ସାମଗ୍ରୀ:
ଅଟା – ୧ କପ
ଗଜା ମୁଗ – ୧ କପ
ତେଲ – ୩ ରୁ ୪ ଟେବୁଲ ଚାମଚ
ଅଦା ପେଷ୍ଟ – ୧/୨ ଚା’ ଚାମଚ
ହେଙ୍ଗୁ – ଚିମୁଟାଏ
ଜିରା – ୧/୪ ଚା’ ଚାମଚ
କଟା କଞ୍ଚା ଲଙ୍କା – ୧ ଟି
କଟା ଧନିଆ ପତ୍ର – ୨ ଟେବୁଲ ଚାମଚ
ଲଙ୍କା ଗୁଣ୍ଡ – ୧/୪ ଚା’ ଚାମଚ
ଧନିଆ ଗୁଣ୍ଡ – ୧/୪ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ଗଜା ମୁଗକୁ ପ୍ରଥମେ ବାଟି ନିଅନ୍ତୁ । ଏବେ ଅଟାରେ ବାଟ ଗଜା ମୁଗ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ପେଷ୍ଟ, କଟା କଞ୍ଚା ଲଙ୍କା, କଟା ଧନିଆ ପତ୍ର, ଜିରା, ଲୁଣ, ହେଙ୍ଗୁ ଓ ୧ ଛୋଟ ଚାମଚ ତେଲ ପକାଇ ଭଲକରି ମିଶାନ୍ତୁ । ଭଲକରି ମିଶିଗଲେ, ଏବେ ଏହି ମିଶ୍ରଣରେ ଅଳ୍ପ ଅଳ୍ପ ପାଣି ଦେଇ ଅଟାକୁ ଭଲ କରି ଚକଟି ନିଅନ୍ତୁ । ଚକଟା ଅଟାକୁ ୨୦ ମିନିଟ ସଫା କପଡ଼ାରେ ଘୋଡାଇ ରଖି ଫିଲାଇବା ପାଇଁ ଚଡି ଦିଅନ୍ତୁ । ୨୦ ମିନିଟ ପରେ ଏବେ ଚକଟା ଅଟାକୁ ତୁରନ୍ତ ବେଲି ତାୱା ରେ ଘିଅ ବା ତେଲରେ ଗରମ କରି ସେକନ୍ତୁ । ଗରମାଗରମ ପରଟାକୁ ଦହି କିମ୍ବା ଆଳୁଦମ ସହ ପରସନ୍ତୁ ।
ଗଜା ମୁଗ ପରଟା କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