ଟ୍ୟୁସନ କରୁଥିବା ଓ କ୍ଷୀର ବିକୁଥିବା ଲୋକ ଏବେ ବନ୍ଧନ ବ୍ୟାଙ୍କ ର ମାଲିକ ଜାଣନ୍ତୁ ସଂଘର୍ଷ ଓ ସଫଳତାର କାହାଣୀ

@_ustad
0

##ଟ୍ୟୁସନ କରୁଥିଲେ,
କ୍ଷୀର ବିକୁଥିଲେ
##
ରାଷ୍ଟ୍ରୀୟ ବ୍ୟାଙ୍କକୁ ପଛରେ ପକାଇଛି ବନ୍ଧନ ବ୍ୟାଙ୍କ

##ଦଶମ ବେସରକାରୀ ବୃହତ୍ତମ ବ୍ୟାଙ୍କ




ସାଇକେଲ୍‌ରେ ଯିବାଆସିବା କରୁଥିଲେ । ଘରକୁ ଘର ବୁଲି କ୍ଷୀର ବିକୁଥିଲେ । ଘରୋଇ ଟ୍ୟୁସନ୍ ବି କରୁଥିଲେ । ମାଷ୍ଟର ଡିଗ୍ରୀ ପର୍ଯ୍ୟନ୍ତ ଏଭଳି ସଂଘର୍ଷ ରେ କଟୁଥିଲା ଜୀବନ । କିନ୍ତୁ ଏବେ କେବଳ ସାଫଲ୍ୟର ସ୍ୱାଦ ଚାଖୁ ଛନ୍ତି । ରେଞ୍ଜ ରୋଭରଠୁ ଟୟୋଟା ଫର୍ଚୁନର ପର୍ଯ୍ୟନ୍ତ ଏକାଧିକ କାର ଚଢୁଛନ୍ତି । ଜଣେ ବିଶିଷ୍ଟ ଉଦ୍ୟୋଗପତି ଆଖ୍ୟା ପାଇଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ବନ୍ଧନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ( ସିଇଓ ) ତଥା ପରିଚାଳନା ନିର୍ଦ୍ଦେଶକ (ଏମ ଡି ) ଚନ୍ଦ୍ର ଶେଖର ଘୋଷ।


ଗ୍ରେଟର ତ୍ରିପୁରାର ଏକ ଗ୍ରାମରେ ୧୯୬୦ ମସିହାରେ ଚନ୍ଦ୍ର ଶେଖର ଘୋଷ ଜନ୍ମ ହୋଇଥିଲେ । ୬ ଭାଇଭଉଣୀଙ୍କ ମଧ୍ୟରେ ସେ ଥିଲେ ବଡ଼ । ତାଙ୍କ ବାପାଙ୍କର ଗୋଟିଏ ଛୋଟ ମିଠା ଦୋକାନ ଥିଲା ଯେଉଁଥିରୁ ତାଙ୍କ ପରିବାର ଚଳୁଥିଲା । ତେବେ ଚନ୍ଦ୍ର ଶେଖର ତାଙ୍କ ନିଜ ଖର୍ଚ ବାହାର କରିବା ପାଇଁ ଟ୍ୟୁସନ କରିବା ସହିତ କ୍ଷୀର ମଧ୍ୟ ବିକ୍ରି କରୁଥିଲେ ।



