ଖାଦ୍ୟ ପଦାର୍ଥକୁ ଅଧିକ ଦିନ ରଖିବାର ଉପାୟ, ଜାଣନ୍ତୁ।

@_ustad
0

 


ଖାଦ୍ୟ ପଦାର୍ଥକୁ ଅଧିକ ଦିନ ଷ୍ଟୋର୍ କରି ରଖିବାର ଉପାୟ, ଜାଣନ୍ତୁ।

ଅନେକ ସମୟରେ ଆମେ ଫ୍ରିଜ୍ ରେ ରଖିଥବା ଖାଦ୍ୟ ସାମଗ୍ରୀ ଖରାପ ହୋଇଯାଇଥିବା ଦେଖିବାକୁ ମିଳିଥାଏ।

କିଛି ଖାଦ୍ୟକୁ ଠିକ୍ ଭାବରେ ଷ୍ଟୋର୍ ନକଲେ, ଏପରି ସମସ୍ୟା ସୃଷ୍ଟି ହୋଇଥାଏ। ତା’ ହେଲେ ଆସନ୍ତୁ ଜାଣିବା କିଛି ଖାଦ୍ୟ ସାମଗ୍ରୀକୁ କେମିତି ଷ୍ଟୋର୍ କରି ରଖିବେ।

ଖାଦ୍ୟ ସାମଗ୍ରୀକୁ ଷ୍ଟୋର୍ କରି ରଖିବାର ଉପାୟ:

ପୋଦିନା କିମ୍ବା ଧନିଆ ପତ୍ରକୁ ବ୍ୟବହାର ନକରି ଫ୍ରିଜ୍ ରେ ରଖିଲେ, ଏହା ଅଳ୍ପ ଦିନରେ ଝାଉଁଳି ଯାଇଥାଏ। ଏସବୁକୁ ଅଧିକ ଦିନ ଷ୍ଟୋର୍ କରି ରଖିବା ପାଇଁ ଏକ ବୋତଲ କିମ୍ବା ଗ୍ଲାସରେ ପାଣି ଦେଇ ଚେର ସହିତ ବୁଡାଇ ରଖନ୍ତୁ। ଦେଖିବେ ପତ୍ର ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।



ବ୍ରେଡ୍ କୁ ଫ୍ରିଜ୍ ରେ ରଖିଲେ ଏହା ଥଣ୍ଡା ହେବା ସହିତ ଟାଣ ମଧ୍ୟ ହୋଇଯାଇଥାଏ। ଏଥିପାଇଁ ବ୍ରେଡ୍ କିଣିଲେ ଏହାକୁ ଫ୍ରିଜ୍ ରେ ନରଖି ଦୁଇଦିନରେ ଶେଷ କରି ଦିଅନ୍ତୁ। ଅଣ୍ଡା କୁ ମଧ୍ୟ ଫ୍ରିଜ୍ ରେ ରଖନ୍ତୁ ନାହିଁ।

ସେହିପରି ଅଧା କଟା ହୋଇଥିବା ବନ୍ଧା କୋବିକୁ ଫ୍ରିଜ୍ ରେ ରଖନ୍ତୁ ନାହିଁ। ଯଦି ରଖିବାକୁ ଚାଁହୁଛନ୍ତି ତା’ ହେଲେ କଟା ଅଂଶରେ ଲେମ୍ବୁ ରସ ଲଗାଇ ରଖନ୍ତୁ। ଦେଖିବେ କୋବି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରହିବ।

ଫଳକୁ ଆପଣ ଫ୍ରିଜ୍ ରେ ଷ୍ଟୋର୍ କରି ରଖିପାରିବେ। କିନ୍ତୁ ଲେମ୍ବୁକୁ ଫ୍ରିଜ୍ ରେ ରଖିବା ପାଇଁ ହେଲେ ପ୍ଲାଷ୍ଟିକ୍ ବ୍ୟାଗ୍ ରେ ରଖି ତାକୁ ଫ୍ରିଜ୍ ରେ ରଖନ୍ତୁ।



ସାଲାଡ୍ କୁ ସାଙ୍ଗେ ସାଙ୍ଗେ ନଖାଇ ଅଧିକ ସମୟ ସେମିତି ରଖିଲେ ତା’ ର ସ୍ୱାଦ ବଦଳିଯାଏ। ଏଥିପାଇଁ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ପକାଇ ରଖନ୍ତୁ। ଦେଖିବେ ସାଲାଡ୍ ଜମା ଖରାପ ହେବ ନାହିଁ। ଯଦି ଆପଣ ସାଲାଡ୍ କୁ ଫ୍ରିଜ୍ ରେ ରଖିବା ପାଇଁ ଚାଁହୁଛନ୍ତି, ତା’ ହେଲେ  ଫ୍ରିଜ୍ ର କମ୍ ତାପମାତ୍ରା ଥିବା ସ୍ଥାନରେ ରଖନ୍ତୁ।

ପିଆଜ, ରସୁଣ ଏବଂ ଆଳୁ କୁ ଫ୍ରିଜ୍ ରେ ରଖିବା ଦରକାର ନାହିଁ। ଏହାକୁ ବାହାରେ ରଖନ୍ତୁ। ଆଳୁ କୁ ଅଧିକ ଥଣ୍ଡା ଜାଗାରେ ରଖିଲେ ଏଥିରେ ଥିବା ଶ୍ୱେତସାର ରେ ସୁଗାର୍ ପରିମାଣ ବଢିଯାଏ।

ରସୁଣ କୁ ଫ୍ରିଜ୍ ରେ ରଖିଲେ ଦେଖିବେ କିଛି ଦିନ ପରେ ଏହା ଗଜା ହେବା ଆରମ୍ଭ ହୋଇଯାଇଥାଏ। ସେହିପରି ପିଆଜ କୁ ଫ୍ରିଜ୍ ରେ ରଖିଲେ ଦେଖିବେ କିଛି ଦିନ ପରେ ପିଆଜ ନରମ ହୋଇଯାଏ।

ଟମାଟୋ ସସ୍ କୁ ଫ୍ରିଜ୍ ରେ ରଖନ୍ତୁ ନାହିଁ। ତାକୁ ବାହାରେ ରଖନ୍ତୁ କାରଣ ଫ୍ରିଜ୍ ରେ ରଖିଲେ ଏହାର ଟେଷ୍ଟ୍ ଖରାପ୍ ହୋଇଯାଇଥାଏ।

Post a Comment

0Comments

Post a Comment (0)