
ଯଦି ଆପଣ ହାତଗୋଡ ଆଣ୍ଠୁଗଣ୍ଠି ଜନିତ ବ୍ୟଥାରେ ପିଡ଼ୀତ । ତେବେ ରାତିରେ ଭୁଲରେ ବି ଏହି ସବୁ ଖାଦ୍ୟ ସେବନ କରିବା ଉଚିତ ନୁହେଁ । ବୟସ ବଢ଼ିବା ସହିତ ଆଣ୍ଠୁଗଣ୍ଠି ଜନିତ ବ୍ୟଥା ସମସ୍ୟା ହେବା ଏକ ସାଧାରଣ କଥା । ଏହାଛଡ଼ା ଏବେ ଯେକୌଣସି ବୟସର ଲୋକଙ୍କ ଠାରେ ଏପରି ସମସ୍ୟା ଦେଖାଯାଉଛି । ଯଦି ଆପଣ ହାତଗୋଡରେ ଅନେକ ସମୟରେ ବ୍ୟଥା ଅନୁଭବ କରୁଛନ୍ତି ତେବେ କେତେକ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବା ଉଚିତ । ବିଶେଷ କରି ରାତିରେ ଏହି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ଏହି ଖାଦ୍ୟ ରାତିରେ ଗ୍ରହଣ କଲେ ବ୍ୟଥାକୁ ଦୁଇ ଗୁଣା ବଢ଼ାଇ ଦିଏ । ତେବେ ଜାଣିବା ସେହି ଖାଦ୍ୟ ବିଷୟରେ ।
- ରାତିରେ ଛତୁ ଖାଇବା ଉଚିତ ନୁହେଁ । ଯେତେ ସମ୍ଭବ ରାତିରେ ଛତୁ ଖାଇବାରୁ ବଞ୍ଚôବା ଉଚିତ । ଏହା ରାତିରେ ହଜମ ହେବାରେ କଷ୍ଟ ହୋଇଥାଏ । ଏହା ସହିତ ପେଟରେ ଗ୍ୟାସ, ପେଟ ବ୍ୟଥା ଓ ଦାନ୍ତ ସମସ୍ୟା ଆଦି ଦେଖାଯାଇଥାଏ । ଏହାଛଡ଼ା ହାତଗୋଡ଼ରେ ବ୍ୟଥା ମଧ୍ୟ ଅନୁଭବ ହୋଇଥାଏ ।
- ପଢ଼ନ୍ତୁ : ବେଲୁଗା ତିମି - ଏକ ସାମାଜିକ ସ୍ତନ୍ୟପାୟୀ ପ୍ରାଣୀ
- ପୁରୁଷ ମାନେ ନିଜ କାର୍ଯ୍ୟ ଶକ୍ତି ବଢ଼ାନ୍ତୁ ଏହି ଚମତ୍କାରୀ ଉପାୟରେ- health tips
- କାକୁଡ଼ି ଖାଉଥିଲେ ସମୟର ଧ୍ୟାନ ନିହାତି ରଖିବା ଉଚିତ । କାକୁଡ଼ି ଥଣ୍ଡା ଜାତୀୟ ଖାଦ୍ୟ ପଦାର୍ଥ । ତେଣୁ ଏହାକୁ ରାତିରେ ସେବନ କରିବା ଦ୍ୱାରା ହାତଗୋଡ଼ ବ୍ୟଥା ବଢ଼ିଯାଇଥାଏ । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ହାତଗୋଡ଼ ବ୍ୟଥା ଅଧିକ ଅନୁଭବ ହୋଇଥାଏ । ଏହି ସମୟରେ ରାତିରେ କାକୁଡ଼ି ସେବନ କରିବା ବ୍ୟଥାକୁ ଦୁଇ ଗୁଣା ବଢ଼ାଇ ଦେଇଥାଏ ।
- ରାତିରେ ଦହି ଓ ଲସି ସେବନ କରିବା ଉଚିତ ନୁହେଁ । ଏହା ସେବନ କରିବା ଦ୍ୱାରା ହାତ ଓ ଗୋଡ଼ରେ ବ୍ୟଥା ସମସ୍ୟା ହୋଇଥାଏ । ଏହା ସହିତ ଯେଉଁ ଲୋକ ପ୍ରଥମରୁ ଏହି ସମସ୍ୟାରେ ପୀଡ଼ିତ ତେବେ ଭୁଲରେ ବି ଦହି ଓ ଲସି ବ୍ୟବହାର କରିବା ଉଚିତ ନୁହେଁ ।
- ଯଦି ହାତଗୋଡ଼ରେ ବ୍ୟଥା ଅନୁଭବ କରୁଛନ୍ତି ତେବେ ରାତିରେ ଭୁଲରେ ବି ଫଳ ଆହାର ଗ୍ରହଣ କରନ୍ତୁ ନାହିଁ । ରାତିରେ ଫଳ ଆହାର ଗ୍ରହଣ କଲେ ନିଦ ସମସ୍ୟା ଦେଖାଯାଇଥାଏ । ଯଦ୍ୱାରା ପର ଦିନ ଥକାପଣ ଅନୁଭବ ହୋଇଥାଏ ।
- ଅଧ୍ୟୟନରୁ ଜଣାଯାଇଛି ପ୍ରୋସେଡ ସୁଗାର ଶରୀରରେ ପ୍ରୋ ଇନଫଲେମେଟ୍ରିକୁ ବଢ଼ାଇ ଦେଇଥାଏ । ଯଦ୍ୱାରା ଗଣ୍ଠି ବ୍ୟଥା ସମସ୍ୟା ଦେଖାଯାଇଥାଏ । ତେଣୁ ରାତିରେ ମିଠା ଖାଦ୍ୟରୁ ବଞ୍ଚôବା ଉଚିତ ।