ଆମ ରାଜ୍ୟରେ ନଡ଼ିଆର ବ୍ୟବହାର ଆମର ଜୀବନଯାତ୍ରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମର ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ଓ ପୂଜାରେ ନଡ଼ିଆର ବ୍ୟବହାର ଅପରିହାର୍ଯ୍ୟ । ଏହାର ବ୍ୟବହାର ନଡ଼ିଆ, ପଇଡ଼, ନଡ଼ିଆ କତା, ପାପୋଛ, ରଶି, କୋକୋପିଟ୍, ଛାଇ ପାଇଁ ବାହୁଙ୍ଗାରେ ଛାମୁଡ଼ିଆ, ନଡ଼ିଆ ସତେଇରୁ ଖେଳଣା ଓ ଚାରକୋଲ୍, ନଡ଼ିଆ ଶସ୍ୟରୁ ତେଲ, କତାରୁ ଗଦି ଇତ୍ୟାଦି ବିଷୟରେ ଆମେ ସମସ୍ତେ ଜାଣିଛୁ । ପତ୍ରରେ ଶିକାରୁ ଖଡ଼ିକା ଝାଡ଼ୁ ମଧ୍ୟ ପ୍ରସ୍ତୁତ କରାଯାଏ ।
ପଇଡ଼ ପାଣି ଓ ନଡ଼ିଆ ସଶ ଆମେ ଖାଦ୍ୟରୂପେ ବ୍ୟବହାର କରିଥାଉ। ପଇଡ଼ ପାଣିରୁ ପ୍ରତି ୧୦୦ ମି.ଲି.ରେ ୧୭.୪ କ୍ୟାଲୋରୀ ମିଳେ । ତା'ଛଡ଼ା ଏଥିରୁ ଶ୍ବେତସାର, ପୁଷ୍ଟିସାର, ଧାତବ ଲବଣ, ସୋଡିୟମ ପାଇଥାଉ ।
ଜଳବାୟୁ :-
ଏହା ଗ୍ରୀଷ୍ମ ମଣ୍ଡଳୀୟ ବୃକ୍ଷ । ଵ୍ୟଵସାୟୀକ ଚାଷ ପାଇଁ ସମୁଦ୍ର ପତ୍ତନ ଠାରୁ ୬୦୦୦ ମିଟର ଉଚ୍ଚତା, ସମୁଦ୍ର ଉପକୂଳର୍ବୀ ଉଷ୍ମ ଜଳବାୟୁ, ଆପେକ୍ଷିକ ଆର୍ଦ୍ରତା ୮୦-୯୦ ଓ ଉତ୍ତାପ ହାରାହାରି ଭାବରେ ୨୭ ଡ଼ିଗ୍ରୀ ଥିବା ଅଞ୍ଚଳରେ ନଡ଼ିଆ ଚାଷ ଭଲହୁଏ ।
ମୃତ୍ତିକା :-
ନିଗିଡ଼ା, ଦୋରସା ବାଲି ଦୋରସା, ଅମ୍ଳତା ୪.୫ ରୁ ୬.୮, ମାଟିର ଗଭୀରତା ଅତି କମରେ ୧.୫ମି. ଓ ଭୂତଳ ଜଳସ୍ତର ୩.୫ମିଟର ମଧ୍ୟରେ ରହିଲେ ଏହି ଚାଷ ଭଲ ହୁଏ ।
କିସମ :-
ଡେଙ୍ଗା କିସମ : ଇଷ୍ଟକୋଷ୍ଟ ଟଲ୍, ୱେଷ୍ଟକୋଷ୍ଟ ଟଲ୍, ଆଣ୍ଡାମାନ ଅର୍ଡିନାରୀ, ଲକ୍ଷାଦ୍ବୀପ ଅର୍ଡିନାରୀ ଇତ୍ୟାଦି । ଏହି କିସମ ଲଗାଇବାର ୭-୧୦ ବର୍ଷରେ ଫଳ ଫଳଥାଏ ।
ସଙ୍କର କିସମ :- ଚନ୍ଦ୍ରଶେଖର, କେରାଶଙ୍କର, ଲକ୍ଷଗଙ୍ଗା, ଆନନ୍ଦ ଗଙ୍ଗା, କେରାଗଙ୍ଗା, କେରାଶ୍ରୀ, କେରା ସୌଭାଗ୍ୟ, ପ୍ରତାପ ଏବଂ ଗେଡା କିସମ: - ଚୌଘାଟ ଅରେଞ୍ଜ ଡୁଆରଫ, ମାଲୟାନ ୟେଲୋ ଦଡୁଆରଫ ଇତ୍ୟାଦି । ଚାଷ ପାଇଁ ମୁଖ୍ୟତଃ D×T କିମ୍ବା T×D ସଙ୍କର କିସମ ବ୍ୟବହାର କରାଯାଏ । ଏହି ଗଛ ଗୁଡ଼ିକ ମଧ୍ୟମ ଉଚ୍ଚତା ଓ ବଡ଼ଫଳ ଦେଇଥାଏ । ଚାରା ରୋପଣର ୪-୫ ବର୍ଷରେ ଫଳ ଆସେ ।
