
ରାମାୟଣ ଚର୍ଚ୍ଚା କରିବା ସମୟରେ ରାବଣ ଏବଂ ରାବଣର ସ୍ଵର୍ଣର ଲଙ୍କା ବିଷୟରେ ଚର୍ଚ୍ଚା ନହେବା ଅସମ୍ଭବ ଅଟେ । ରାମାୟଣରେ ବର୍ଣ୍ଣିତ ହୋଇଛି ରାବଣର ଲଙ୍କା ସ୍ଵର୍ଣରେ ନିର୍ମିତ ହୋଇଥିଲା । ଏହି ସ୍ଵର୍ଣ ଲଙ୍କାର ସୁନ୍ଦରତା ବୃଦ୍ଧି କରିବା ପାଇଁ ରାବଣ ମାତା ସୀତାଙ୍କୁ ହରଣ କରିଥିଲା । ରାମାୟଣରେ ବର୍ଣ୍ଣିତ ହୋଇଛି ରାବଣ ସ୍ଵର୍ଣର ଲଙ୍କାର ନିର୍ମାଣ କରିଥିଲେ ଏବଂ ହନୁମାନ ଏହି ସ୍ଵର୍ଣର ଲଙ୍କାକୁ ଧ୍ୱଂସ କରିଦେଇଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରକୃତରେ ହନୁମାନ ନୁହେଁ ବରଂ ମାତା ପାର୍ବତୀ ସ୍ଵର୍ଣର ଲଙ୍କାକୁ ଧ୍ୱଂସ କରିଥିଲେ ।
ଇର୍ଷାପରାୟଣ ହୋଇ ମାତା ପାର୍ବତୀ ଲଙ୍କାର ନିର୍ମାଣ କରିଥିଲେ
ଏକ ପୌରାଣିକ ମାନ୍ୟତା ଅନୁସାରେ ଏକଦା ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସାକ୍ଷାତ କରିବା ନିମନ୍ତେ କୈଳାସ ଯାଇଥିଲେ । କୈଳାସରୁ ଫେରିବା ସମୟରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ, ଶିବ ପାର୍ବତୀଙ୍କୁ ବୈକୁଣ୍ଠ ଆସିବା ପାଇଁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ମାତା ପାର୍ବତୀ ମାତା ଲକ୍ଷ୍ମୀଙ୍କୁ ସାକ୍ଷାତ କରିବା ନିମନ୍ତେ ବୈକୁଣ୍ଠ ଯାଇଥିଲେ ବୈକୁଣ୍ଠ ଦେଖିବା ପରେ ମାତା ପାର୍ବତୀଙ୍କ ମନରେ ଈର୍ଷା ଜାଗ୍ରତ ହୋଇଥିଲା ଏବଂ ଭଗବାନ ଶିବଙ୍କୁ ମାତା ପାର୍ବତୀ ମହଲ ନିର୍ମାଣ କରିବା ପାଇଁ ବରାଦ କରିଥିଲେ । ମାତା ପାର୍ବତୀଙ୍କ ବରାଦ ପରେ ଶିବ କୁବେରଙ୍କ ସହାୟତାରେ ଦୁନିଆର ଅଦ୍ୱିତୀୟ ମହଲ ନିର୍ମାଣ କରାଇଥିଲେ ।
ରାବଣ ଭିକରେ ଲଙ୍କା ମାଗିଥିଲେ
ଯେତେବେଳେ ରାବଣର ନଜର ମହଲ ଉପରେ ପଡିଥିଲା ସେହି ସମୟରେ ଏହି ମହଲ ନେବା ପାଇଁ ରାବଣ ମନରେ ଇଛା ପ୍ରକଟ ହୋଇଥିଲା ଯାହାଫଳରେ ରାବଣ ବ୍ରାହ୍ମଣ ରୂପ ଧାରଣ କରି ନିଜ ଇଷ୍ଟ ଦେବତା ଶିବଙ୍କୁ ସ୍ଵର୍ଣର ଲଙ୍କା ଭିକ୍ଷାରେ ମାଗିଥିଲେ । ଭଗବାନ ଶିବଙ୍କୁ ମଧ୍ୟ ଆଗୋଚର ଥିଲା ଯେ ବ୍ରାହ୍ମଣ ରୂପରେ ରାବଣ ଅଛନ୍ତି ଏବଂ କୌଣସି ବ୍ରାହ୍ମଣଙ୍କୁ ଭିକ୍ଷା ନଦେଇ ଫେରାଇ ଦିଆଯାଏ ନାହିଁ ।
ମାତା ପାର୍ବତୀ ପ୍ରଣ ନେଇଥିଲେ
ଯେତେବେଳେ ଭଗବାନ ଶିବ ରାବଣଙ୍କୁ ସ୍ଵର୍ଣର ଲଙ୍କା ଦାନରେ ଦେଇଥିଲେ ଏହି ବିଷୟ ମାତା ପାର୍ବତୀଙ୍କୁ ଭଲ ଲାଗିନଥିଲା ଏବଂ ମାତା ପାର୍ବତୀ କ୍ରୋଧ ପ୍ରକାଶ କରିଥିଲେ । ଭଗବାନ ଶିବ ମାତା ପାର୍ବତୀଙ୍କୁ ବୁଝାଇବା ପାଇଁ ପ୍ରୟତ୍ନ କରିଥିଲେ କିନ୍ତୁ ମାତା ପାର୍ବତୀ ଏହାକୁ ନିଜର ଅପମାନ ମନେ କରି ପ୍ରଣ ନେଇଥିଲେ ଯେ ଯଦି ସ୍ଵର୍ଣର ମହଲ ତାଙ୍କର ନହୁଏ ତେବେ ଏହା ଅନ୍ୟ କୌଣସି ବ୍ୟକ୍ତିର ହୋଇପାରିବ ନାହିଁ ।
ହନୁମାନଙ୍କ ଲାଙ୍ଗୁଡ଼ରେ ମାତା ପାର୍ବତୀ ବିରାଜମାନ ହୋଇଥିଲେ
ତ୍ରେତୟା ଯୁଗରେ ଯେତେବେଳେ ହନୁମାନଙ୍କ ରୂପରେ ଭଗବାନ ଶିବ ରୁଦ୍ର ଅବତାର ନେଇଥିଲେ ରାମାୟଣରେ ସମସ୍ତ ପାତ୍ରଙ୍କ ଚୟନ ହୋଇସାରିଥିଲା ସେହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଥିଲେ ଆପଣ ନିଜର ଇଛା ପୁର୍ତ୍ତି ନିମନ୍ତେ ହନୁମାନଙ୍କ ଲାଙ୍ଗୁଡ଼ରେ ବିରାଜମାନ କରନ୍ତୁ ଯାହାଫଳରେ ଲଙ୍କା ଦହନ ହୋଇପାରିବ । ଅନ୍ତରେ ସେୟା ହିଁ ହୋଇଥିଲା ହନୁମାନ ନିଜ ଲାଙ୍ଗୁଡ଼ରେ ଲଙ୍କା ଦହନ କରିଥିଲେ ଏବଂ ହନୁମାନଙ୍କ ଲାଙ୍ଗୁଡ଼ରେ ମାତା ପାର୍ବତୀ ବିରାଜମାନ ହୋଇଥିଲେ ଏବଂ ଶିବଙ୍କ ନିର୍ମିତ ସ୍ଵର୍ଣର ଲଙ୍କାର ଦହନ କରି ନିଜ ପ୍ରଣ ପୂର୍ତ୍ତି କରିଥିଲେ ।