ସୁସ୍ଥ ରହିବା ପାଇଁ ଉପଚାର

@_ustad
0

ଦୌଡି ଡିଆଁ

ବର୍ତ୍ତମାନର ବ୍ୟସ୍ତ ଜୀବନଚର୍ଯ୍ୟା ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ମହିଳା ଯତ୍ନଶୀଳ ହୋଇପାରୁ ନାହାନ୍ତି । ଫଳରେ ମେଦବହୁଳତା ଓ ଏହାସହ ଜଡିତ ରୋଗର ଶିକାର ହେଉଛନ୍ତି । ଏକ୍ଷେତ୍ରରେ ମହିଳାମାନେ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍ । ଯଦି ଏଥିପାଇଁ ଆପଣଙ୍କ ପାଖରେ ସମୟର ଅଭାବ ରହିଛି ତେବେ, ତେବେ ଆପଣ ଦୌଡି ଡିଅ ବା ସ୍କିପିଂ କରିପାରିବେ । ଆସନ୍ତୁ ଜାଣିବା ସ୍କିପିଂ କରିଲେ କ’ଣ କ’ଣ ସୁଫଳ ମିଳେ ।

ଲାଭ

-ସ୍କିପିଂ କରିବା ଦ୍ୱାରା ସବୁ ଅଙ୍ଗର ବ୍ୟାୟାମ ହେଉଥିବା ଯୋଗୁଁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଫଳରେ ଶରୀର ସୁସ୍ଥ ରହିବା ସହ ତ୍ୱଚାରେ ଚମକ ଆସିଥାଏ । ଏହାସହ ଶରୀରରୁ ଅତିରିକ୍ତ ଚର୍ବି ମଧ୍ୟ କମିଯାଏ ।

-ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରାଏ । ଯାହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମସ୍ତିସ୍କ ସୁସ୍ଥ ରହେ ।

-ଦୌଡି ଡିଆଁ ସମୟରେ ଉଭୟ ହାତ ଓ ଗୋଡର ସଞ୍ଚାଳନ ଭଲଭାବେରେ ହୋଇଥାଏ । ଯାହାଦ୍ୱାରା ହାତ, ଗୋଡର ମାଂଶପେଶୀ ଶକ୍ତ ହେବା ସହ ଆଣ୍ଠୁଗଣ୍ଠି ବିନ୍ଧାରୁ ମଧ୍ୟ ମୁକ୍ତି ମିଳେ ।

-ଏହି ବ୍ୟାୟାମ କରିବା ଦ୍ୱାରା ଶରୀରରୁ ପ୍ରଚୁର ଝାଳ ବାହାରୁ ଥିବାରୁ ଶରୀରର କ୍ୟାଲୋରୀ ଶୀଘ୍ର ହ୍ରାସ ପାଇଥାଏ । ଯାହା ଶରୀରରୁ ଅଦରକାରୀ ଚର୍ବି ଅଂଶକୁ ବାହାର କରିବାରେ ସାହାଯ୍ୟ କରେ ।

-ଦୌଡି ଡିଆଁ ସମୟରେ ଫୁସଫୁସକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପହଞ୍ଚୁଥିବାରୁ ଶ୍ୱାସକ୍ରିୟା ଜନିତ ସମସ୍ୟାରୁ ରକ୍ଷା ମିଳେ ଓ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ସ୍କିଫି

ବର୍ତ୍ତମାନର ବ୍ୟସ୍ତ ଜୀବନଚର୍ଯ୍ୟ ଭିତରେ ନିଜ ଶରୀର ପ୍ରତି ଅଧିକାଂଶ ମହିଳା  ଯତ୍ନଶୀଳ ହୋଇ ପାରୁ ନାହାନ୍ତି  । ଫଳରେ ଅନେକେ ,ମେଦବହୁଳତା ଏବଂ ଏହାସହ ଜଡିତ ଅନ୍ୟାନ୍ୟ ରୋଗର  ଶିକାର ହେଉଥାବାର ଦେଖିବାକୁ ମିଳୁଛି ।  ଏ କ୍ଷେତ୍ରରେ ନିଜକୁ ଫିଟ୍ ରଖିବା  ଲାଗି ଏକ୍ସରସାଇଜର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ । ଯଦି ଏଥିପାଇଁ ସମୟ କମ୍। ତେବେ ଆପଣ ସ୍କିଫିଂ କରିପାରିବେ | ଜାଣି ରଖନ୍ତୁ ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ

