ଅକ୍ଷୟ ମହାନ୍ତି-ଖୋକା ଭାଇ ଜୀବନୀ - Akshya mahanti-Khoka bhai Biography in Odia

@_ustad
0



 


 Akshya mohanti biography Odia, Khoka bhai biography Odia, ଅକ୍ଷୟ ମହାନ୍ତି,ଖୋକା ଭାଇ ଜୀବନୀ, Akshya mohanti,Khok bhai Biography, Odia pathshala, Khoka bhai, Akhyaya mahanti biography odia, Odia akhyaya mahanty biography, Odia pathshala, Odiapathshala

"ଅକ୍ଷୟ ମହାନ୍ତି - ଓଡିଆ ସଂଗୀତ ଜଗତର ମୁକୁଟ ବିହୀନ ସମ୍ରାଟ। ଓଡିଆ ସଂଗୀତ ଜଗତ କୁ ସେ ଦେଇଛନ୍ତି ନୂତନ ଦିଗନ୍ତ। ତାଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଓଡିଆ ସଂଗୀତ ଜଗତ ଆଜି ପରିପୃଷ୍ଟ।ଏକାଧାର ରେ ସେ ଜଣେ ଗାୟକ , ଗୀତିକାର , ସଂଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ।ଜଣେ ଶ୍ରେଷ୍ଟ ଗାୟକ  ଓ ଗୀତିକାର ହିସାବରେ ସେ ପ୍ରତୀଟି ଓଡିଆ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଲାଭ କରିଛନ୍ତି ।ଓଡିଆ ସଂଗୀତ ଜଗତ ପ୍ରତି ଅକ୍ଷୟ ମହାନ୍ତିଙ୍କ ଅବଦାନ ଆତୁଳନୀୟ।"

ଅକ୍ଷୟ ମହାନ୍ତି (୧୨ ଅକ୍ଟୋବର ୧୯୩୬ – ୧୭ ନଭେମ୍ବର ୨୦୦୨)(ବୟସ ୬୬) (ଅନ୍ୟନାମ: ଖୋକା ଭାଇ) କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।

ସଂକ୍ଷିପ୍ତ ରେ ଅକ୍ଷୟ ମହାନ୍ତି






  • ନାମ-ଅକ୍ଷୟ ମହାନ୍ତି
  •  ଜାତୀୟତା-ଭାରତୀୟ
  •  ଅଲଗା ନାଆଁ-ଖୋକା ଭାଇ 
  •  ଶିକ୍ଷା-ସ୍ନାତକ (ଗଣିତ, ଆଇନ) 
  • ଶିକ୍ଷାନୁଷ୍ଠାନ-ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟ,ରେଭେନ୍ସା ମହାବିଦ୍ୟାଳୟ,ମଧୁସୂଦନ ଆଇନ ମହାବିଦ୍ୟାଳୟ 
  • ପ୍ରସିଦ୍ଧି-ଓଡ଼ିଆ ଗାୟକ ଓ ସଙ୍ଗୀତକାର
  • ଜୀବନସାଥି-ପ୍ରବିଣା ମହାନ୍ତି
  • ସନ୍ତାନ-ଚିତ୍ରଭାନୁ ମହାନ୍ତି
  • ବାପା-ବିଚିତ୍ରାନନ୍ଦ ମହାନ୍ତି
  • ମାଆ-ସୁବର୍ଣ୍ଣ ମଞ୍ଜରୀ ଦେବୀ
  • ସମ୍ପର୍କୀୟ-ହେମନ୍ତ ଦାସ (ମାମୁ ପୁଅ ଭାଇ)



































ଅକ୍ଷୟ ମହାନ୍ତି ଆଗର କେନ୍ଦ୍ରାପଡ଼ା ଓ ବର୍ତ୍ତମାନର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁ ରେ ୧୯୩୭ ମସିହାରେ ଅକ୍ଟୋବର ୧୨ରେ  ବାପା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟରୁ ଆଇ.ଏସ.ସି ଓ ରେଭେନ୍ସା ମହାବିଦ୍ୟାଳୟରୁ ବି.ଏ ପାସ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ, ସେ ଆଇନ ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି । କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିବା ଅକ୍ଷୟ, ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡ଼ି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ ।ଅକ୍ଷୟ,୧୯୬୭ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି । ତିନୋଟି କଥାଚିତ୍ରରେ ସେ ଅଭିନୟ କରିଛନ୍ତି ଓ ଯାଯାବର କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ସେ ୧୮ରୁ ଅଧିକ ବହି ଲେଖିଛନ୍ତି ।

ସଙ୍ଗୀତ ଦୁନିଆରେ ଖୋକାଭାଇ ରୂପେ ପରିଚିତ ଥିବା ଅକ୍ଷୟ ମହାନ୍ତିଙ୍କର ପିତା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣା ମଞ୍ଜରୀ ମହାନ୍ତି ଥିଲେ।

ଏକାଧାରରେ ସେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଥିଲେ। ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିବା ସହ ଜଣେ ସୁଲେଖକ ଭାବେ ଅନେକ ଉପନ୍ୟାସ ରଚନା କରିଯାଇଛନ୍ତି।

ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି।

ଅକ୍ଷୟ ମହାନ୍ତି ଜଣେ କଟକିଆର ନାଁ – ସାରା କଟକ ସହର, ସଙ୍ଗୀତ ଜଗତ ଏବଂ ଜଣାଶୁଣା ମହଲରେ ଖୋକା ଭାଇ ନାଁରେ ପରିଚିତ ଏବଂ ମରି ଅମର ହୋଇଥିବା ଜଣେ ଓଡ଼ିଆର ନାଁ। ଓଡ଼ିଆ ସାହିତ୍ୟ ଓ ସଙ୍ଗୀତରେ ଏକ ନୂଆ, ନିଆରା ଷ୍ଟାଇଲ୍‌ର ନାଁ।

ଅକ୍ଷୟ ମହାନ୍ତି ଥିଲେ ଜଣେ ଗୀତିକାର, ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ। ଥିଲେ ଜଣେ ସାହିତ୍ୟିକ ଓ ସାହିତ୍ୟର ନିଦା ପାଠକ। ଅକ୍ଷୟ ମହାନ୍ତିଙ୍କ ରଙ୍ଗ, ଢଙ୍ଗ, ସଙ୍ଗୀତ, ସଙ୍ଗତ – ସବୁଥିଲା ନିଆରା

କଟକ ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ କରିଥିଲେ ଏକ୍ସପେରିମେଣ୍ଟ। ଏମିତି ଏକ୍ସପେରିମେଣ୍ଟ, ଯାହା ଆଗରୁ ଅନ୍ୟ ସଙ୍ଗୀତକାରମାନେ ସାହସ କରି ନଥିଲେ। ତାଙ୍କ ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ବଲିଉଡର ବଡ଼ ବଡ଼ ସଙ୍ଗୀତକାର କହୁଥିଲେ, ଯଦି ଖୋକା ଭାଇ ବମ୍ବେ ଯାଇଥା’ନ୍ତେ ଓଡ଼ିଶାର ନାଁକୁ ଆହୁରି ଝଲମଲ କରିଥା’ନ୍ତେ।

ଅକ୍ଷୟ ମହାନ୍ତିଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ। ସେଥିପାଇଁ କଟକର ବଦ୍‌ମାସ୍‌ ଟୋକାଙ୍କଠାରୁ ଘର କଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ। ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି।

ଅକ୍ଷୟ ମହାନ୍ତି ଆଧୁନିକ ଗୀତ ପାଇଁ ବେଶ୍‌ ପରିଚିତ ଥିଲେ। ହେଲେ ସେ ମଧ୍ୟ ଗାଇଥିଲେ ଅନେକ ହୃଦୟସ୍ପର୍ଶୀ ଭଜନ। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଅନେକ ଭକ୍ତି ସଙ୍ଗୀତ ଏବେ ବି ଶ୍ରୋତାଙ୍କୁ ଟାଣି ଧରେ।

ଅକ୍ଷୟ ମହାନ୍ତି ଥିଲେ ଜଣେ ଆଶୁ କବି। କହୁ କହୁ ଲେଖି ପକାଉ ଥିଲେ ଗୀତ। ସବୁ କଥାରେ ତାଙ୍କୁ ଗୀତ ଦିଶୁଥିଲା। ନିଜେ ଲେଖିଥିବା ଗୀତକୁ ସେ ଯେଭଳି ମନ ଦେଇ ସଙ୍ଗୀତ ସୃଷ୍ଟି କରୁଥିଲେ, ଅନ୍ୟ ଗୀତିକାରମାନଙ୍କ ଲେଖାକୁ ମଧ୍ୟ ସେଭଳି ଜୀବନ ଦେଉଥିଲେ।

ବଡ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ଵୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି । ୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ  କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । "ରକତ ଟଳମଳ" ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି । 

ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବଦ ଭେଳିକି (Sound Effect) ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, "କାଞ୍ଚି ଅଭିଯାନ", "ରାଣ୍ଡୀପୁଅ ଅନନ୍ତା" ଆଉ "କୋଣାର୍କ ଗାଥା" ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡିସିନ"କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା । ସାଲବେଗଙ୍କ ରଚନା 'କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ । କେବଳ ସଙ୍ଗୀତ ନୁହେଁ ତିନୋଟି କଥାଚିତ୍ରରେ ସେ ଅଭିନୟ ମଧ୍ୟ କରିଛନ୍ତି ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ ।

