ଦୁନିଆର ଅଜବ ଗଜବ ଟ୍ୟାକ୍ସ- Most weird taxes in the world in Odia

@_ustad
0

Ajab gajab tax in odia, Ajab tax, Odia blog, weird taxes in india,weird taxes in history Odia language,weird tax laws Odia,weird tax credits Odia,weird tax rules in Odia,weird tax facts in Odia,weird tax breaks Odia,weird al tax Odia,odd and weird tax deductions Odia,weird funny tax Odia,weird tax stories Odia,weird text art, Odia, Odia pathshala, Odiapathshsla blog

ଭାରତରେ ଆୟ, ସାମଗ୍ରୀ ଓ ସେବା ଉପରେ ଟ୍ୟାକ୍ସ ଲାଗିଥାଏ। ଇନକମ ଟ୍ୟାକ୍ସ ସହିତ ଜିଏସଟି ସବୁଠାରୁ ମହନ୍ନ୍ବପୂର୍ଣ୍ଣ। କିନ୍ତୁ ବିଶ୍ବରେ ଏମିତି ଅନେକ ଦେଶ ରହିଛି, ଯେଉଁଠି ଅଜବଗଜବ ଜିନିଷ ଉପରେ ଟ୍ୟାକ୍ସ ଲାଗିଥାଏ। ଯାହା ସମ୍ପର୍କରେ ଜାଣିଲେ ଚକିତ ହୋଇଯିବେ। ଚାଲନ୍ତୁ ଜାଣିବା ଏମିତି କିଛି ଅଜବ ଟ୍ୟାକ୍ସ ସମ୍ପର୍କରେ।


ଟାଟୁ କରିବାରେ ଟ୍ୟାକ୍ସ

ଆମେରିକାର ଅର୍କାସସରେ ଯଦି ଆପଣ ଶରୀରରେ ଟାଟୁ କରୁଛନ୍ତି କିମ୍ବା ଶରୀରରୁ ଅବାଞ୍ଛିତ କେଶ ହଟାଇବାକୁ ଚାହୁଛନ୍ତି, ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଏହି ଟ୍ୟାକ୍ସ ୬ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ।


ଟଏଲେଟ ଫ୍ଲଶ କଲେ ଟ୍ୟାକ୍ସ

ଆମେରିକାର ମ୍ୟାରିଲ୍ୟାଣ୍ଡରେ ଟଏଲେଟ ଫ୍ଲଶ କଲେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଏଠାର ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ପ୍ରତି ମାସରେ ୩୫୫ ଟଙ୍କା ଟ୍ୟାକ୍ସ ଆଦାୟ କରିଥାନ୍ତି। ଏହାକୁ ନାଳ ସଫା କରିବା ପାଇଁ କରାଯାଇଥାଏ।


ଫ୍ୟାଟ ଟ୍ୟାକ୍ସ

କେରଳ ସରକାର ୨୦୧୬ରେ ମୋଟାପଣ ବଢ଼ାଉଥିବା ଖାଦ୍ୟ ପଦାର୍ଥ ଓ ଜଙ୍କ ଫୁଡ ଉପରେ ଫ୍ୟାଟ ଟ୍ୟାକ୍ସ ଲଗାଇଥିଲେ। ଏହାର ଦର ୧୪୫ ପ୍ରତିଶତ ଯାଏ ସ୍ଥିର କରାଯାଇଥିଲା।


ଗାଈ ଉପରେ ଟ୍ୟାକ୍ସ

ୟୁରୋପୀୟ ୟୁନିୟନ ଅନୁସାରେ ଗାଈ ପାଇଁ ଗ୍ଲୋବାଲ ୱାର୍ମିଂଙ୍ଗ ହେଉଛି। ତେଣୁ ଏଠାରେ ଗାଈ ପାଳିଲେ ଟ୍ୟାକ୍ସ ଲାଗିଥାଏ।


ତାସ ଉପରେ ଟ୍ୟାକ୍ସ

ଆମେରିକାର ଆଲବାମାରେ ତାସ କିଣିଲେ ଟ୍ୟାକ୍ସ ଦେବାକୁ ପଡ଼ିଥାଏ। ଦୋକାନୀଙ୍କୁ ଲାଇସେନ୍ସ କରିବା ପାଇଁ ବଡ଼ ରକମ ଦେବାକୁ ପଡ଼ିଥାଏ। ଏଥିମଧ୍ୟରୁ ଅନେକ ଟ୍ୟାକ୍ସ ଏବେ ଅନେକ ଦେଶ ହଟାଇ ଦେଲେଣି।

Post a Comment

0Comments

Post a Comment (0)