ଚାରା ସଂଗ୍ରହ:-
କେବଳ ଉଦ୍ୟାନ ବିଭାଗ ନର୍ସରୀ କିମ୍ବା ଅନୁବନ୍ଧିତ ବେସରକାରୀ ନର୍ସରୀରୁ ଚାରା କିଣନ୍ତୁ । ହୃଷ୍ଟପୃଷ୍ଟ, ୫-୬ ଟି ବାହୁଙ୍ଗା ଖୋଲିଥିବା ଓ ପ୍ରଚୁର ଚେର ଥିବା ଚାରା ହିଁ ବାଛି କିଣିବା ଉଚିତ ।
ଲଗାଇବା ପ୍ରଣାଳୀ :-
ଦୂରତା :
କେବଳ ଗୋଟିଏ ଧାଡିରେ ଲଗାଉଥିଲେ ( କେନାଲବନ୍ଧ ବା ରାସ୍ତା କଡରେ ) ୬ମି.ଦୂରତାରେ ଲଗାଯାଏ । ଡେଙ୍ଗା ଗଛକୁ ସାଧାରଣତଃ ୯ମି. × ୯ମି. ଦୂରତାରେ ହେକ୍ଟର ପ୍ରତି ବର୍ଗାକାର ପ୍ରଣାଳୀରେ ୧୨୩ଟି ଗଛ ଲଗାଯାଇପାରେ । ସେହିପରି ସଙ୍କର କିସମକୁ ମଧ୍ୟ ବର୍ଗାକାର ପ୍ରଣାଳୀରେ ୭.୫ମି. × ୭.୫ମି.ଦୂରତାରେ ହେକ୍ଟର ପ୍ରତି ୧୭୮ଟି ଗଛ ଲଗାଯାଇ ପାରିବ ।
ଲଗାଇବାର ସମୟ : ଜୁନ - ଜୁଲାଇ
ଜମି ପ୍ରସ୍ତୁତି :-
ଗାତର ଆକାର ୧ମି.× ୧ମି. × ୧ମି. ଗାତ ପିଛା ୫ ଝୁଡ଼ି ( ୫କି.ଗ୍ରା. ) ଗୋବର ଖତ, ୨୫୦ଗ୍ରାମ SSP ବା ୫୦୦ ଗ୍ରାମ ରକ ଫସଫେଟ ୨-୩ କିଗ୍ରା. ନିମ୍ବ ପିଡ଼ିଆ, ୧୦୦ ଗ୍ରାମ କ୍ଲୋରୋପାଇରିଫସ (ଉଇମରା ଜୀବନାଶକ) । ଏହିସବୁ ମିଶାଇ ଗାତକୁ ପୋତି ଦିଆଯାଏ । ଗୋଟିଏ ବା ଦୁଇଟି ବର୍ଷାରେ ଦବିଯିବା ପରେ ନଡ଼ିଆକୁ ଲଗାଯାଏ । ଯେପରିକି ନଡ଼ିଆର ମୁକୁଟ ଅଂଶଟି ମାଟିରଉପରକୁ ରହିବ ।
ଗଛ ପୋତିଲା ପରେ ଜଳସେଚନର ବ୍ୟବସ୍ଥା କରିବା ଉଚିତ ।ବର୍ଷା ହେବା ପର୍ଯ୍ୟନ୍ତ ଅବଶ୍ୟକତା ଅନୁଯାୟୀ ଜଳସେଚନ କରନ୍ତୁ ଓ ବର୍ଷା ଛାଡ଼ିଗଲା ପରେ ପ୍ରତି ୧୦-୧୫ ଦିନରେ ଆବଶ୍ୟକତା ଅନୁଯାୟୀ ଜଳସେଚନ କରନ୍ତୁ । ବୁନ୍ଦା ଜଳସେଚନ ପଦ୍ଧତିରେ ମଧ୍ୟ ଜଳସେଚନ କରିଲେ ସୁଫଳମିଳିଥାଏ ।
ଗଛପ୍ରତି ବର୍ଷକୁ ପ୍ରାୟ ୨୦୦ନଡ଼ିଆ ଫଳେ । ଏହାଛଡା ପ୍ରଥମ ପାଞ୍ଚବର୍ଷରେ କଦଳୀ, ଅମୃତଭଣ୍ଡା, ସପୁରୀ, ପନିପରିବା ଓ ମସଲାଜାତୀୟ ( ପିଆଜ, ରସୁଣ, ହଳଦୀ ଇତ୍ୟାଦି ) ଅନ୍ତଃଚାଷ କଲେ ଆୟବୃଦ୍ଧି ହୁଏ ।