ତାଙ୍କର କାଳଜୟୀ ଗୀତ ଗୁଡିକ ମଧ୍ୟରେ- ଏ ଆଲୋ ଆଲୋ ମଣି, କାଳି ଗୋରୀ ଦୁହେଁ ଗାଧେଇ, ସାବି ସାବି ତୁ ତ ମୋର ନାଲି ପାନ ବିବି, ପୂଣ୍ୟର ନଦୀ ତୀରେ ପାପର ତରୁ ଡ଼ାଳେ, ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି, ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ, ଯା ଯାରେ ଭାସି ଭାସି ଯାଆ ନଉକା ମୋର ଭାସି ଯାଆ, ଏଇ ଚୁମକି, ଟିକ୍ ଟିକ୍ ଟିକ୍ ଘଣ୍ଟା ଚାଲେ, ରଜା ଝିଅ ସାଙ୍ଗେ, କଳଙ୍କିତ ଏଇ ନାୟକ, ଅବୁଝା ପ୍ରିୟତମା, ସକାଳର ଗାଡ଼ି ଏବଂ ନଣ୍ଡା ମୁଣ୍ଡିଆ ଡ଼ାଇଭର, ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପାରା, ଆଲୋ ରତନୀ ଗଜ ଗମନୀ, ହେ ଫଗୁଣ ତୁମେ ଗଲା ପରେ ପରେ, ବେବି ଏକ୍କା ଗେଲହା ଝିଅ, ନଦୀର ନାମ ଅଳସ କନ୍ୟା, ହସ ତୋ ଲକ୍ଷେ ଟଙ୍କା ଆଦି ରହିଛି।

ଯା’ରେ ଭାସି ଭାସି ଯା’ ସତରେ ଗୀତ ନୁହେଁ ଏକ ଅଭୁଲା ଇତିହାସ। ତା’ଛଡ଼ା ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତ ମଧ୍ୟରେ ରହିଛି ‘ଚନ୍ଦ୍ର ମଲ୍ଲୀ ହସେ, ଚିତ୍ର ଲେଖା ଉଠେ’, ‘କଳଙ୍କିତ ଏଇ ନାୟକ ଆଖିରୁ, ଲୁହ ବି ପଡ଼ିଲେ ଝରି’, ‘ଏ’ ଏ’ ଆଲୋ ଆଲୋ ମଣି’, ‘ପୁଣ୍ୟର ନଦୀ ତିରେ ପାପର ତରୁ ଡାଳେ’, ‘ମତେ ସାଇଲା ସାଇଲା ତୋ ନାକର ଗୁଣା’, ‘ଉଡ଼ି ଉଡ଼ି ଉଡ଼ି ଯାରେ ଗୁଡ଼ି’, ଯାଯାବର ମନମୋର’, ‘ସ୍ମୃତି ତୁମେ ପାଉଁଶ ତଳର ନିଆଁ’, ‘ନଦୀର ନାମ ଅଳସ କନ୍ୟା’, ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଏବଂ ଆହୁରି କେତେ।

କୁହାଯାଏ ମାତ୍ର ୨୨ ବର୍ଷ ବୟସରେ କଟକ ଆକାଶବାଣୀ ଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ପରେ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ସମୟ ସଙ୍ଗୀତରେ ବିଛାଇଥିଲେ।

ସାହିତ୍ୟ କୃତି

  • ଅନେଶ୍ୱତ ରାଣୀ (ଗଳ୍ପଗୁଚ୍ଛ)
  • ବିଚରା (ଗଳ୍ପଗୁଚ୍ଛ)
  • ନଗ୍ନ ମୋନାଲିସା (ଗଳପଗୁଛ)
  • ବାହା ବାହାରେ ଆମେରିକା (ଭ୍ରମଣ କାହାଣୀ)
  • ଆର୍ଯଦାସର ଆତ୍ମଲିପି (ଅଧା ନିଜ ଜୀବନ କାହାଣୀ)
  • ଆର୍ଯଦାସର ଆତ୍ମଲିପି ୧ ଓ ୨ (ଆତ୍ମଜୀବନୀ ମୂଳକ ଉପନ୍ୟାସ)
  • ଆର୍ଯଦାସର ଶେଷଲିପି(ଅଧା ନିଜ ଜୀବନ କାହାଣୀ)
  • ଅଫେରା ନଦୀ (ଉପନ୍ୟାସ)
  • ଗାୟକ (ଉପନ୍ୟାସ)
  • ଜୟା ନୁହେଁ ଜାୟା (ଉପନ୍ୟାସ)
  • ଗୋଟିଏ କୁହୁ, ଅନେକ ଉହୁ (ଉପନ୍ୟାସ)

ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ-

●ଜୟଦେବ ପୁରସ୍କାର

●ପ୍ରଚ୍ଛଦ ସଙ୍ଗୀତ ପାଇଁ ୭ ଗୋଟି ରାଜ୍ୟ ପୁରସ୍କାର

●ରାଜ୍ୟ ସଙ୍ଗୀତକାର ପୁରସ୍କାର

●ଅନେକଥର ଓଡ଼ିଶା ସିନେ କ୍ରିଟିକ ପୁରସ୍କାର

●ମରଣୋତ୍ତର ଉତ୍କଳ ଗୌରବ ସମ୍ମାନ (କେଇସିଟି ଗ୍ରୁପଦ୍ୱାରା ଆୟୋଜିତ କଳିଙ୍ଗ ସିନେ ଆୱାର୍ଡ଼ କାର୍ଯ୍ୟକ୍ରମ - ୨୦୧୬ ଜାନୁଆରୀ ୬ରେ) 


Post a Comment

0Comments

Post a Comment (0)