୍କର ସବୁଠାରୁ ପ୍ରିୟ ପୁତ୍ର ଥିଲେ ; ସେଥିପାଇଁ ଯେଉଁଠାରେ ତାଙ୍କ ଭାଈମାନେ କ୍ଷେତରେ ପରିଶ୍ରମ କରୁଥିଲେ , ରାଞ୍ଝା ବଂଶୀ (ପଞ୍ଜାବୀରେ 'ବଞ୍ଜଳୀ') ବଜାଇ ଆରାମରେ ଜୀବନ ନିର୍ବାହ କରୁଥିଲେ । ରାଞ୍ଝାଙ୍କୁ ପିଲାବେଳୁ ହିଁ ସୁନ୍ଦରତା ପସନ୍ଦ ଥିଲା । ସେ ନିଜ ପାଇଁ ସ୍ୱପ୍ନରେ ହିଁ ଜଣେ ହସିନାର ରୂପ ଚିତ୍ର ଗଢି ଦେଇଥିଲେ । ୧୨ ବର୍ଷ ବୟସରେ ପିତାଙ୍କର ସାୟା ରାଞ୍ଝାଙ୍କ ମୁଣ୍ଡରୁ ଉଠି ଯାଇଥିଲା । ତାଙ୍କର ଭାଉଜମାନେ ତାଙ୍କୁ ଖାଇବାକୁ ମଧ୍ୟ ଦେବାପାଇଁ ମନା କରିଦେଲେ ।

ଆହୁରି ପଢନ୍ତୁ- ଲୈଲା ମଜନୁ ଙ୍କ ପ୍ରେମ କାହାଣୀ- Laila Majnu Love Story in Odia

 ନିଜ ଭାଈ ମାନଙ୍କ ଠାରୁ ଅଲଗା ହେବା ପରେ ସବୁଦିନ ଏକ ଗଛ ତଳେ ବସି ରହୁଥିଲେ ଏବଂ ନିଜ ସ୍ୱପ୍ନର ରାଣୀ ବିଷୟରେ ଭାବୁଥିଲେ । ଦିନେ ଜଣେ ପୀର୍ ବାବା ପଚାରିଲେ କି- ତୁମେ ଏତେ ଦୁଃଖୀ କାହିଁକି ଅଛ? ସେହି ସମୟରେ ରାଞ୍ଝା ପୀରଙ୍କୁ ନିଜଦ୍ୱାରା ରଚିତ ପ୍ରେମ ଗୀତ ଶୁଣାଇ ଥିଲେ, ଯେଉଁଥିରେ ସ୍ୱପ୍ନ ରାଣୀର କଥା ଉଲ୍ଲେଖ ଥିଲା । ପୀର୍ କହିଥିଲେ ଯେ- ତୁମ ସ୍ୱପ୍ନର ରାଣୀ ହୀରଙ୍କ ଛଡ଼ା ଆଉ କେହି ମଧ୍ୟ ହୋଇପାରିବେ ନାହିଁ । ଏହା ଶୁଣି ରାଞ୍ଝା ନିଜ ଗ୍ରାମ ଛାଡ଼ି ହୀରଙ୍କୁ ଖୋଜିବାକୁ ବାହାରି ଗଲେ ଏବଂ ଚାଲି-ଚାଲି "ହୀର"ଙ୍କ ଗ୍ରାମରେ ପହଞ୍ଚିଗଲେ । ହୀର ବହୁତ ଦୃଢ ଶକ୍ତି ବୁଦ୍ଧି ବିଶିଷ୍ଟ ଝିଅ ଥିଲେ । ଦିନେ ରାତ୍ରି କାଳରେ ରାଞ୍ଝା "ହୀର"ଙ୍କ ନାବରେ ଲୁଚି ଶୋଇ ପଡ଼ିଥିଲେ । ଏହା ଦେଖି ହୀର ପୁରା ରାଗି ଯାଇଥିଲେ , କିନ୍ତୁ ଯେତେବେଳେ ହୀର ଜଣେ ଯବାନ ପୁରୁଷଙ୍କୁ ଦେଖିଲେ ସେତେବେଳେ ନିଜ ରାଗକୁ ଭୁଲି ଗଲେ ଏବଂ ରାଞ୍ଝାଙ୍କୁ ଦେଖି ରହିଗଲେ । ତା'ପରେ ରାଞ୍ଝା ନିଜ ସ୍ୱପ୍ନ କଥା ହୀରଙ୍କୁ ଜଣେଇ ଥିଲେ । ରାଞ୍ଝାଙ୍କ ଉପରେ ଆକୃଷ୍ଟ ହୀର ତାଙ୍କୁ ନିଜ ଘରକୁ ନେଇଗଲେ । ସେଠାରେ ତାଙ୍କୁ ମଧ୍ୟ ହୀରଙ୍କ ସହ ପ୍ରେମ ହୋଇଗଲା । ହୀର ତାଙ୍କୁ ପିତାଙ୍କର ଗାଈ-ମଇଁଷି ଚରାଇବାର କାମ ଦେଲେ । ରାଞ୍ଝାଙ୍କ ବଂଶୀ ବାଦନ ଶୁଣି ହିର ମୁଗ୍ଧ ହୋଇଗଲେ ଏବଂ ତାଙ୍କୁ ମଧ୍ୟ ଭଲପାଇ ବସିଲେ । ସେମାନେ ଦୁହେଁ ଦୁହିଁଙ୍କୁ ଲୁଚି-ଲୁଚି ଦେଖା କରିବାକୁ ଲାଗିଲେ । ଗୋଟେ ଦିନ ହିରଙ୍କ ଦାଦା , ସମ୍ପର୍କୀୟ ଦେଖିଦେଲେ ଏବଂ ତାଙ୍କ ପିତା (ଚୂଚକ) ଓ ମାତା (ମଲକୀ) ଜବରଦସ୍ତୀ ହିରଙ୍କ ବିବାହ ଜଣେ "ସୌଦା ଖେଦା" ନାମକ ବ୍ୟକ୍ତିଙ୍କ ସହ କରିଦେଲେ ।