ବାଂଲାଦେଶର ଢାକା ବିଶ୍ୱବିଦ୍ୟାଳୟରେ ପରିସଂଖ୍ୟାନରେ ସ୍ନାତକୋତ୍ତର ଡିଗ୍ରି ପାଠ ପଢ଼ୁଥିବା ବେଳେ ତାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ସେ ବିଶ୍ୱବିଦ୍ୟାଳୟରେ ଥିବା ଏକ ମନ୍ଦିର ପରିସରରେ ରହୁଥିଲେ । ଥରେ ତାଙ୍କର ସାଇକଲ ସେଠାରୁ ଚୋରି ହୋଇଗଲା । ବିଶ୍ୱବିଦ୍ୟାଳୟର ପ୍ରଫେସର ବୋରହାନ୍‌ ଉଦ୍ଦିନ୍‌ ତାଙ୍କର ପୁରୁଣା ଫିନିକ୍ସ ସାଇକଲ୍‌ ତାଙ୍କୁ ଦେଇଥିଲେ । ସାଇକଲ୍‌ ଚଲାଉଥିବା ସେହି ଛାତ୍ର ଜଣକ ବର୍ତ୍ତମାନ ଭାରତର ଏକ ନୂଆ ପିଢ଼ିର ବଡ଼ ଘରୋଇ ବ୍ୟାଙ୍କର ମାଲିକ । ତାଙ୍କ ଘରେ ଏବେ ଟୟୋଟା ଫର୍ଚୁନର୍‌ଠାରୁ ଆରମ୍ଭ କରି ଲ୍ୟାଣ୍ଡ୍‌ରୋଭର୍‌ ପର୍ଯ୍ୟନ୍ତ ଦାମୀ କାର୍‌ ରହିଛି ।


ନିଜ ପାଠପଢ଼ା ଶେଷ ହେବା ପରେ ଢାକାର ଏକ ଏନ୍‌ଜିଓରେ ଚନ୍ଦ୍ରଶେଖର କାମ କରିଥିଲେ । ସେଠାରୁ ସେ ଯେଉଁ ଅନୁଭୂତି ଲାଭ କରିଥିଲେ ସେଥିରୁ ହିଁ ବନ୍ଧନ ବ୍ୟାଙ୍କ ଜନ୍ମ ହୋଇଥିଲା ବୋଲି କୁହାଯାଏ । ସେ ପଶ୍ଚିମବଙ୍ଗରେ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ବେଶ କିଛିବର୍ଷ କାର୍ଯ୍ୟ କରିବା ପରେ ବନ୍ଧନ-କୋନାଗର ନାମରେ ଏକ ମାଇକ୍ରୋଫାଇନାନ୍ସ କମ୍ପାନି ଆରମ୍ଭ କରିଥିଲେ । ୨ ଲକ୍ଷ ଟଙ୍କାର ପାଣ୍ଠିକୁ ନେଇ ସେ ଏହି ସଂସ୍ଥା ୨୦୦୧ ମସିହାରେ ଆରମ୍ଭ କରିଥିଲେ । ଏହି ପାଣ୍ଠିରୁ ଅଧିକାଂଶ ଅର୍ଥ ସେ ତାଙ୍କ ବନ୍ଧୁ ଓ ପ୍ରିୟଜନଙ୍କଠାରୁ ସଂଗ୍ରହ କରିଥିଲେ । ଏହି ଟଙ୍କାକୁ ସେ ଗରିବ ମହିଳାଙ୍କୁ ଋଣ ଆକାରରେ ଦେଉଥିଲେ ।


ସେ ୨୦୦୯ରେ ବନ୍ଧନକୁ ଏକ ଅଣ ବ୍ୟାଙ୍କିଂ ଫାଇନାନ୍ସ କମ୍ପାନି ଭାବେ ପଞ୍ଜୀକୃତ କରିଥିଲେ । ଏହାପରେ ବ୍ୟାଙ୍କ ଲାଇସେନ୍ସ ପାଇବା କ୍ଷେତ୍ରରେ ବନ୍ଧନ ଥିଲା ପ୍ରଥମ ମାଇକ୍ରୋଫାଇନାନ୍ସ ପ୍ରତିଷ୍ଠାନ । ଏବେ ବନ୍ଧନ ବ୍ୟାଙ୍କର ଆଇପିଓ ଷ୍ଟକ ବଜାରରେ ବହୁତ ହିଟ୍‌ ହୋଇଛି । ଏଥି ସହିତ ଦେଶର କିଛି ବ୍ୟାଙ୍କ ତାଲିକାରେ ବନ୍ଧନ ବ୍ୟାଙ୍କ ପ୍ରବେଶ କରିଛି ।


Post a Comment

0Comments

Post a Comment (0)