ଆବଶ୍ୟକ ସାମଗ୍ରୀ:
ଭାତ ଦୁଇକପ, ଲୁଣ ସ୍ୱାଦ ଅନୁସାରେ, କଞ୍ଚାଲଙ୍କା, ଅଦା, ଆମଚୁର ପାଉଡର, ଧନିଆଁ ପତ୍ର, ବେସନ, ସିମ୍ଲାମିର୍ଚ୍ଚ, ଆବଶ୍ୟକ ପରିମାଣର ତେଲ।
ପ୍ରସ୍ତୁତି ପ୍ରଣାଳୀ:
ଭାତରେ ଲୁଣ, କଞ୍ଚାଲଙ୍କା, ଅଦା, ଆମଚୁର ପାଉଡର, ସିମ୍ଲା ମିର୍ଚ୍ଚ ପାଉଡର ଏବଂ ଧନିଆଁ ପତ୍ରକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଲେମ୍ବୁ ଆକାରର ଗୁଳା କାଢ଼ି ତାକୁ ଗୋଲାକାର କରିବା ପରେ ଚେପ୍ଟା କରି ଦିଅନ୍ତୁ। ଏବେ ବେସନ ଏକ ପାତ୍ରରେ କାଢ଼ି ଦିଅନ୍ତୁ, ଲୁଣ, ନାଲିଲଙ୍କାଗୁଣ୍ଡ ଏବଂ ଧନିଆ ପାଉଡର ପକାନ୍ତୁ। ଏବେ ଏଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚାମଚରେ ଭଲଭାବେ ୫-୭ମିନିଟ୍ ପର୍ଯ୍ୟନ୍ତ ଭଲଭାବେ ଫେଣ୍ଟନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେଲାପରେ ଗୁଳାକୁ ଶୁଖିଲା ବେସନରେ ପକାଇ ତେଲରେ ଛାଣି ଦିଅନ୍ତୁ। ଏବେ ଏହା ବ୍ରାଉନ୍ ହେବା ପର୍ଯ୍ୟନ୍ତ ତାକୁ ଏପଟ ସେପଟ କରନ୍ତୁ। ଛଣା ହେଉଥିବା ପକୁଡିକୁ ରଖିବା ଲାଗି ଏକ ପ୍ଲେଟ୍ରେ ନ୍ୟାପକିନ୍ ପେପର ପକାଇ ରଖନ୍ତୁ। ସବୁ ପକୁଡି ଏହି ପରି ଛାଣି ପ୍ରସ୍ତୁତ କରନ୍ତୁ। ଚାଉଳ ପକୁଡି ସହିତ ଧନିଆ ଚଟଣୀ, ଚିଲି ସସ୍ ଏବଂ ଟମାଟୋ ସହ ଏହାକୁ ଖାଇପାରିବେ।
Tag:ଚାଉଳ ପକୋଡା,ଚାଉଳ ପକୁଡି ପ୍ରସ୍ତୁତି, Rice Pakudi, Rice Pakoda recipes, Odia pathshala recipes