ଦୁନିଆର ଅଜବ ଗଜବ ଆଇନ

@_ustad
0


 ଦେଶର ସମ୍ବିଧାନକୁ ସୂଚାରୁ ରୂପେ ଚଲାଇବା ପାଇଁ ଅନେକ ଦେଶରେ ଅନେକ ନିୟମ କାନୁନ ରହିଛି। କିନ୍ତୁ କିଛି ଦେଶରେ ଏହିପରି କିଛି ନିୟମ ବା ଆଇନ ଅଛି ଯାହା ଆପଣଙ୍କୁ ଚକିତ କରିଦେବ। ସେହି ଆଇନ ଶୁଣିଲେ ଆପଣ ଭାବିବେ ଏମିତି ବି କିଛି ଆଇନ ଥାଇପାରେ? ତେବେ ଆସନ୍ତୁ ଜାଣିବା ଏହିପରି କିଛି ଦେଶରେ ଥିବା ଅଜବ ଗଜବ ଆଇନ ସଂପର୍କରେ।

ଡାଇଭୋର୍ସ ଫିଲିପାଇନ୍ସରେ ଅବୈଧ ଅଟେ। ଆପଣ ନିଜ ପତୀ ବା ପତ୍ନୀଙ୍କ ଠାରୁ ଆଇନଗତ ଭାବେ ଛାଡପତ୍ର ନେଇ ପାରିବେ ନାହିଁ। କିନ୍ତୁ ଆପଣ ଯଦି ମୁସଲିମ କମ୍ୟୁନିଟିର ଅଟନ୍ତି ତେବେ ଆପଣଙ୍କୁ ଚିନ୍ତା କରିବାର କୈାଣସି ଆବଶ୍ୟକତା ନାହିଁ। ମୁସଲିମ ସମାଜ ନିଜର ଅଳ୍ପ ସଂଖ୍ୟକ ଲୋକଙ୍କୁ ଡାଇଭୋର୍ସର ଅନୁମତି ଦେଇଥାଏ।

ଜାପାନରେ ମୋଟା ହେବା ଅବୈଧ ଅଟେ। ଦୁନିଆରେ ସୁମୋ ପେହଲବାନଙ୍କୁ ତିଆରି କରୁଥିବା ଦେଶରେ ମୋଟା ହେବା ଅପରାଧ ଅଟେ। ଆଇନ ଅନୁସାରେ ଏଠାରେ ଥିବା ୪୦ ବର୍ଷରୁ ଅଧିକ ପୁରୁଷ ୩୨ ଇଞ୍ଚ ଓ ମହିଳାଙ୍କ ବୟସ ୩୬ ଇଞ୍ଚ ରୁ ଅଧିକ ହୋଇ ପାରିବ ନାହିଁ। ତେଣୁ ଜାପାନର ଲୋକ ସ୍ଲିମ୍ ଟ୍ରିମ ରୁହନ୍ତି। ମୋଟା ହେଲେ ବ୍ୟକ୍ତି ବିଶେଷ ପାଇଁ କୈାଣସି ଦଣ୍ଡ ବିଧାନ ନାହିଁ କିନ୍ତୁ ସରକାରୀ ଚାପ ପଡିଥାଏ।

କାନାଡାରେ ରେଡିଓରେ ପ୍ରସାରିତ ଗୀତ କାନାଡାର ଗାୟକଙ୍କ ଦ୍ୱାରା ରେକର୍ଡ କରାଯାଏ ବା କାନାଡାର ଗାୟକ କଣ୍ଠଦାନ ନିତ୍ୟାନ୍ତ ଆବଶ୍ୟକ। କାନାଡାର ଏହା ଏକ ରୁଲ ଅଟେ। ଯେଉଁଥି ପାଇଁ କାନାଡାର ଜଷ୍ଟିନ ବିର୍ବର କାନାଡାରେ ଫେମସ ଅଟନ୍ତି।