ଉପକାରିତା

-ସିଫି କରିବା ସମୟରେ ଶରୀରର ପ୍ରତ୍ୟେକ ଅଙ୍ଗର ବ୍ୟାୟାମ ହେଉଥବା ଯୋଗୁ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ । ଫଳରେ ଶରୀର ସୁସ୍ଥ ରହିବା ସହିତ ତ୍ଵଚାରେ ମଧ୍ୟ ଚମକ ଆସିଥାଏ । ଏହା ଦ୍ଵାରା ପେଟର ଚର୍ବି ହ୍ରାସ ପାଇଥାଏ ।

-ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ । ତେଣୁ ସିଫିକୁ ଏକ ଭଲ କାର୍ଡିଓ ବ୍ୟାୟାମ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ ।

-ଏହା ଶରୀରରେ ଅମ୍ଳଜାନର ପରିମାଣ ବୃଦ୍ଧି କରିବାରେ ସାହାଯ୍ୟ କରେ । ଫଳରେ ମସ୍ତିଷ୍ଠ ସୁସ୍ଥ ରହିବା ଯୋଗୁ ସ୍ମରଣଶକ୍ତି ବୃଦ୍ଧି ପାଇଥାଏ ଏବଂ ଷ୍ଟ୍ରେସ୍ ଲେଭଲ ମଧ୍ୟ କମିଥାଏ ।

-ସିଫି କରିବା ସମୟରେ ଉଭୟ ହାତ ଓ ଗୋଡ଼ର ୱାର୍କଆଉଟ୍ ହୋଇଯାଇଥାଏ । ଏହାଦ୍ଵାରା କାନ୍ଧ, ହାତ, ପେଣ୍ଡାର ମାଂସପେଶୀ ସୁଢ଼ଳ ଏବଂ ମଜଭୁତ ହୋଇଥାଏ । ଏହା ସହିତ ଆଣ୍ଠୁ ବିନ୍ଧାରୁ ମଧ୍ୟ କେତେକାଂଶରେ ଆରାମ ମିଳିଥାଏ ।

-ଏହି ବ୍ୟାୟାମ କରିବା ସମୟରେ ପର୍ଯ୍ୟାପ୍ତ ପରିମାଣରେ ଝାଳ ବାହାରୁଥବା ଯୋଗୁ ଶରୀରର କ୍ୟାଲୋରି ଶୀଘ୍ର ହ୍ରାସ ପାଇଥାଏ । ଯାହା ଶରୀରରୁ ଅଦରକାରୀ। ଚର୍ବି ଅଂଶକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

-ଏହି ସମୟରେ ଫୁସଫୁସକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପହଞ୍ଚୁଥବା ଯୋଗୁ ଶ୍ଵାସକ୍ରିୟା ଜନିତ ସମସ୍ୟା ଦୂରହେବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ ।

-ତେବେ ସ୍କିଫି କରିବା ପୂର୍ବରୁ ଅତି କମ୍ ରେ ୫ ମିନିଟ୍ ଯେକୌଣସି ହାଲୁକା ବ୍ୟାୟାମ କରିପାରିବେ । ଏହାଦ୍ଵାରା ଶରୀରର ମାଂସପେଶୀ ସକ୍ରିୟ ହୋଇଯାଇଥାଏ । ଫଳରେ ସିଫି କରିବାବେଳେ ଶୀଘ୍ର କ୍ଲାନ୍ତି ଅନୁଭୂତ ହୁଏ  ନାହିଁ ।

-ସିଫି କରିବାବେଳେ ଜୋର୍‌ରେ କିମ୍ବା ଅଧିକ ଉଚ୍ଚକୁ ଡେଇଁବା ଆବଶ୍ୟକ ନାହିଁ । ଡେଇଁବା ସମୟରେ ଧୀରେ ଧୀରେ ବେଗ ବଢାନ୍ତୁ । ଆଉ ସ୍କିଫି ବନ୍ଦ କରିବା ବେଳକୁ ପୁଣିଥରେ ବେଗ ଧୀରେ ଧୀରେ କମାଇ ଦିଅନ୍ତୁ । ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସ୍କିଫି ସର୍ବଦା ଖାଲି ପେଟରେ କରିବା ଆବଶ୍ୟକ ।

Post a Comment

0Comments

Post a Comment (0)