ଦେବରାଜ ଇନ୍ଦ୍ର ଓ ଅହଲ୍ୟାଙ୍କ କାହାଣୀ

@_ustad
0
Ahalya painting by_Raja ravi verma

ପୁରାଣ ଅନୁସାରେ ବ୍ରହ୍ମା ଏମିତି ଏକ ସ୍ତ୍ରୀକୁ ବନାଇଲେ ଯିଏ ସଂସାରର ସବୁଠୁ ସୁନ୍ଦର ସ୍ତ୍ରୀ ଥିଲା । ଯାହାର ସୁନ୍ଦରତା ଚାନ୍ଦକୁ କୋମଳତାରେ ଓ କୋମଳ ଯୌବନ ସ୍ୱର୍ଗକୁ ଫିକା କରୁଥିଲା । ସେହି ସୁନ୍ଦର ସ୍ତ୍ରୀର ନାମ ଥିଲା ଅହଲ୍ୟା । ଅହଲ୍ୟାର ସୁନ୍ଦରତା ଅନ୍ୟ କୌଣସି ସ୍ତ୍ରୀ ପାଖରେ ଦେଖାଯାଉନଥିଲା ସେଥିପାଇଁ ସବୁ ଦେବତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ବ୍ରହ୍ମ। ଏକ ସର୍ତ୍ତ ରଖିଲେ ଯିଏ ତିନିଲୋକର ଭ୍ରମଣ ସବୁଠୁ ପ୍ରଥମ କରିବ ସିଏ ଅହଲ୍ୟାକୁ ବିବାହ କରିବ ଏହା ଶୁଣିକି ସବୁ ଦେବତା ତିନିଲୋକର ଭ୍ରମଣ କରିବାକୁ ବାହାରିପଡିଲେ । ଦେବରାଜ ଇନ୍ଦ୍ର ତାଙ୍କ ସବୁ ଶକ୍ତି ବଳରେ ତିନିଲୋକ ପରିକ୍ରମା କରିଲେ ସବୁଠୁ ପ୍ରଥମେ ବିବାହ କରିବାକୁ ଅହଲ୍ୟାଙ୍କ ପାଖରେ ପହଁଚିଲେ ସେହି ସମୟରେ ନାରଦ ଆସି କହିଲେ ଇନ୍ଦ୍ରଙ୍କ ପୂର୍ବରୁ ଗୌତମ ପ୍ରଥମେ ପରିକ୍ରମା କରି ପହଞ୍ଚିଛନ୍ତି ତ ବିବାହ କରିବାର ଅଧିକାର ତାଙ୍କର ଅଛି ।

ଇନ୍ଦ୍ର ନାରଦକୁ ପଚାରିଲେ କୃପା କରି କହିବେ ଗୌତମ ଏକ ମାନବ ହୋଇ ଏତେ ଶୀଘ୍ର କେମିତି ତିନିଲୋକ ପରିକ୍ରମା କଲେ । ନାରଦ ବୁଝାଇକି କହିଲେ ଯେ ତମର ମନେଥିବ ଯେ ଯଦି କୌଣସି ମାନବ ଗୋମାତାଙ୍କ ପରିକ୍ରମା କରେ ଓ ପରିକ୍ରମା କରିବା ସମୟରେ ଗୋମାତା ଛୋଟ ଛୁଆକୁ ଜନ୍ମ ଦିଏ ସେହି ପରିକ୍ରମା ତିନିଲୋକର ପରିକ୍ରମା ସହିତ ସମାନ ହୋଇଥାଏ ତାପରେ ଅହଲ୍ୟାଙ୍କ ବିବାହ ଗୌତମଋଷିଙ୍କ ସହିତ ହୁଏ ।

