
ଥରେ ବାଘର ଗୁମ୍ଫା ଭିତରେ ଭୁଲଵଶତଃ ଗୋଟିଏ ବିଲୁଆ ପଶିଥିଲା । ଏତିକି ବେଳେ ବାଘ ଶିକାର କରି ଫେରୁଥାଏ । ଗୁମ୍ପା ଆଡ଼କୁ କାହାର ପାଦ ଚିହ୍ନ ଯାଇଛି ଜାଣି ସେ ଗୋଟିଏ ରଡି ଛାଡ଼ିଲା । ଗୁମ୍ପା ଭିତରେ ଏଣେ ବିଲୁଆର ଅଵସ୍ଥା କହିଲେ ନସରେ । ବାଘ ଗୁମ୍ଫା ଭିତରକୁ ପଶଲେ ତାକୁ ତ ନିଶ୍ଚେ ମାରି ଖାଇଦଵ । ତେବେ ବିଲୁଆ ବଡ଼ ବୁଦ୍ଧିମାନ ସେ ଗୋଟିଏ ଉପାୟ ପାଞ୍ଚିଲା । ଗୁମ୍ଫା ଭିତରୁ ବଡ଼ ପାଟିରେ କହିଲା
“ଆଖି ମଟମଟ କାନ ପଟପଟ,
ଆଣଟିରେ ସେ ତେନ୍ତୁଳୀ ଛାଟ,
ସିଂହ ମାଇଲି ଶାର୍ଦୁଳ ମାଇଲି
କାହିଁ ଗଲା ସେ ଶଳା ବାଘ ।”
ବାଘ ଏକଥା ଶୁଣିକରି ଶଙ୍କିଗଲା, ଗୁମ୍ଫାରେ ଏଇନାଗେ ମୋଠୁ ବେଶି ବଳୁଆ ଜୀଵଟେ ଅଛି ଆଉ ଭିତରକୁ ଗଲେ ସେ ମତେ ଖାଇଦେଵ ବୋଲି ଵିଚାରକରି ଭୟରେ ଲାଙ୍ଗଡ଼ ଜାକି ବୋପାଲୋ ମାଆଲୋ କହି ପଳାଇ ଗଲା ।
Tag: ଓଡ଼ିଆ ଗପ - ବିଲୁଆର ବୁଦ୍ଧି, ବିଲୁଆର ବୁଦ୍ଧି, ବିଲୁଆ ଓ ସିଂହ, ବିଲୁଆ ର ବୁଦ୍ଧି ଓ ସିଂହ, Jackal and Lion Odia short story, Jackal and lion story Odia