ଏହି ଜୁସ ପିଅନ୍ତୁ, ରୋଗପ୍ରତିଷେଧକ ଶକ୍ତି ବଢ଼ାନ୍ତୁ

@_ustad
0


 ସାଧାରଣ ଜୀବନରେ ଆମେ ଏତେ ମାତ୍ରାରେ ବ୍ୟସ୍ତ ରହିଥାଉ ଯେ, ନିଜ ସ୍ୱାସ୍ଥ୍ୟ ବିଷୟରେ ଧ୍ୟାନ ଦେବାକୁ ଭୁଲି ଯାଇଥାଉ । ଏହି କାରଣରୁ ଦେଶରେ କରୋନା ଆଜି ଭୟର ଆତଙ୍କ ଖେଳାଇ ଚାଲିଛି। କାରଣ ଏହି ମହାମାରୀ ଲଢେ଼ଇରେ ଜିତିବାକୁ ହେଲେ ରୋଗପ୍ରତିଷେଧକ ମାତ୍ରା ଅଧିକ ରହିବା ଆବଶ୍ୟକ ଥିବା ବେଳେ ଆମର ଖାଦ୍ୟ-ପେୟ ଲାଗି ଆମେ କରୋନା ଲାଗି ଭୟ କରୁଛନ୍ତି। ତେଣୁ ନିକଟରେ କରୋନା ସାଙ୍ଗକୁ ଋତୁ ପରିବର୍ତ୍ତନ ମଧ୍ୟ ଥଣ୍ଡା ଜନିତ ସମସ୍ୟା ସୃଷ୍ଟି କରିବାରେ ବିଶେଷ ଭୂମିକା ନିଭାଇପାରିବ। ଏନେଇ ଆମକୁ ସତର୍କତା ଅବଲମ୍ବନ କରି ଖାଦ୍ୟଶୈଳୀରେ ପ୍ରାକୃତିକ ଆହାରକୁ ଧ୍ୟାନ ଦେବା ଆବଶ୍ୟକ  । ଆସନ୍ତୁ କିଛି ଏପରି ଟିପସ ଜାଣିବା ଯାହା ଆମର ରୋଗପ୍ରତିଷେଧକ ମାତ୍ରା ବଢ଼ାଇପାରିବ। ଅଧିକ ମାତ୍ରାରେ ସୁଗାର କ୍ୟାଲୋରୀ ବଦଳରେ ଆମେ ଡ୍ରାଏ ଫୁ୍ରଟ ଖାଇବା ସ୍ୱାସ୍ଥ୍ୟ ଲାଗି ସଠିକ ରହିବ। ତେଣୁ ବଜାରରେ ମିଳୁଥିବା ଜଙ୍କଫୁଡ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ  । ଦିନକରେ ଥରେ ମାତ୍ରା ହେଉନା କାହିଁ କଫି କିମ୍ବା ଗରମ ନାଲଇ ଚା’ ପିଇବା ଆମ ଲାଗି ଠିକ ରହିବ । ମାଂଶାଳିଆ ମାଛ ସହିତ ମାଂସ, ଅଣ୍ଡା ଖାଇବା ଜରୁରୀ। ତେଣୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାଜର, କମଳା ଓ ଆପଲ ମିକ୍ସ ଜୁସ ଏହି ଶୀତ ଦିନ ଓ କରୋନା ଲାଗି ଶରୀରରୁ ଅଧିକ ମାତ୍ରାରେ ରୋଗପ୍ରତିଷେଧକ ମାତ୍ରାକୁ ବଢ଼ାଇବାରେ ସହାୟ୍କ ହୋଇଥାଏ  । ଲେମ୍ବୁରେ ପ୍ରଚୁର ମାତ୍ରାର ଭିଟାମିନ-ସି, ଆଣ୍ଟି ଅକ୍ସିଡାଣ୍ଟ ରହିଥିବାବେଳେ ଗାଜରରେ ପ୍ରଚୁର ମାତ୍ରାର ଭିଟାମିନ-ଏ   ସେଓରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ  ।  ଏହାକୁ ମିଶାଇ ଜୁସ ଭାବେ ପିଇବା ଦ୍ୱାରା ଏହା ସଂକ୍ରମଣ ଠାରୁ ମଧ୍ୟ ଦୂରେଇ ରଖିଥାଏ  । 

କିପରି ପ୍ରସ୍ତୁତି କରିବେ ଏହି ଜୁସ

ପ୍ରଥମେ ଗୋଟିଏ ଗାଜର, ସେଓ (ମଞ୍ଜି ନଥିବା), ଚୋପା ଛଡା କମଳାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏହା ପ୍ଲେନ ହୋଇଗଲାପରେ ଏଥିରେ କଞ୍ଚା ହଳଦୀ ଏକ ଚାମଚ, ଗୋଲମରିଚ ମିଶାଇ ଜୁସ ପ୍ରସ୍ତୁତ କରନ୍ତୁ  । ହଳନୀରେ ରୋଗପ୍ରତିଶେଧକ ଶକ୍ତି ଅଧିକ ଥିବାବେଳେ ଗୋଲମରିଚ ଥଣ୍ଡାଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ  । 


Post a Comment

0Comments

Post a Comment (0)