ସିଙ୍ଗାପୁରରେ ଚୁଇଙ୍ଗମ ଚୋବାଇବା ଅପରାଧ ଅଟେ। ଯଦି ଆପଣ ସିଙ୍ଗାପୁର ବୁଲିବାକୁ ଯାଇଛନ୍ତି ବା ଯିବା କଥା ଭାବୁଛନ୍ତି ତେବେ ଜାଣି ରଖନ୍ତୁ ଯେ ସିଙ୍ଗାପୁରରେ ଚୁଇଙ୍ଗମ ଖାଇବା, ବିକ୍ରି କରିବା ବା ନେଇକି ଯିବା ଦଣ୍ଡନିଅ ଅପରାଧ ଅଟେ ଏଥି ପାଇଁ ଆପଣଙ୍କୁ ଜେଲ ମଧ୍ୟ ଯିବାକୁ ପଡି ପାରେ। ଯଦି ଆପଣଙ୍କ ଡାକ୍ତର ପରାମର୍ଶ ଦେଇଛନ୍ତି ତେବେ ଆପଣ କେବଳ ନିକୋଟିନ ଗମ ଖାଇ ପାରିବେ। ଅନ୍ୟଥା ଚୁଇଙ୍ଗମ ଖାଇକି ଫୋପାଡିବା ଆପଣଙ୍କୁ ବେଶ ମହଙ୍ଗା ପଡିବ। ୫୦୦ ଡଲାର ଜୋରିମାନା ଦେବାକୁ ପଡି ପାରେ।

ନିଜ ଛୁଆଙ୍କୁ ନିଜ ଇଛା ଅନୁସାରେ ଆପଣ ନାଁ ଦେଇ ପାରିବେ ନାହିଁ। ଆପଣଙ୍କ ଯଦି ନିଜ ଛୁଆର ନାମ ମଣ୍ଟୁ, ଚିଣ୍ଟୁ, ପିଣ୍ଟୁ ଦେବାକୁ ଚାହୁଁଛନ୍ତି ତେବେ  ଆପଣ ଦେଇ ପାରିବେ ନାହିଁ ଡେନମାର୍କରେ ଏହା ଦଣ୍ଡନିଅ ଅପରାଧ ଅଟେ। ଏଠାରେ ଆପଣ କେବଳ ୭୦୦୦ ନାମରୁ ବାଛି ଗୋଟିଏ ନାମ ଆପଣଙ୍କ ବେବିର ରଖିପାରିବେ। ଯଦି ଅନ୍ୟ କୈାଣସି ନାମ ଦେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସରକାରଙ୍କ ଠାରୁ ଅନୁମତି ନେବାକୁ ପଡିବ।

କାକ୍ଟସ ଗଛକୁ କାଟିବା ଦ୍ୱାରା ହୋଇପାରେ ୨୫ ବର୍ଷ ଜେଲ। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଲଜୋନାରେ ଏହିପରି ନିୟମ ରହିଛି।  ଏହାର କାରଣ ହେଉଛି ଏଠାରେ ହେଉଥିବା କ୍ୟାକଟସ ବଡ ହେବା ପାଇଁ ବହୁତ ସମୟ ନେଇଥାଏ ଓ ଏହାର ଜୀବନକାଳ ୧୫୦-୨୦୦ ବର୍ଷ ହୋଇଥାଏ।

ଗ୍ରୀସରେ ହାଇ ହିଲ ପିନ୍ଧିବା ଅପରାଧ ଅଟେ। ଆପଣ ଯଦି ଗ୍ରୀସରେ ବୁଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ହିଲ ବିନା ବୁଲିବାକୁ ପଡିବ। ଏଠାକାର ସରକାର ହିଲ ପିନ୍ଧି ବୁଲିବାରେ କଟକଣା ଜାରି କରିଛନ୍ତି।

ଚୀନ ନିଜ ବର୍ଦ୍ଧିତ ଜନସଂଖ୍ୟାକୁ ନେଇ ଖୁବ ଚିନ୍ତିତ। କେବଳ ଚିନରେ ହିଁ ଏଥି ପାଇଁ ନିୟମ ଅଛି ତାହା ନୁହେଁ ଭାରତରେ ମଧ୍ୟ ବର୍ଦ୍ଧିତ ଜନସଂଖ୍ୟାର ନିୟନ୍ତ୍ରଣ ପାଇଁ ନିୟମ ରହିଛି। କେରଳରେ ଥିବା ନିୟମରୁ ଏହା ଜଣା ପଡେ। ୨ରୁ ଅଧିକ ସନ୍ତାନ ପାଇଁ ବାପା ମା’ଙ୍କୁ ୧୦,୦୦୦ ଟଙ୍କାର ଜୋରିମାଣା ସହ ଜେଲଦଣ୍ଡ ମଧ୍ୟ ହୋଇ ପାରେ।

Post a Comment

0Comments

Post a Comment (0)