ଗୌତମ ଅହଲ୍ୟାଙ୍କ ବିବାହ କରି ଚାଲିଗଲେ ଓ ଇନ୍ଦ୍ର କ୍ରୋଧ ,ବାସ୍ନାର ନିଆଁରେ ଜଳୁଥାନ୍ତି । ଇନ୍ଦ୍ର ଦେବ କାମନାର ବାସନାକୁ କାବୁ ରଖିପାରିଲେ ନାହିଁ ଓ ସେ ଚନ୍ଦ୍ର ଦେବଙ୍କ ସହିତ ଅହଲ୍ୟାର କୁଡ଼ିଆ ପାଖକୁ ଆସିଲେ । ତାଙ୍କୁ ଲୁଚି ଲୁଚି ଦେଖନ୍ତି । ଏଥିପାଇଁ ଚନ୍ଦ୍ର ଦେବ ଓ ଇନ୍ଦ୍ରଦେବ ଏକ ଷଡଯନ୍ତ୍ର ରଚିଲେ ମଧ୍ୟରାତିର ଅପେକ୍ଷା କଲେ । ଯେମିତି ମଧ୍ୟରାତି ଆସିଲା ସେମିତି ଚନ୍ଦ୍ରଦେବ କୁକୁଡ଼ା ରୂପ ଧାରଣ କରି ଗୌତମଙ୍କ କୁଡ଼ିଆ ପାଖକୁ ଆସିଲେ ଓ ରାବିବାକୁ ଲାଗିଲେ ।

ଗୌତମଙ୍କୁ ଲାଗିଲାକି ସକାଳ ହେବାକୁ ଯାଉଛି ମତେ ଗଙ୍ଗାସ୍ନାନ କରିବାକୁ ପଡିବ । କୁକୁଡ଼ାର ଆବାଜ ଶୁଣି ଗୌତମ ତାଙ୍କ ବସ୍ତ୍ର ଉଠାଇ ନଦୀକୁ ସ୍ନାନ କରିବାକୁ ବାହାରି ପଡିଲେ । ଯେମିତି ଗୌତମ ସ୍ନାନ କରିବାକୁ ବାହାରିଗଲେ ସେମିତି ଇନ୍ଦ୍ରଦେବ ଗୌତମ ଋଷିଙ୍କ ରୂପ ଧାରଣ କରି କୁଡିଆକୁ ପ୍ରବେଶ କଲେ । ସେଠିକି ଗଲେ ଯେଉଁଠି ଅହଲ୍ୟା ସୋଇଥିଲେ । ଅହଲ୍ୟା ତାଙ୍କୁ ଦେଖି ପଚାରିଲେ ତମେ ଏବେ ସ୍ନାନ କରିବାକୁ ଯାଇଥିଲ, ଏତେ ଶୀଘ୍ର କେମିତି ଆସିଗଲ ଇନ୍ଦ୍ରଦେବ ଗୌତ୍ତମ ରୂଷିବେଶରେ ଜବାବ ଦେଲେ ମତେ ଲାଗିଲା ସକାଳ ହେବାକୁ ଆସୁଛି କିନ୍ତୁ ଏବେ ମଧ୍ୟରାତି ହୋଇଛି । ଅହଲ୍ୟା କିଛି କହିଲେ ନାହିଁ ଓ ଇନ୍ଦ୍ରଦେବ ତାଙ୍କ କାମବାସ୍ନା ପୁରା କରିବାକୁ ତାଙ୍କ ସହିତ ଲାଗିପଡ଼ିଲେ । ଏପଟେ ଚନ୍ଦ୍ରଦେବ ବାହାରେ ପ୍ରହାର ଦେଉଥିଲେ । ସେପଟେ ଗୌତମ ରୁଷି ପାଣିରେ ବୁଡ ଲଗେଇ କହୁଛନ୍ତି ଗଙ୍ଗା ମାଙ୍କୁ କୋଉ ମୂର୍ଖ ଯିଏ ମଧ୍ୟରାତିକୁ ରଦ୍ଧ କରିବାକୁ ଚାହୁଁଛି ଓ ଗଙ୍ଗାମା ପ୍ରକଟ ହୁଅନ୍ତି ଗୌତମ କୁହନ୍ତି ମୁଁ ଆପଣଙ୍କ ପୁତ୍ର ଏଥିରେ କ୍ରୋଧ ହେବାର ଆବଶ୍ୟକତା କଣ ଅଛି।

