ସଫଳତା ର ସୁନେଲି କିରଣ

@_ustad
0


Odia safalata gapa, Safalata ra kahani, Safalata ra suneli kiran, odia pathshala blog


ହସ , ଲୁହ , ସଫଳତା , ବିଫଳତା ଏମାନେ ଜୀବନର ଗୋଟିଏ ଗୋଟିଏ ଅଙ୍ଗ । ଏ ସବୁ ନ ଥିଲେ ଜୀବନର ମୂଲ୍ୟ ରହନ୍ତା ନାହିଁ । କେହି ବିଫଳତା ପରେ ସଫଳତା ପାଇଲେ ଖୁସି ହୁଏ ।ପୁଣି କେହି ସଫଳତା ପରେ ବିଫଳ ହେଲେ ଦୁଃଖୀ ବି ହୁଏ । ଟିକିଏ ଉଚ୍ଚକୁ ଯାଇ କେବେବି ଭାବନା ଯେ ମୁଁ ସଫଳତାର ଶୀର୍ଷରେ ପହଞ୍ଚିଛି । ଜୀବନ ରାସ୍ତାରେ ଝୁଣ୍ଟିପଡ଼ି କେବେବି ଚିନ୍ତା କରନା ମୁଁ ହାରି ଯାଇଛି ବୋଲି । ଏତିକି ବୁଝିନିଅ , ନିଜ ସ୍ଥିତିରେ ମୋତେ ପରମାତ୍ମା ରଖୁଛନ୍ତି । ଏହି ସ୍ଥିତି ହିଁ ମୋ ପାଇଁ ପ୍ରଜୁଜ୍ୟ । ତେଣୁ ମୋତେ ଉଛକୁ ଯିବା ପାଇଁ କର୍ମ କରିବାକୁ ହେବ । ଏ ନେଇ କାହାଣୀଟିଏ ......


ଜଣେ ସନ୍ଥ
ଆଶ୍ରମ ଛାଡି ଦୀର୍ଘ ଦିନ ବାହାରକୁ ବାହାରିଲେ । ଶିଷ୍ୟକୁ ପଣସ ମଞ୍ଜିଟିଏ ଦେଇ କହିଲେ “ ମୁଁ ଫେରିଲା ବେଲକୁ ପଣସ ବଗିଚା ଟିଏ କରିଥିବୁ ” । ଶିଷ୍ୟଟି ଚିନ୍ତାରେ ପଡ଼ିଗଲା । ଗୋଟାଏ ମଞ୍ଜି , ପୁଣି ପଣସ ବଗିଚା । ଗୋଟିଏ ମଞ୍ଜି ତ ଗୋଟାଏ ଗଛ । ଆଉ ଗଛରେ କଣ ବଗିଚା ହୁଏ ? ତଥାପି ଗୁରୁଙ୍କ କଥାରେ ବିଶ୍ବାସ ରଖି ମଞ୍ଜିକୁ ପୋତିଲା । ବହୁ ଯତ୍ନ କଲା । କିଛି ବର୍ଷ ପରେ ଗଛ ବଢି ଗଲା । ପଣସ ଫଲିଲା । କେତୋଟି ପଣସକୁ ମଞ୍ଜି ପାଇଁ ବାଛିଲା । ସେହି ମଞ୍ଜିରୁ ପୁଣି ଗଛକଲା । ହଠାତ୍ ରାତ୍ରିରେ ଗୋଟାଏ ଝଡ଼ ଆସିଲା । ବଡ ଗଛ ସହିତ ସମସ୍ତ ଚାରା ବି ନଷ୍ଟ ହୋଇଗଲା । ବଗିଚାର ସ୍ବପ୍ନରେ ବିଭୋର ଥିବା ଶିଷ୍ୟଟି ଏବେ ମୁକୁଲା ପଡିଆରେ ଠିଆ ହେଇଗଲା ପରି ଲାଗିଲା । ସମସ୍ତଙ୍କ ଜୀବନରେ ଏମିତି ସମସ୍ୟା ଆସେ । ଗୋଟିଏ ଗୁରୁତ୍ବପୂର୍ଣ୍ଣ ଶେଷ ହେଲା ବେଳକୁ କିଛି ବିଘ୍ନ ଆସି ଯାଏ । କାମଟି ହୋଇପାରେନା । ଚାକିରି , ବାହାଘର , ଜମିବାଡି , ଜିନିଷ କିଣା ବିକା , ପାଠପଢା ଆଦି ଅନେକ କ୍ଷେତ୍ରରେ ସମସ୍ୟା ଉପୁଜେ । ଯାହା ଆମର ମନକୁ ଦୁର୍ବଳ କରିଦିଏ । ଶିଷ୍ୟର ଅବସ୍ଥା ବି ଅବିକଳ ସେମିତି ହେଲା । ମନଦୁଖରେ ବଗିଚାକୁ ସଫା କରୁଥାଏ । ହଠାତ୍ ନଜର ପଡିଲା ଅଳିଆ ଗଦା ଉପରେ । ପଣସ ଚାରାଟିଏ । ଆନନ୍ଦରେ ତାକୁହିଁ ସଂଗ୍ରହ କଲା । ପୁଣି କିଛି ବର୍ଷ ପରେ ପଣସ ବଗିଚା ହେଇଗଲା । ଗୁରୁଙ୍କ ଆଦେଶ ବି କାର୍ଯ୍ୟକାରି ହେଲା । ଅଳିଆ ଗଦା ରେ ଉଠିଥିବା ଗଛ କେବେବି ଭାବି ନ ଥିବ ସେ ଗୁରୁଙ୍କ ମହାନ ଆଦେଶର କର୍ଣ୍ଣଧାର ହେବ । ସୁନ୍ଦର ପଣସ ବଗିଚା ଭଳି ମହନୀୟ କାର୍ଯ୍ୟ ତା ଦ୍ବାରା ସମ୍ପନ୍ନ ହେବ । ଆମ ଜୀବନର ଦଶା ଓ ଦିଶା ଠିକ୍ ଏମିତି । ଟିକିଏ ଦୁଖରେ ଭାଙ୍ଗି ପଡୁ । ତାହା ନୁହେଁ । ଆମ ଚାରିପାଖରେ ବହୁ ପ୍ରତିଯୋଗୀ ଓ ପ୍ରତିଦ୍ବନ୍ଦି ଅଛନ୍ତି । ତଥାପି ଆମକୁ ଆଗକୁ ବଢିବାକୁ ହେବ । କେତେ ବେଲେ ହାରିଯିବା ନାହିଁ , ଭାବିବା ନାହିଁ ଯେ ମୋ ଦ୍ବାରା । କିଛି ହେଲା ନାହିଁ । ଏବେବି ସମୟ ଅଛି ଆଗକୁ । ଚାଲ । ସଫଳତାର ସୁନେଲି କିରଣ ତୁମକୁ । ଅପେକ୍ଷା କରିଛି ।

Post a Comment

0Comments

Post a Comment (0)