ରାଞ୍ଝାଙ୍କ ହୃଦୟ ଭାଙ୍ଗିପଡ଼େ ଏବଂ ସେ ଯୋଗ ଶିକ୍ଷା କରିବା ପାଇଁ "ବାବା ଗୋରଖନାଥ"ଙ୍କ ଡେରା, ଟିଲ୍ଲା ଯୋଗିୟାଁକୁ ପଳେଇଲେ ।ରାଞ୍ଝା ଯୋଗୀ ହେଇଗଲେ।

ଗୋରଖନାଥଙ୍କ ଚେଲାମାନେ ନିଜ କାନ ଛେଦନ କରି ବାଳି ପିନ୍ଧିବା କାରଣରୁ ତାଙ୍କୁ କାନଫଟେ କୁହାଯାଉଥିଲା । ରାଞ୍ଝା ମଧ୍ୟ କାନ ଛେଦନ କରି "ଅଲେଖ ନିରଞ୍ଜନ"ର ଜପ କରି ପୁରା ପଞ୍ଜାବରେ ବୁଲିବାକୁ ଲାଗିଲେ । ଶେଷରେ ଗୋଟେ ଦିନ ସେ ହୀରଙ୍କ ଶଶୁର ଘର ଗ୍ରାମରେ ପହଞ୍ଚି ଗଲେ । ହୀର-ରାଞ୍ଝା ଦୁହେଁ ହିରଙ୍କ ଗ୍ରାମ ପଳେଇଆସିଲେ ଯେଉଁଠାରେ ହିରଙ୍କ ମାତା-ପିତା ସେମାନଙ୍କୁ ବିବାହ କରିବା ପାଇଁ ମଞ୍ଜୁରୀ ଦେଇଦେଲେ । କିନ୍ତୁ ହୀରଙ୍କ ଦାଦା ଫୌଦୋ ସେମାନଙ୍କୁ ଖୁସିରେ ଦେଖି ଜଳୁଥିଲେ । ବାହାଘର ଦିନ ହୀରଙ୍କ ଦାଦା , ହୀରଙ୍କ ଖାଦ୍ୟରେ ବିଷ ମିଶାଇଦେଲେ । ଏହି ଖବର ଶୁଣି ରାଞ୍ଝା ହୀରଙ୍କୁ ବଞ୍ଚେଇବା ପାଇଁ ଦୌଡ଼ି ଆସିଲେ କିନ୍ତୁ ବହୁତ ଡେରି ହୋଇସାରିଥିଲା । ରାଞ୍ଝା ଏହି ଦୁଃଖକୁ ବରଦାସ୍ତ କରି ନ ପରି ସେହି ବିଷାକ୍ତ ମିଠାକୁ ଖାଇଦେଲେ ଏବଂ ହିରଙ୍କ ପାଖରେ ନିଜ ଶେଷ ଜୀବନ ତ୍ୟାଗ କଲେ । ତାଙ୍କୁ ହିରଙ୍କ ଶହର , ଝାଙ୍ଗରେ ପୋତା ଯାଇଥିଲା ଏବଂ ସବୁ ଆଡୁ ଲୋକମାନେ ତାଙ୍କ ଶ୍ରଦ୍ଧାଲିପି ଥିବା ସମାଧି ଫଳକ ପାଖକୁ ଆସି ତାଙ୍କୁ ବହୁ ମନେ ପକାଇଥା'ନ୍ତି । 

Tag: ହୀର ରାଞ୍ଝାଙ୍କ ପ୍ରେମ କାହାଣୀ, Heer Ranjha Love Story in Odia, Heer Ranjha Love Story , ହୀର ରାଞ୍ଝା

Post a Comment

0Comments

Post a Comment (0)