କରୋନାରେ ପୀଡ଼ିତ ହୋଇଥିଲେ ଏହା ଖାଆନ୍ତୁ - Corona tips in Odia

@_ustad
0


 Corona diet tips in Odia
୧.ଭିଜାବାଦାମ ଓ କିସମିସ : କୋଭିଡର ଥକ୍କାପଣରୁ ବଂଚିବା ପାଇଁ ଭିଜାଯାଇଥିବା ବାଦାମ ଓ କିସମିସ ଖାଇ ଦିନ ଆରମ୍ଭ କରନ୍ତୁ । ବାଦାମରେ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ୍ ଥାଏ ଏବଂ କିସମିସ ଶରୀରକୁ ଆଇରନ୍ ଯୋଗାଇଥାଏ । ତେଣୁ ଭିଜା ଯାଇଥିବା ବାଦମ ଖାଇବା ଲାଭଦାୟକ ଅଟେ ।



୨.ରାଗି ଦୋସା ଓ ଓଟସ : ଥକ୍କାପଣରୁ ମୁକ୍ତି ପାଇବା ପାଇଁ ରାଗି ଦୋସା କିମ୍ବା ଗୋଟିଏ କପ୍ ଦଲିଆ ଖାଇବା ନିହାତି ଆବଶ୍ୟକ । ସକାଳ ପାଇଁ ଏହା ଏକ ଭଲ ଖାଦ୍ୟ । ଏହା ଶରୀରକୁ ଶକ୍ତି ଯୋଗାଇବା ସହିତ କ୍ଳାନ୍ତ ଅନୁଭବ କରିବାକୁ ଦିଏନାହିଁ । 

୩. ଗୁଡ ଏବଂ ଘିଅ: ମଧ୍ୟାହ୍ନ ଭୋଜନ ସମୟରେ କିମ୍ବା ପରେ ଗୁଡ ଏବଂ ଘିଅ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଆପଣ ରୁଟି ସହିତ ଏହି ପୁଷ୍ଟିକର ମିଶ୍ରଣକୁ ଖାଇପାରିବେ । ଏହା ଶରୀରରେ ହଜିଯାଇଥିବା ଶକ୍ତି ଫେରାଇ ଆଣିବ । ଉଭୟ ଗୁଡ ଓ ଘିଅ ଶରୀରକୁ ଉଷ୍ମ ଏବଂ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରେ । ଯାହା ପ୍ରଚୁର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।



୪. ଡିନରରେ ଖାଆନ୍ତୁ ଖେଚେଡି : କୋଭିଡରୁ ସୁସ୍ଥ ହେବା ପରେ ରାତ୍ରି ଭୋଜନ ଅଧିକ ଖାଇବା ଉଚିତ୍ ନୁହେଁ । ରାତ୍ରି ଭୋଜନରେ ଖେଚେଡି ଖାଇବା ଏକ ଭଲ ବିକଳ୍ପ । ଖେଚେଡିରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଛି ଯାହା ପେଟ ପାଇଁ ହାଲୁକା ହୋଇଥାଏ । ଏହା ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିବା ସହିତ ଭଲ ନିଦ ହୋଇଥାଏ ।



୫. ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ: ଶରୀରକୁ ସଠିକ୍ ଭାବରେ ହାଇଡ୍ରେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ପାଣି ପିଇବା ଦ୍ୱାରା ଶରୀରରେ ଅକ୍ସିଜେନ ଲେବେଲ ଠିକ୍ ରହିଥାଏ ।   ବିଶେଷଜ୍ଞଙ୍କ ମତରେ ଷ୍ଟ୍ରବେରି, ଜାମୁ କୋଳି, ଅଁଳା ଇତ୍ୟାଦିରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ସି ରହିଥାଏ । ଏହା ନିୟମିତ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । 






Post a Comment

0Comments

Post a Comment (0)