ଗଙ୍ଗାମା ଜାଣିପାରନ୍ତି ଗୌତମଙ୍କ ସହ ଛଳ ହେଉଛି ବୋଲି ଓ ଗଙ୍ଗା ମା କୁହନ୍ତି ତୁମ ସହିତ ଛଳ ହେଉଛି ତୁରନ୍ତ ତୁମେ କୁଡିଆକୁ ଫେରିଯାଅ । ଏତିକିରେ ଗୌତମ କୁକୁଡ଼ାର ଛଳକୁ ବୁଝିପାରିଲେ ଗୌତମ ଶୀଘ୍ର ତାଙ୍କ ବସ୍ତ୍ର ଉଠାଇଲେ ଓ କୁଡିଆ ଆଡକୁ ଫେରିଚାଲିଲେ । ଯେତେବେଳେ କୁଡ଼ିଆ ପାଖରେ ପହଁଚିଲେ ଦେଖିଲେ କୁକୁଡ଼ା ବର୍ତମାନ ବି ଚନ୍ଦ୍ର କୁଡ଼ିଆ ପାଖରେ ପହରା ଦେଉଛି । ଗୌତମ କ୍ରୋଧ ହୋଇ କହୁଛନ୍ତି ହେ ଦୁଷ୍ଟ ମୋ ସହିତ ଛଳ କାଇଁ କଲ ଏତିକି କହିକି ଗୌତମ ଚନ୍ଦ୍ରଦେବ ଉପରେ ଏକ ପ୍ରହାର କଲେ ଯେଉଁଥିରେ ଚାନ୍ଦ ଉପରେ ଏକ ଦାଗ ଲାଗିଗଲା , ଗୌତମଙ୍କ ପ୍ରହାରରେ ଚନ୍ଦ୍ରଦେବ ଚିଲାଈକି ପଳାଇଗଲେ ।

ଗୌତମ ଋଷି କୁଡିଆକୁ ପ୍ରବେଶ କଲେ ଭିତର ଦୃଶ୍ୟ ଦେଖି କ୍ରୋଧର ଅଗ୍ନିରେ ଜଳିବାକୁ ଲାଗିଲେ ଓ ଉଚ୍ଚା ସ୍ୱରରେ କହିଲେ ହେ ଦୁଷ୍ଟପାପୀ କିଏ ତୁ ଏତିକିରେ ଇନ୍ଦ୍ରଦେବ ଥରିବାକୁ ଲାଗିଲେ ଓ ତାଙ୍କ ବାସ୍ତବ ରୁପକୁ ଫେରିଆସିଲେ ଅହଲ୍ୟା କାନ୍ଦିବାକୁ ଲାଗିଲେ ଓ ନିଜକୁ ଧିକାର କହିବାକୁ ଲାଗିଲେ ଓ ଗୌତମ ରୁଷି ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରିପାରିଲେ ନାହିଁ ଓ ଅହଲ୍ୟାକୁ ଅଭିଶାପ ଦେଲେ କହିଲେ ତୁ କେମିତିକା ସ୍ତ୍ରୀ ଯିଏ ନିଜ ପତି ଓ ଅନ୍ୟ ପୁରୁଷ ଭିତରେ ଭେଦ କରିପାରିଲା ନାହିଁ ତୋ ପାଇଁ ମୁ ଓ ଅନ୍ୟ ପୁରୁଷ ଭିତରେ କୌଣସି ଭେଦ ନାହିଁ ।

ଅହଲ୍ୟା କାନ୍ଦିବାକୁ ଲାଗିଲେ ଓ ଅପରାଧର କ୍ଷମା ମାଗିଲେ କିନ୍ତୁ ଗୌତମ କ୍ଷମା ଦେଲେ ନାହିଁ ଆଜୀବନ ପଥର ହେବାର ଅଭିଶାପ ଦେଲେ । ଏହା ଦେଖି ଇନ୍ଦ୍ରଦେବଙ୍କ ପାଦତଳୁ ମାଟି ଖସିପଡିଲା ଓ ସେ ତାଙ୍କୁ କ୍ଷମା ମାଗିବାକୁ ଲାଗିଲେ ଗୌତମ କହିଲେ ହେ ଦୁଷ୍ଟ ତୁ କ୍ଷମାର ଯୋଗ୍ୟ ନୁହଁ ତତେ ଦଣ୍ଡ ନିଶ୍ଚୟ ମିଳିବ ଏତିକି କହିକି ଗୌତମରୁଷି ଇନ୍ଦ୍ରଦେବଙ୍କୁ ଅଭିଶାପ ଦେଲେ । ମୁ ତତେ ଅଭିଶାପ ଦେଉଛି ତୋ ପୁରା ଶରୀରରେ କାମବାସନା ରହିଯିବ ।ତୁ ଦେବତା ଙ୍କର ରାଜା ହେଲେ ମଧ୍ୟ କେଭେଁବି ମର୍ତ୍ୟ ରେ ପୂଜା ପାଇପାରିବୁ ନାହିଁ ।

Post a Comment

0Comments

Post a Comment (0)