ଆବଶ୍ୟକ ସାମଗ୍ରୀ
- କଙ୍କଡ଼ା,
- ତେଲ,
- ଧଣିଆ ଗୁଣ୍ଡ,
- କଟା ପିଆଜ,
- ପିଆଜ ବଟା,
- ଅଦା ରସୁଣ ବଟା,
- ହଳଦୀ ଗୁଣ୍ଡ,
- ଲଙ୍କା ଗୁଣ୍ଡ,
- ଜିରା ଗୁଣ୍ଡ,
- ଟମାଟୋ ବଟା ବା ପେଷ୍ଟ୍,
- ଗରମ ମସଲା,
- ତେଜପତ୍ର,
- ପଞ୍ଚଫୁଟଣ
- ଲୁଣ।
ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ କଙ୍କଡ଼ାକୁ ଭଲ କରି ଧୋଇ ଦିଅନ୍ତୁ।
- ଯଦି ଜୀଅନ୍ତା କଙ୍କଡ଼ା ଥିବେ ତେବେ ପ୍ରଥମେ ଗୋଡ଼ ଭାଙ୍ଗି ଦିଅନ୍ତୁ।
- କଙ୍କଡ଼ାକୁ ଭଲ ଭାବେ ଧୋଇସାରିବା ପରେ ଏହାପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍ ଗୋଳେଇ ରଖନ୍ତୁ।
- ତା’ ପରେ ଆରମ୍ଭ କରନ୍ତୁ ରୋଷେଇ।
- ପ୍ରଥମେ ମାଟି ହାଣ୍ଡିରେ ତେଲ ପକାନ୍ତୁ।
- ତେଲ ଗରମ ହୋଇଗଲେ ସେଥିରେ ପ୍ରଥମେ ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ପର୍ଯ୍ୟାୟକ୍ରମେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ ପକାଇ ମସଲା କଷନ୍ତୁ।
- ମସଲା କଷା ହୋଇଗଲା ପରେ ପୂର୍ବରୁ ରଖିଥିବା କଙ୍କଡ଼ାକୁ ସେଥିରେ ପକାଇ ଭଲଭାବେ କଶନ୍ତୁ।
- କଙ୍କଡା ସିଝି ଗଲାପରେ ଟମାଟୋ ବଟା ଓ ସାମାନ୍ୟ ପାଣି ଦେଇ ୫ ମିନିଟ୍ ଛାଡ଼ି ଦିଅନ୍ତୁ।
- ଏହା ପରେ ସେଥିରେ ଗରମ ମସଲା ପକାଇ କିଛି ସମୟ ପରେ ନିଆଁରୁ ହାଣ୍ଡିକୁ ଓହ୍ଲାଇଦିଅନ୍ତୁ।