ସବୁବେଳେ ଚୁଇଙ୍ଗମ ଖାଉଥିଲେ ଜାଣିରଖନ୍ତୁ ଅପକାରିତା

@_ustad
0


 କିଛି ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା କିଛି ସବୁବେଳେ ଚୋବାଇବା। ଚୁଇଙ୍ଗମ୍ ଚୋବାଇବା ସମୟରେ ଧ୍ୟାନ ଦିଅନ୍ତୁ ଏହା ଯେପରି ପେଟ ଭିତରକୁ ନଯିବ। ଏହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଏହା ସହଜରେ ହଜମ ହୋଇନଥାଏ । ୪୦ରୁ ୪୫ ଘଂଟା ପର୍ଯ୍ୟନ୍ତ ଏହା ପେଟ ଭିତରେ ରହିଥାଏ । ଚୁଇଙ୍ଗମରେ ଅନେକ ପ୍ରକାର ହାନିକାରକ ତତ୍ୱ ରହିଥାଏ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଅନ୍ୟ ଖାଦ୍ୟ ପଦାର୍ଥ ଭଳି ଏହା ପେଟ ଭିତରେ ନଷ୍ଟ ହୋଇନଥାଏ । ଏହାକୁ ଆପଣ ଯେତେ ସମୟ ଚୋବେଇବେ ତାହା ସେପରି  ଅବସ୍ଥାରେ ରହିଥିବ  । ଏହାକୁ ଆପଣ ଯଦି ଭୁଲରେ ଢୋକିଦେଇଛନ୍ତି ଏହା ଆପଣଙ୍କ ପେଟରେ ବସିଯାଏ ଏବଂ ପାଚନ ପ୍ରକ୍ରିୟାରେ ବାଧକ ସୃଷ୍ଟି ହୋଇଥାଏ  । ଅନ୍ୟ ଯେକୌଣସି ଖାଦ୍ୟ ଖାଇଲେ ତାହା ପାଚନ ହୋଇ ବର୍ଜ୍ୟ ଆକାରରେ ଶରୀରରୁ ନିଷ୍କାସିତ ହୋଇଯାଏ । ଚୁଇଙ୍ଗମ ଶରୀରରେ ଅଧିକ ସମୟ ରହିବା ଦ୍ୱାରା ହଜମ ପ୍ରକ୍ରିୟା ଡେରି ହୋଇଥାଏ ଏହା ଦ୍ୱାରା ରକ୍ତଚାପ ବଢ଼ିଯାଇଥାଏ । ଏହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ ଶରୀରରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିଯାଏ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 

Post a Comment

0Comments

Post a Comment (0)